Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 2, Verse 48

ଯୋଗସ୍ଥଃ କୁରୁ କର୍ମାଣି ସଙ୍ଗଂ ତ୍ୟକ୍ତ୍ୱା ଧନଞ୍ଜୟ ।
ସିଦ୍ଧ୍ୟସିଦ୍ଧ୍ୟୋଃ ସମୋ ଭୂତ୍ୱା ସମତ୍ୱଂ ଯୋଗ ଉଚ୍ୟତେ ।।୪୮।।

ଯୋଗସ୍ଥ-ଯୋଗରେ ସ୍ଥିର; କୁରୁ-କର, କର୍ମାଣି-ତୁମର କର୍ତ୍ତବ୍ୟ; ସଙ୍ଗଂ-ଆସକ୍ତି; ତ୍ୟକ୍ତ୍ୱା-ତ୍ୟାଗ କରି; ଧନଞ୍ଜୟ-ହେ ଧନଞ୍ଜୟ (ଅର୍ଜୁନ) !; ସିଦ୍ଧି-ଅସିଦ୍ଧ୍ୟୋଃ- ଜୟ ଓ ପରାଜୟରେ; ସମଃ- ସମଭାବ; ଭୂତ୍ୱା-ହୋଇ; ସମତ୍ୱଂ-ସମବୁଦ୍ଧି; ଯୋଗଃ-ଯୋଗ; ଉଚ୍ୟତେ-କୁହାଯାଏ ।

Translation

BG 2.48: ହେ ଅର୍ଜୁନ! ସଫଳତା ଓ ବିଫଳତା ପ୍ରତି ଆସକ୍ତିରହିତ ହୋଇ ତୁମେ ନିଜର କର୍ତ୍ତବ୍ୟ ପାଳନ କର । ଏହି ସମଭାବ ହିଁ ଯୋଗ ଅଟେ ।

Commentary

ଏହି ସମଭାବ, ଯାହା ଆମକୁ ସମସ୍ତ ପରିସ୍ଥିତିକୁ ଶାନ୍ତ ଭାବରେ ଗ୍ରହଣ କରିବାକୁ ସକ୍ଷମ କରାଇଥାଏ, ତାହା ଏପରି ମହତ୍ୱପୂର୍ଣ୍ଣ ଯେ ଶ୍ରୀକୃଷ୍ଣ ତାହାକୁ ଯୋଗ ବା ଭଗବାନଙ୍କ ସହିତ ମିଳିତ ହେବା କହିଛନ୍ତି । ପୂର୍ବ ଶ୍ଳୋକରେ ପ୍ରଦତ୍ତ ଜ୍ଞାନର ଉପଯୋଗ କରିବା ଦ୍ୱାରା ଏହି ସାମ୍ୟାବସ୍ଥା ଆସିଥାଏ । ଯେତେବେଳେ ଆମେ ହୃଦୟଙ୍ଗମ କରୁ ଯେ ଉଦ୍ୟମ କରିବା ଆମ ହାତରେ ଅଛି, ଫଳ ନୁହେଁ, ସେତେବେଳେ ଆମେ କେବଳ କର୍ମ କରିବାରେ ମନୋନିବେଶ କରିଥାଏ । ଫଳାଫଳ ଭଗବାନଙ୍କ ସୁଖ ପାଇଁ ଉଦ୍ଦିଷ୍ଟ, ତେଣୁ ଆମେ ତାହାକୁ ଭଗବାନଙ୍କୁ ଅର୍ପଣ କରେ ଏବଂ ଫଳ ଯଦି ଆମର ଆଶାନୁରୂପ ହୋଇ ନ ଥାଏ ତେବେ ତାହାକୁ ଭଗବାନଙ୍କର ଇଚ୍ଛା ଭାବି ଶାନ୍ତ ଭାବରେ ଗ୍ରହଣ କରିଥାଏ । ଏହିପରି ଭାବରେ, ଆମେ ଯଶ ଓ ଅପଯଶ, ସଫଳତା ଓ ବିଫଳତା, ସୁଖ ଓ ଦୁଃଖକୁ ଭଗବାନଙ୍କ ଇଚ୍ଛା ଭାବେ ଗ୍ରହଣ କରିବାରେ ସକ୍ଷମ ହୋଇଥାଏ ଏବଂ ଯେତେବେଳେ ଉଭୟକୁ ଆମେ ସମାନ ଭାବରେ ଗ୍ରହଣ କରିବା ଶିଖି ଯାଏ, ଆମେ ସମଭାବାପନ୍ନ ହୋଇଯାଏ, ତାହା ହିଁ ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି ।

ଏହି ଶ୍ଳୋକଟି ଜୀବନର ଉତ୍‌ଥାନ-ପତନର ବାସ୍ତବିକ ସମାଧାନ ଅଟେ । ଆମେ ଯଦି ଏକ ନୌକାରେ ବସି ସମୁଦ୍ର ଯାତ୍ରା କରୁଥାଏ ତେବେ ସ୍ୱାଭାବିକ ଯେ ସମୁଦ୍ରର ତରଙ୍ଗ ଆମ ନୌକାକୁ ଦୋହଲାଇବ । ପ୍ରତିଥର ନୌକାର ଦୋଳନରେ ଆମେ ଯଦି ବିଚଳିତ ହୋଇପଡ଼ିବା ତେବେ ଆମ ଦୁଃଖର ଅନ୍ତ ହେବ ନାହିଁ ଏବଂ ଯଦି ଆମେ ଭାବିବା ଯେ ତରଙ୍ଗ ଉଠିବ ନାହିଁ, ତେବେ ସମୁଦ୍ର କ’ଣ ତା’ର ସ୍ୱାଭାବିକ ଗୁଣ ତ୍ୟାଗ କରି ଅନ୍ୟ କିଛିରେ ପରିଣତ ହୋଇଯିବ? ତରଙ୍ଗ ଉତ୍ପନ୍ନ କରିବା ସମୁଦ୍ରର ଏକ ସ୍ୱାଭାବିକ ପ୍ରକ୍ରିୟା ଅଟେ । ସେହିପରି ଆମେ ଯେତେବେଳେ ଜୀବନ ରୂପୀ ସମୁଦ୍ରରେ ଯାତ୍ରା କରିଥାଏ, ଏହା ବିଭିନ୍ନ ପ୍ରକାରର ତରଙ୍ଗ ସୃଷ୍ଟି କରିଥାଏ, ଯାହା ଆମ ନିୟନ୍ତ୍ରଣର ବାହାରେ । ଆମେ ଯଦି ନକାରାତ୍ମକ ପରିସ୍ଥିତିକୁ ହଟାଇବା ପାଇଁ ସଂଘର୍ଷ କରୁଥିବା, ତାହେଲେ ଆମେ ଅଶାନ୍ତିକୁ ଦୂର କରି ପାରିବା ନାହିଁ । ଆମେ ଯଦି ନିଜର ଉଦ୍ୟମକୁ ଜାରି ରଖି, ପଥରେ ଆସୁଥିବା ସମସ୍ତ ଘଟଣାକୁ ସ୍ୱୀକାର କରିବାକୁ ଶିଖିଯିବା, ତାହେଲେ ଭଗବାନଙ୍କ ଇଚ୍ଛାର ଶରଣାଗତ ହୋଇଯିବା ଏବଂ ତାହା ହିଁ ବାସ୍ତବିକ ଯୋଗ ଅଟେ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
2. ସାଂଖ୍ୟ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!