ନେହାଭିକ୍ରମନାଶୋଽସ୍ତି ପ୍ରତ୍ୟବାୟୋ ନ ବିଦ୍ୟତେ ।
ସ୍ୱଳ୍ପମପ୍ୟସ୍ୟ ଧର୍ମସ୍ୟ ତ୍ରାୟତେ ମହତୋ ଭୟାତ୍ ।।୪୦।।
ନ-ନାହିଁ; ଇହ- ଏଥିରେ; ଅଭିକ୍ରମ-ପ୍ରଚେଷ୍ଟା; ନାଶଃ-କ୍ଷତି; ଅସ୍ତି-ଅଛି; ପ୍ରତ୍ୟବାୟଃ- ପ୍ରତିକୂଳ ଫଳ; ନ-ନାହିଁ; ବିଦ୍ୟତେ-ଅଛି; ସ୍ୱଳ୍ପଂ-ଅଳ୍ପ; ଅପି-ଯଦିଓ; ଅସ୍ୟ-ଏହାର; ଧର୍ମସ୍ୟ-ଏହି କର୍ମର; ତ୍ରାୟତେ-ରକ୍ଷା କରେ; ମହତଃ-ମହାନ୍; ଭୟାତ୍- ବିପଦରୁ ।
BG 2.40: ଏହିପରି ଚେତନାରେ ସ୍ଥିତ ରହି କାର୍ଯ୍ୟ କଲେ, କୌଣସି କ୍ଷତି ବା ପ୍ରତିକୂଳ ଫଳ ମିଳି ନ ଥାଏ, ବରଂ ଏକ କ୍ଷୁଦ୍ର ପ୍ରୟାସ ମଧ୍ୟ ବଡ଼ ବିପତ୍ତିରୁ ରକ୍ଷା କରିଥାଏ ।
ନେହାଭିକ୍ରମନାଶୋଽସ୍ତି ପ୍ରତ୍ୟବାୟୋ ନ ବିଦ୍ୟତେ ।
ସ୍ୱଳ୍ପମପ୍ୟସ୍ୟ ଧର୍ମସ୍ୟ ତ୍ରାୟତେ ମହତୋ ଭୟାତ୍ ।।୪୦।।
ଏହିପରି ଚେତନାରେ ସ୍ଥିତ ରହି କାର୍ଯ୍ୟ କଲେ, କୌଣସି କ୍ଷତି ବା ପ୍ରତିକୂଳ ଫଳ ମିଳି ନ ଥାଏ, ବରଂ ଏକ କ୍ଷୁଦ୍ର ପ୍ରୟାସ ମଧ୍ୟ ବଡ଼ …
Sign in to save your favorite verses.
Sign In
Navigate directly to the wisdom you seek
Start your day with the timeless inspiring wisdom from the Holy Bhagavad Gita delivered straight to your email!
ଆମେ ସମ୍ମୁଖରେ ସବୁଠାରୁ ବଡ଼ ବିପଦ ଏହା ଯେ ପରବର୍ତ୍ତୀ ଜନ୍ମରେ ଆମେ ହୁଏତ ମନୁଷ୍ୟ ଜନ୍ମ ପାଇ ନ ପାରୁ ଏବଂ ନିମ୍ନ ଯୋନି ଯେପରି କି ପଶୁ, ପକ୍ଷୀ ଇତ୍ୟାଦି ପ୍ରଜାତିକୁ ଯାଇପାରୁ । ଆମେ ନିଶ୍ଚିନ୍ତ ହୋଇ ପାରିବା ନାହିଁ ଯେ ପରବର୍ତ୍ତୀ ଜନ୍ମରେ ମନୁଷ୍ୟ ଯୋନି ଆମ ପାଇଁ ସଂରକ୍ଷିତ ହୋଇ ରହିବ, କାରଣ ତାହା ଆମର ଏହି ଜନ୍ମର କର୍ମ ଓ ଚେତନାର ସ୍ଥିତି ହିଁ ନିର୍ଣ୍ଣୟ କରିବ ।
