ଭୟାଦ୍ରଣାଦୁପରତଂ ମଂସ୍ୟନ୍ତେ ତ୍ୱାଂ ମହାରଥାଃ ।
ଯେଷାଂ ଚ ତ୍ୱଂ ବହୁମତୋ ଭୂତ୍ୱା ଯାସ୍ୟସି ଲାଘବମ୍ ।।୩୫।।
ଭୟାତ୍-ଭୟ ଯୋଗୁଁ; ରଣାତ୍-ଯୁଦ୍ଧରୁ; ଉପରତଂ-ବିମୁଖ ହେବା; ମଂସ୍ୟନ୍ତେ- ବିଚାର କରାଯିବା; ତ୍ୱାଂ-ତୁମକୁ; ମହାରଥାଃ-ମହାରଥୀମାନେ; ଯେଷାଂ-ଯେଉଁମାନଙ୍କର; ଚ-ଏବଂ; ତ୍ୱଂ-ତୁମେ; ବହୁମତଃ- ସମ୍ମାନସ୍ପଦ; ଭୂତ୍ୱା-ହୋଇଯାଇ; ଯାସ୍ୟସି -ହରାଇବ; ଲାଘବମ୍ -ମୂଲ୍ୟ କମିଯିବ ।
BG 2.35: ଯେଉଁ ମହାରଥୀ ମାନେ ତୁମର ସମ୍ମାନ କରୁଥିଲେ, ସେମାନେ ଏପରି ମନେକରିବେ ଯେ ଭୟରେ ତୁମେ ଯୁଦ୍ଧକ୍ଷେତ୍ରରୁ ପଳାୟନ କରିଛ ଏବଂ ତଦ୍ୱାରା ତୁମେ ନିଜର ସମ୍ମାନ ହରାଇବ ।
ଭୟାଦ୍ରଣାଦୁପରତଂ ମଂସ୍ୟନ୍ତେ ତ୍ୱାଂ ମହାରଥାଃ ।
ଯେଷାଂ ଚ ତ୍ୱଂ ବହୁମତୋ ଭୂତ୍ୱା ଯାସ୍ୟସି ଲାଘବମ୍ ।।୩୫।।
ଯେଉଁ ମହାରଥୀ ମାନେ ତୁମର ସମ୍ମାନ କରୁଥିଲେ, ସେମାନେ ଏପରି ମନେକରିବେ ଯେ ଭୟରେ ତୁମେ ଯୁଦ୍ଧକ୍ଷେତ୍ରରୁ ପଳାୟନ କରିଛ ଏବଂ ତଦ୍ୱାରା ତୁମେ ନିଜର ସମ୍ମାନ …
Sign in to save your favorite verses.
Sign In
Navigate directly to the wisdom you seek
Start your day with the timeless inspiring wisdom from the Holy Bhagavad Gita delivered straight to your email!
ଅର୍ଜୁନ ଜଣେ ବୀର ଯୋଦ୍ଧା ଭାବରେ ଖ୍ୟାତ ଥିଲେ ଓ କୌରବ ସେନାର ଭୀଷ୍ମ, ଦ୍ରୋଣାଚାର୍ଯ୍ୟ, କର୍ଣ୍ଣ ଇତ୍ୟାଦି ଅତ୍ୟନ୍ତ ପରାକ୍ରମଶାଳୀ ଯୋଦ୍ଧାମାନଙ୍କର ପ୍ରତିପକ୍ଷୀ ହେବାର ଯୋଗ୍ୟ ଥିଲେ । ସ୍ୱର୍ଗର ଅନେକ ଦେବତାଙ୍କ ସହ ଯୁଦ୍ଧ କରି ସେ ଯଶ ଅର୍ଜନ କରିଥିଲେ । ଭଗବାନ ଶିବ, ଯିଏ ଜଣେ ଶିକାରୀର ଛଦ୍ମ ରୂପରେ ଆସିଥିଲେ, ତାଙ୍କ ସହିତ ଯୁଦ୍ଧ କରି ମଧ୍ୟ ସେ ତାଙ୍କୁ ପରାସ୍ତ କରିଥିଲେ । ତାଙ୍କର ବୀରତ୍ୱ ଏବଂ ପ୍ରତିଭାରେ ମୁଗ୍ଧ ହୋଇ ଭଗବାନ ଶିବ ତାଙ୍କୁ ସ୍ୱର୍ଗର ପାଶୁପତାସ୍ତ୍ର ଦେଇ ପୁରଷ୍କୃତ କରିଥିଲେ । ତାଙ୍କ ଗୁରୁ ଦ୍ରୋଣାଚାର୍ଯ୍ୟ ମଧ୍ୟ ଧର୍ନୁବିଦ୍ୟାରେ ଏକ ବିଶେଷ ଅସ୍ତ୍ର ଦେଇ ତାଙ୍କୁ ଆଶୀର୍ବାଦ କରିଥିଲେ । ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଅର୍ଜୁନ ଯଦି ଯୁଦ୍ଧ କ୍ଷେତ୍ରରୁ ପଳାୟନ କରନ୍ତି, ତେବେ ଏହି ଯୋଦ୍ଧାମାନେ ଏପରି ଭାବିବେ ନାହିଁ ଯେ ନିଜର ଆତ୍ମୀୟସ୍ୱଜନଙ୍କ ପ୍ରତି ସ୍ନେହ ତାଙ୍କୁ ଯୁଦ୍ଧ କ୍ଷେତ୍ରରୁ ପଳାୟନ କରିବାକୁ ପ୍ରେରିତ କରିଛି । ସେମାନେ ତାଙ୍କୁ ଜଣେ ଭୀରୁ ରୂପେ ବିବେଚିତ କରି ଏପରି ମନେକରିବେ ଯେ ସେମାନଙ୍କ ଭୟରେ ସେ ଯୁଦ୍ଧରୁ ନିବୃତ୍ତ ହୋଇଛନ୍ତି ।