Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 2, Verse 45

ତ୍ରୈଗୁଣ୍ୟବିଷୟା ବେଦା ନିସ୍ତ୍ରେୌଗୁଣ୍ୟୋ ଭବାର୍ଜୁନ ।
ନିଦ୍ୱନ୍ଦେ୍ୱା ନିତ୍ୟସତ୍ତ୍ୱସ୍ଥୋ ନିର୍ଯୋଗକ୍ଷେମ ଆତ୍ମବାନ୍ ।।୪୫।।

ତ୍ରୈଗୁଣ୍ୟ- ଭୂତ ପ୍ରକୃତିର ତ୍ରିଗୁଣାତ୍ମକ; ବିଷୟାଃ- ବିଷୟରେ; ବେଦାଃ-ବେଦ ଶାସ୍ତ୍ର; ନିସ୍ତ୍ରେୌଗୁଣ୍ୟଃ-ତ୍ରିଗୁଣାତୀତ; ଭବ-ହୁଅ; ଅର୍ଜୁନ- ହେ ଅର୍ଜୁନ !; ନିଦ୍ୱର୍ନ୍ଦ୍ୱଃ- ଦ୍ୱନ୍ଦଭାବରୁ ମୁକ୍ତ; ନିତ୍ୟସତ୍ତ୍ୱସ୍ଥଃ-ସତ୍ୟରେ ନିତ୍ୟ ସ୍ଥିତ; ନିର୍ଯୋଗକ୍ଷେମଃ- ପ୍ରାପ୍ତି ଓ ସଂଗ୍ରହ ଚିନ୍ତାରୁ ମୁକ୍ତ; ଆତ୍ମବାନ୍‌- ଆତ୍ମାରେ ସ୍ଥିତ ।

Translation

BG 2.45: ହେ ଅର୍ଜୁନ, ବେଦରେ ଭୌତିକ ସଂସାରର ତିନି ଗୁଣ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି । ଏହି ତିନି ଗୁଣରୁ ଉର୍ଦ୍ଧ୍ୱକୁ ଉଠି ବିଶୁଦ୍ଧ ଆଧ୍ୟାତ୍ମିକ ଚେତନାରେ ସ୍ଥିତ ହୁଅ । ଦ୍ୱୈତ ଭାବରୁ ନିଜକୁ ମୁକ୍ତ କରି, ଭୌତିକ ଲାଭ ଓ ସୁରକ୍ଷା ପ୍ରତି ଧ୍ୟାନ ନ ଦେଇ, ସତ୍ୟ ଉପରେ ସର୍ବଦା ଧ୍ୟାନ କେନ୍ଦ୍ରିତ କରି ଆତ୍ମାରେ ଅବସ୍ଥାନ କର ।