ଚୌରାଅଶୀ ଲକ୍ଷ ପ୍ରକାରର ଯୋନି ରହିଛି । ମନୁଷ୍ୟଠାରୁ ନିମ୍ନ ଯୋନି - ପଶୁ, ପକ୍ଷୀ, ମାଛ, କୀଟ ପତଙ୍ଗ ଆଦିଙ୍କ ଠାରେ ମନୁଷ୍ୟ ପରି ବୁଦ୍ଧିର ବିକାଶ ହୋଇ ନ ଥାଏ । ତଥାପି ସେମାନେ କିଛି ସାଧାରଣ କ୍ରିୟା କରିଥାଆନ୍ତି ଯେପରି କି, ଆହାର, ନିଦ୍ରା, ଆତ୍ମରକ୍ଷା ଏବଂ ପ୍ରଜନନ ଇତ୍ୟାଦି । ମନୁଷ୍ୟକୁ ଏକ ମହତ୍ ଉଦ୍ଦେଶ୍ୟରେ ଜ୍ଞାନ ଶକ୍ତି ପ୍ରଦାନ କରାଯାଇଛି ଯଦ୍ୱାରା ସେ ଏହାର ବ୍ୟବହାର କରି ନିଜକୁ ଉଚ୍ଚତର ସୋପାନକୁ ଉତ୍ତୀର୍ଣ୍ଣ କରିପାରିବ । ମନୁଷ୍ୟ ଯଦି ତାର ବୁଦ୍ଧିକୁ ପଶୁମାନଙ୍କ ପରି କେବଳ ଆହାର, ନିଦ୍ରା, ମୈଥୁନ ଓ ଆତ୍ମରକ୍ଷା ଆଦିରେ ବ୍ୟବହାର କରେ, ତାହେଲେ ମନୁଷ୍ୟ ଜନ୍ମର ତାହା ଅପବ୍ୟବହାର ଅଟେ । ଉଦାହରଣ ସ୍ୱରୂପ, ଯଦି ଜଣେ ବ୍ୟକ୍ତି ଭୋଜନକୁ ତାଙ୍କ ଜୀବନର ମୁଖ୍ୟ ସୁଖ ଭାବରେ ବିଚାର କରନ୍ତି, ତାହେଲେ ଏକ ଘୁଷୁରିର ଶରୀର ତାଙ୍କ ପାଇଁ ଯଥେଷ୍ଟ ଅଟେ ଏବଂ ପରବର୍ତ୍ତୀ ଜନ୍ମରେ ସେହି ବ୍ୟକ୍ତି ଏକ ଘୁଷୁରିର ଶରୀର ପ୍ରାପ୍ତ କରିଥାଆନ୍ତି । ଯଦି ଜଣେ ନିଦ୍ରାକୁ ଜୀବନର ଲକ୍ଷ୍ୟ ଧାର୍ଯ୍ୟ କରନ୍ତି, ତାହେଲେ ଭଗବାନ ତାଙ୍କ ପାଇଁ ମେରୁ ଅଞ୍ଚଳର ଭାଲୁର ଶରୀର ଉପଯୁକ୍ତ ଭାବି ପରବର୍ତ୍ତୀ ଜନ୍ମରେ ତାଙ୍କୁ ସେହି ଯୋନି ପ୍ରଦାନ କରିଥାନ୍ତି । ତେଣୁ ଆମ ସମ୍ମୁଖରେ ସବୁଠାରୁ ବଡ଼ ବିପଦ ହେଉଛି ପରବର୍ତ୍ତୀ ଜନ୍ମରେ ଆମେ ହୁଏତ ମନୁଷ୍ୟ ଶରୀର ପାଇ ନ ପାରୁ । ବେଦ କହୁଅଛି:
ଇହ ଚେଦବେଦୀଦଥ ସତ୍ୟମସ୍ତି ନ ଚେଦିହାବେଦୀନ୍ମହତୀ ବିନଷ୍ଠିଃ (କେନୋପନିଷଦ ୨.୫)
