ଦୂରେଣ ହ୍ୟବରଂ କର୍ମ ବୁଦ୍ଧିଯୋଗାଦ୍ଧନଞ୍ଜୟ ।
ବୁଦ୍ଧୌ ଶରଣମନ୍ୱିଚ୍ଛ କୃପଣାଃ ଫଳହେତବଃ ।।୪୯।।
ଦୂରେଣ-ତ୍ୟାଗ କରିବା; ହି-ନିଶ୍ଚିତଭାବେ; ଅବରଂ-ନିକୃଷ୍ଟ; କର୍ମ-ସକାମ କର୍ମ; ବୁଦ୍ଧିଯୋଗାତ୍- ଦିବ୍ୟ ଜ୍ଞାନରେ ସ୍ଥିତ ବୁଦ୍ଧି; ଧନଞ୍ଜୟ- ହେ ଧନଞ୍ଜୟ !; ବୁଦ୍ଧୌ-ଦିବ୍ୟ ଜ୍ଞାନ ଏବଂ ଅନ୍ତର୍ଦୃଷ୍ଟି; ଶରଣଂ-ଶରଣାଗତି; ଅନ୍ୱିଚ୍ଛ-ଇଚ୍ଛାକରି; କୃପଣଃ-କୃପଣମାନେ; ଫଳ ହେତବଃ-ଯେଉଁମାନେ କର୍ମର ଫଳ ଇଚ୍ଛା କରନ୍ତି ।
BG 2.49: ହେ ଅର୍ଜୁନ! ଦିବ୍ୟ ଜ୍ଞାନ ଓ ଅନ୍ତର୍ଦୃଷ୍ଟିର ଆଶ୍ରୟ ଗ୍ରହଣ କର ଏବଂ ସକାମ କର୍ମର ତ୍ୟାଗ କର, ଯାହା ଦିବ୍ୟଜ୍ଞାନରେ ସ୍ଥିତ ବୁଦ୍ଧିର ଉପଯୋଗ କରି କରାଯାଉଥିବା କର୍ମ ଠାରୁ ନିଶ୍ଚିତ ଭାବରେ ନିକୃଷ୍ଟ ଅଟେ । ଯେଉଁମାନେ କର୍ମରେ ଫଳ ଭୋଗର ଆଶା କରନ୍ତି ସେମାନେ ଲୋଭୀ ଅଟନ୍ତି ।
ଦୂରେଣ ହ୍ୟବରଂ କର୍ମ ବୁଦ୍ଧିଯୋଗାଦ୍ଧନଞ୍ଜୟ ।
ବୁଦ୍ଧୌ ଶରଣମନ୍ୱିଚ୍ଛ କୃପଣାଃ ଫଳହେତବଃ ।।୪୯।।
ହେ ଅର୍ଜୁନ! ଦିବ୍ୟ ଜ୍ଞାନ ଓ ଅନ୍ତର୍ଦୃଷ୍ଟିର ଆଶ୍ରୟ ଗ୍ରହଣ କର ଏବଂ ସକାମ କର୍ମର ତ୍ୟାଗ କର, ଯାହା ଦିବ୍ୟଜ୍ଞାନରେ ସ୍ଥିତ ବୁଦ୍ଧିର ଉପଯୋଗ କରି …
Sign in to save your favorite verses.
Sign In
Navigate directly to the wisdom you seek
Start your day with the timeless inspiring wisdom from the Holy Bhagavad Gita delivered straight to your email!
କର୍ମର ଦୁଇଟି ଦିଗ ରହିଛି । ୧) ଆମେ କରୁଥିବା ବାହ୍ୟ କ୍ରିୟା । ୨) କର୍ମ ପ୍ରତି ଆମର ଆନ୍ତରିକ ମନୋଭାବ । ଉଦାହରଣ ସ୍ୱରୂପ, ମନେ କରନ୍ତୁ, ପବିତ୍ର ଧାମ ବୃନ୍ଦାବନରେ ଗୋଟିଏ ମନ୍ଦିର ତିଆରି ହେଉଛି । ଶ୍ରମିକମାନେ ଗୋଟିଏ ପବିତ୍ର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି, କିନ୍ତୁ ସେମାନଙ୍କର ମନୋଭାବ ସାଂସାରିକ ଅଟେ । ସେମାନେ ପାଉଥିବା ପାରିଶ୍ରମିକ ସହିତ ସେମାନଙ୍କର ସମ୍ବନ୍ଧ । ଯଦି ଅନ୍ୟ କେହିଜଣେ ତାଙ୍କୁ ଅଧିକ ପାରିଶ୍ରମିକ ଦିଅନ୍ତି, ତେବେ ସେମାନେ ତାଙ୍କର କାର୍ଯ୍ୟ ବଳଦାଇବାରେ କୁଣ୍ଠିତ ହେବେ ନାହିଁ । ବୃନ୍ଦାବନରେ ଜଣେ ସାଧୁ ବାସ କରୁଥିଲେ । ଗୋଟିଏ ମନୋରମ ମନ୍ଦିର ନିର୍ମାଣ ହେଉଥିବା ଦେଖି ଭଗବାନଙ୍କ ସେବା ଉଦ୍ଦେଶ୍ୟରେ କର ସେବା (ସ୍ୱେଚ୍ଛାକୃତ ସେବା) କରିବାକୁ ଲାଗିଲେ । ବାହ୍ୟ ଦୃଷ୍ଟିରୁ ଉଭୟ ସାଧୁ ଓ ଶ୍ରମିକମାନଙ୍କର କାର୍ଯ୍ୟ ଏକାପରି ଅଟେ, କିନ୍ତୁ ଆନ୍ତରିକ ମନୋଭାବରେ ବିରାଟ ବ୍ୟବଧାନ ରହିଅଛି ।
ଏଠାରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କର୍ମ ପ୍ରତି ଉଚ୍ଚ ମନୋଭାବ ପୋଷଣ କରିବାକୁ ଉପଦେଶ ଦେଉଛନ୍ତି । ସେ କହୁଛନ୍ତି ଯେ ଯେଉଁମାନେ ନିଜ ସୁଖର ଆଶା ରଖି କର୍ମ କରନ୍ତି ସେମାନେ କୃପଣ ଅଟନ୍ତି । ଯେଉଁମାନେ ଫଳ ପ୍ରତି ନିରାସକ୍ତ ହୋଇ ତାଙ୍କ କର୍ମକୁ ଉଚ୍ଚ ଲକ୍ଷ୍ୟରେ ଅର୍ପଣ କରନ୍ତି ସେମାନେ ଶ୍ରେଷ୍ଠ ଅଟନ୍ତି । ଯେଉଁମାନେ କର୍ମଫଳକୁ ଭଗବାନଙ୍କୁ ଅର୍ପଣ କରନ୍ତି, ସେମାନେ ପ୍ରକୃତରେ ଜ୍ଞାନୀ ଅଟନ୍ତି ।
ଏଠାରେ କୃପଣ ଶବ୍ଦ ବ୍ୟବହାର ହୋଇଛି । ଶ୍ରୀମଦ୍ ଭାଗବତରେ କୃପଣର ବର୍ଣ୍ଣନା ଏହିପରି କରାଯାଇଛି ।
ନ ବେଦ କୃପଣଃ ଶ୍ରେୟ ଆତ୍ମନୋ ଗୁଣ-ବସ୍ତୁ-ଦୃକ୍
ତସ୍ୟ ତାନ୍ ଇଚ୍ଛତୋ ଯଚ୍ଛେଦ୍ ଯଦି ସୋଽପି ତଥା-ବିଧଃ । (୬.୯.୪୯)
“କୃପଣ ସେମାନେ ଅଟନ୍ତି ଯେଉଁମାନେ ଏପରି ଚିନ୍ତା କରନ୍ତି ଯେ ଭୌତିକ ଶକ୍ତିରୁ ଜାତ ଇନ୍ଦ୍ରିୟ ଭୋଗ ବସ୍ତୁ ଗୁଡ଼ିକ ହିଁ ଅନ୍ତିମ ସତ୍ୟ ଅଟେ ।” ଶ୍ରୀମଦ୍ ଭାଗବତମ୍ ପୁଣି କହେ କୃପଣୋ ଯୋଽଜିତେନ୍ଦ୍ରିୟଃ (୧୧.୧୯.୪୪) । “କୃପଣର ଇନ୍ଦ୍ରିୟମାନଙ୍କ ଉପରେ ନିୟନ୍ତ୍ରଣ ନ ଥାଏ ।”
ଜଣେ ବ୍ୟକ୍ତି ଯେତେବେଳେ ଚେତନାର ଉଚ୍ଚ ସ୍ତରରେ ସ୍ଥିତ ହୋଇଯାଆନ୍ତି, ସେ ସ୍ୱାଭାବିକ ଭାବରେ କର୍ମଫଳ ଉପଭୋଗ କରିବାର ପ୍ରବୃତ୍ତି ତ୍ୟାଗ କରି ସେବା ଅଭିମୁଖୀ ହୋଇଥାଆନ୍ତି । ବିଲ୍ ଗେଟସ୍ ମାଇକ୍ରୋସଫ୍ଟ କରପୋରେସନ୍ରୁ ତାଙ୍କର ପଦବୀ ତ୍ୟାଗ କରି ସମାଜ ସେବାରେ ନିଜକୁ ନିୟୋଜିତ କରିଛନ୍ତି । ସେହିପରି ବିଲ୍ କ୍ଲିଣ୍ଟନ୍ ଆମେରିକାର ରାଷ୍ଟ୍ରପତି ପଦର କ୍ଷମତା ଓ ମର୍ଯ୍ୟାଦା ଉପଭୋଗ କରିସାରିବା ପରେ, ମାନବ ସେବାର ମହନୀୟତା ବିଷୟରେ ପ୍ରଚାର କରୁଛନ୍ତି ଏବଂ “ଦେବା - ଆମେ ସମସ୍ତେ କିପରି ଦୁନିଆକୁ ବଦଳାଇ ପାରିବା” ଶୀର୍ଷକ ଏକ ପୁସ୍ତକ ମଧ୍ୟ ରଚନା କରିଛନ୍ତି । ସେମାନଙ୍କର ସେବା କାର୍ଯ୍ୟରେ ଯୋଗଦାନ ପ୍ରଶଂସନୀୟ କିନ୍ତୁ ଆଭିମୁଖ୍ୟ ତ୍ରୁଟିପୂର୍ଣ୍ଣ ଅଟେ । ଆମେ ଯେତେବେଳେ ଭଗବାନଙ୍କ ଉଦ୍ଦେଶ୍ୟରେ ସେବା କରି ସମସ୍ତ ଫଳ ତାଙ୍କୁ ଅର୍ପଣ କରିବା ଶିଖିଯାଉ, ସେତେବେଳେ ତାହା ପୂର୍ଣ୍ଣ ହୋଇଯାଏ ।