Commentary

ତ୍ରିଗୁଣାତ୍ମିକା ମାୟାଶକ୍ତି ଦିବ୍ୟ ଆତ୍ମାକୁ ଆବୃତ କରି ଜୀବକୁ ଶରୀର ରୂପରେ ବିବେଚିତ କରାଏ । ମାୟାର ଏହି ତିନୋଟି ଗୁଣ ହେଲା ସତ୍ୱଗୁଣ (ସଦ୍‌ଗୁଣ), ରାଜସ ଗୁଣ (କାମଯୁକ୍ତ ଗୁଣ) ଓ ତାମସ ଗୁଣ (ଅବିଦ୍ୟାର ଗୁଣ) । ପ୍ରତ୍ୟେକ ବ୍ୟକ୍ତିଙ୍କଠାରେ, ତାଙ୍କର ଅନନ୍ତ ଜନ୍ମର ସଂସ୍କାର ଅନୁସାରେ, ଏହି ତିନିଗୁଣ ବିଭିନ୍ନ ମାତ୍ରାରେ ପ୍ରକାଶିତ ହୋଇଥାଏ ଏବଂ ସେହି ଅନୁସାରେ ସମସ୍ତଙ୍କଠାରେ ଅଲଗା ଅଲଗା ରୁଚି ଓ ପ୍ରବୃତ୍ତି ପରିଲକ୍ଷିତ ହୋଇଥାଏ । ବୈଦିକ ଶାସ୍ତ୍ର ଏହି ଅସାମଞ୍ଜସ୍ୟକୁ ଗ୍ରହଣ କରିଥାଏ ଏବଂ ବିଭିନ୍ନ ପ୍ରକାର ବ୍ୟକ୍ତିଙ୍କ ପାଇଁ ଭିନ୍ନ ଭିନ୍ନ ନିର୍ଦ୍ଦେଶ ଦେଇଥାଏ । ଯଦି ଶାସ୍ତ୍ରଗୁଡ଼ିକ ସାଂସାରିକ-ବିଚାର ଯୁକ୍ତ ବ୍ୟକ୍ତିମାନଙ୍କ ପାଇଁ କୌଣସି ଉପଦେଶ ଦିଅନ୍ତେ ନାହିଁ, ସେମାନେ ଅଧିକରୁ ଅଧିକତର ବିପଥଗାମୀ ହୋଇଯାଆନ୍ତେ । ସେଥିପାଇଁ ଯେଉଁମାନେ କଠିନ ବେଦବିହିତ କର୍ମର ଅନୁଷ୍ଠାନ କରନ୍ତି, ବେଦ ସେମାନଙ୍କ ପାଇଁ ଭୌତିକ ଉତ୍ତମ ଫଳର ବ୍ୟବସ୍ଥା କରିଥାଏ । ଏହା ସେମାନଙ୍କୁ ତାମସ ଗୁଣରୁ ରଜୋଗୁଣ ଓ ରଜୋଗୁଣରୁ ସତ୍ୱଗୁଣ ଦିଗରେ ଉତ୍‌ଥାନ କରିବାରେ ସାହାଯ୍ୟ କରିଥାଏ ।

ଏହିପରି ଭାବରେ, ବେଦରେ ଉଭୟ ପ୍ରକାରର ଜ୍ଞାନ ରହିଛି - ଭୌତିକତା ପ୍ରତି ଆକୃଷ୍ଟ ବ୍ୟକ୍ତିଙ୍କ ପାଇଁ ବିଧିବିଧାନ ଯୁକ୍ତ କର୍ମ ଏବଂ ଆଧ୍ୟାତ୍ମିକ ଉନ୍ନତି କାମୀଙ୍କ ପାଇଁ ଦିବ୍ୟ ଜ୍ଞାନ । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଯେଉଁ ବେଦକୁ ତ୍ୟାଗ କରିବା କଥା କହୁଛନ୍ତି, ତାଙ୍କର ସେହି ବ୍ୟକ୍ତବ୍ୟକୁ ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଶ୍ଲୋକଗୁଡ଼ିକର ପୃଷ୍ଠଭୂମିରେ ବୁଝିବା ଆବଶ୍ୟକ । ତାଙ୍କର ଉଦ୍ଦେଶ୍ୟ ଏହା ଯେ ଅର୍ଜୁନ ବେଦର ସେହି ଅଂଶଗୁଡ଼ିକ ପ୍ରତି ଆକୃଷ୍ଟ ହେବା ଉଚିତ ନୁହେଁ ଯେଉଁଥିରେ ଭୌତିକ ଲାଭ ପାଇଁ ନିୟମ, ରୀତିନୀତି ଏବଂ ଅନୁଷ୍ଠାନ ଆଦିର ବର୍ଣ୍ଣନା ରହିଛି । ତା ପରିବର୍ତ୍ତେ ବେଦର ଆଧ୍ୟାତ୍ମିକ ଜ୍ଞାନର ଅଂଶକୁ ବ୍ୟବହାର କରି ସେ ନିଜକୁ ଚରମ ସତ୍ୟର ସୋପାନ ପର୍ଯ୍ୟନ୍ତ ଉନ୍ନୀତ କରିବା ଉଚିତ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
2. ସାଂଖ୍ୟ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!