“ହେ ମନୁଷ୍ୟ! ମାନବ ଜନ୍ମ ଏକ ଦୁର୍ଲଭ ସୁଯୋଗ ଅଟେ । ତୁମେ ଯଦି ତୁମର ଲକ୍ଷ୍ୟ ପ୍ରାପ୍ତି ପାଇଁ ଏହାକୁ ଉପଯୋଗ ନ କରିବ, ତୁମେ ଅନେକ କ୍ଷତି ସହିବ ।” ବେଦ ପୁଣି କହୁଛି:
ଇହ ଚେଦଶକଦ୍ ବୋଦ୍ଧୁଂ ପ୍ରାକ୍ଶରୀରସ୍ୟ ବିସ୍ରସଃ
ତତଃ ସର୍ଗେଷୁ ଲୋକେଷୁ ଶରୀରତ୍ୱାୟ କଳ୍ପତେ (କଠୋପନିଷଦ ୨.୩.୪)
“ତୁମେ ଯଦି ଭଗବତ୍ ପ୍ରାପ୍ତି ନିମନ୍ତେ ଏହି ଜନ୍ମରେ ଚେଷ୍ଟା ନ କର, ତୁମେ ଚୌରାଅଶୀ ଲକ୍ଷ ଯୋନିରେ ଅନେକ ଜନ୍ମ ପର୍ଯ୍ୟନ୍ତ ଘୂରି ବୁଲୁଥିବ ।”
ତଥାପି, ଥରେ ଯଦି ଆମେ ଆଧ୍ୟାତ୍ମିକ ପଥରେ ଆମର ଯାତ୍ରା ଆରମ୍ଭ କରିଥିବା, ଯାତ୍ରା ପୂର୍ଣ୍ଣ କରି ନ ପାରିଲେ ବି ଆମର ଉଦ୍ଦେଶ୍ୟକୁ ଭଗବାନ ଲକ୍ଷ୍ୟ କରିଥାନ୍ତି । ତେଣୁ ସେ ଆମକୁ ମନୁଷ୍ୟ ଜନ୍ମ ପ୍ରଦାନ କରିଥାନ୍ତି, ଯଦ୍ୱାରା ଆମେ ଯେଉଁଠାରେ ପହଞ୍ôଚଥିଲୁ ସେହିଠାରୁ ଆଗକୁ ବଢ଼ିପାରିବା ଏହିପରି ଭାବରେ ଆମେ ବହୁତ ବଡ଼ ବିପତ୍ତିକୁ ଟାଳି ଦେଇପାରିବା ।
ଶ୍ରୀକୃଷ୍ଣ ଏହା ମଧ୍ୟ କହୁଛନ୍ତି ଯେ ଏହି ପଥରେ ଯାତ୍ରା କରିବା ଦ୍ୱାରା କୌଣସି କ୍ଷତି ହୋଇ ନ ଥାଏ । କାରଣ ଯାହା ବି ସଂସାରିକ ସମ୍ପତ୍ତି ଏହି ଜନ୍ମରେ ଆମେ ଏକତ୍ରିତ କରିଥାଉ, ମୃତ୍ୟୁ ସମୟରେ ସେ ସବୁକୁ ତ୍ୟାଗ କରିବାକୁ ପଡ଼ିବ । କିନ୍ତୁ ଯୋଗର ପଥରେ ଅଗ୍ରସର ହୋଇଥିଲେ, ଭଗବାନ ଆମର ସାଧନାକୁ ସୁରକ୍ଷିତ ରଖନ୍ତି ଏବଂ ତାହାର ଫଳ ପର ଜନ୍ମରେ ପ୍ରଦାନ କରନ୍ତି । ତଦ୍ୱାରା ଆମେ ଯେଉଁଠାରେ ଛାଡ଼ିଥିଲେ, ସେହିଠାରୁ ଆଗକୁ ଅଗ୍ରସର ହୋଇପାରୁ । ଏହିପରି ଭାବରେ ଅର୍ଜୁନଙ୍କୁ ଏହାର ଲାଭ ବିଷୟରେ ସୂଚନା ଦେଇସାରିି, ବର୍ତ୍ତମାନ ଶ୍ରୀକୃଷ୍ଣ ଆସକ୍ତି ରହିତ କର୍ମର ବିଜ୍ଞାନ ଉପରେ ଆଲୋକପାତ କରିବାକୁ ଯାଉଛନ୍ତି ।