ଗୁରୂନହତ୍ୱା ହି ମହାନୁଭାବାନ୍
ଶ୍ରେୟୋ ଭୋକ୍ତୁଂ ଭୈକ୍ଷମପୀହ ଲୋକେ ।
ହତ୍ୱାର୍ଥକାମାଂସ୍ତୁ ଗୁରୂନିହୈବ
ଭୁଞ୍ଜୀୟ ଭୋଗାନ୍ ରୁଧିରପ୍ରଦିଗ୍ଧାନ୍ ।।୫।।
ଗୁରୁନ୍- ଗୁରୁଜନମାନଙ୍କୁ; ଅହତ୍ୱା- ହତ୍ୟା ନ କରି; ହି- ନିଶ୍ଚିତଭାବେ; ମହାଅନୁଭବାନ୍- ମହାତ୍ମାମାନଙ୍କୁ; ଶ୍ରେୟଃ- ଶ୍ରେୟସ୍କର; ଭୋକ୍ତୁଂ-ଉପଭୋଗ କରିବାକୁ; ଭୈକ୍ଷ୍ୟମ୍-ଭିକ୍ଷା କରିବା; ଅପି-ଏପରି କି; ଇହ ଲୋକେ-ଏହି ପୃଥିବୀରେ; ହତ୍ୱା- ହତ୍ୟାକରି; ଅର୍ଥ-ଲାଭ; କାମାନ୍- ଇଚ୍ଛାକରି; ତୁ -କିନ୍ତୁ; ଗୁରୁନ୍ -ଗୁରୁମାନଙ୍କୁ; ଇହ- ଇହ ଲୋକରେ; ଏବ-ନିଶ୍ଚିତଭାବେ; ଭୁଞ୍ଜୀୟ- ଭୋଗ କରିବା; ଭୋଗାନ୍-ସୁଖ; ରୁଧିର -ରକ୍ତଃ, ପ୍ରଦିଗ୍ଧାନ୍-ରଞ୍ଜିତ ।
BG 2.5: ଏହି ମହାନ୍ ବୟୋବୃଦ୍ଧ, ଯେଉଁମାନେ ମୋର ଗୁରୁ ଅଟନ୍ତି, ସେମାନଙ୍କୁ ହତ୍ୟାକରି ଜୀବନ ଉପଭୋଗ କରିବା ଅପେକ୍ଷା ସଂସାରରେ ଭିକ୍ଷା ମାଗି ଜୀବନ ନିର୍ବାହ କରିବା ଶ୍ରେୟସ୍କର ଅଟେ । ସେମାନଙ୍କୁ ହତ୍ୟା କରି ଯେଉଁ ସମ୍ପଦ ଓ ସୁଖ ଆମେ ଉପଭୋଗ କରିବୁ, ତାହା ରକ୍ତ ରଞ୍ଜିତ ହୋଇଥିବ ।
ଗୁରୂନହତ୍ୱା ହି ମହାନୁଭାବାନ୍
ଶ୍ରେୟୋ ଭୋକ୍ତୁଂ ଭୈକ୍ଷମପୀହ ଲୋକେ ।
ହତ୍ୱାର୍ଥକାମାଂସ୍ତୁ ଗୁରୂନିହୈବ
ଭୁଞ୍ଜୀୟ ଭୋଗାନ୍ ରୁଧିରପ୍ରଦିଗ୍ଧାନ୍ ।।୫।।
ଏହି ମହାନ୍ ବୟୋବୃଦ୍ଧ, ଯେଉଁମାନେ ମୋର ଗୁରୁ ଅଟନ୍ତି, ସେମାନଙ୍କୁ ହତ୍ୟାକରି ଜୀବନ ଉପଭୋଗ କରିବା ଅପେକ୍ଷା ସଂସାରରେ ଭିକ୍ଷା ମାଗି ଜୀବନ ନିର୍ବାହ କରିବା ଶ୍ରେୟସ୍କର …
Sign in to save your favorite verses.
Sign In
Navigate directly to the wisdom you seek
Start your day with the timeless inspiring wisdom from the Holy Bhagavad Gita delivered straight to your email!
ଏପରି ଯୁକ୍ତି କରାଯାଇ ପାରେ ଯେ ଅର୍ଜୁନ ନିଜର ଜୀବନ ନିର୍ବାହ ପାଇଁ ଯୁଦ୍ଧ କରି ରାଜ୍ୟ ଜୟ କରିବା ଆବଶ୍ୟକ ଥିଲା । କିନ୍ତୁ ଅର୍ଜୁନ ସେହି ପ୍ରକାରର ଚିନ୍ତାଧାରାକୁ ଖଣ୍ଡନ କରୁଛନ୍ତି । ସେ କହୁଛନ୍ତି, ଏପରି ଘୃଣ୍ୟ କାର୍ଯ୍ୟ କରିବା ଅପେକ୍ଷା ଭିକ୍ଷାବୃତ୍ତି ଶ୍ରେୟସ୍କର ଅଟେ । ସେ ଏପରି ମଧ୍ୟ ବିଶ୍ୱାସ କରୁଛନ୍ତି ଯେ ଯୁଦ୍ଧ କରି ସେ ଯଦି ନିଜର ଗୁରୁଜନ ଏବଂ ସମ୍ବନ୍ଧୀମାନଙ୍କୁ ହତ୍ୟା କରିବା ପରି ହୀନ କର୍ମରେ ଲିପ୍ତ ରହନ୍ତି, ତେବେ ଯୁଦ୍ଧର ଫଳ ସ୍ୱରୂପ ଅର୍ଜନ କରିଥିବା ଧନ ସମ୍ପଦ ଏବଂ କ୍ଷମତା ଉପଭୋଗ କରିବାକୁ ତାଙ୍କର ବିବେକ ତାଙ୍କୁ ଅନୁମତି ଦେବ ନାହିଁ ।
ସେକ୍ସପିୟର, ତାଙ୍କର ନାଟକ ମ୍ୟାକ୍ବେଥ୍ରେ ଏପରି ଏକ ଚରିତ୍ର ଚିତ୍ରଣ କରିଛନ୍ତି ଯିଏ ଅସଦ୍ ଉପାୟରେ ଅର୍ଜିତ ସମ୍ପତ୍ତି ଓ କ୍ଷମତାକୁ ଉପଭୋଗ କରିବା ତ ଦୂରର କଥା, ନିଜର ଅପରାଧୀ ମନୋଭାବ ଯୋଗୁଁ ନିଦ୍ରାର ସୁଖକୁ ମଧ୍ୟ ଉପଭୋଗ କରିପାରୁ ନାହାଁନ୍ତି । ମ୍ୟାକ୍ବେଥ୍ ସ୍କଟ୍ଲ୍ୟାଣ୍ଡର ଜଣେ ଅଭିଜାତ ବ୍ୟକ୍ତି ଥିଲେ । ଏକଦା ସ୍କଟ୍ଲ୍ୟାଣ୍ଡର ସମ୍ରାଟ ଭ୍ରମଣରେ ଯାଇ ରାତିରେ ବିଶ୍ରାମ ନେବା ପାଇଁ ତାଙ୍କ ଗୃହକୁ ଆସିଥିଲେ । ମ୍ୟାକ୍ବେଥ୍ଙ୍କ ସ୍ତ୍ରୀ ରାଜାଙ୍କୁ ହତ୍ୟା କରି ରାଜ ସିଂହାସନ ହାସଲ କରିବାକୁ ତାଙ୍କୁ ପ୍ରରୋଚିତ କଲେ । ସ୍ତ୍ରୀଙ୍କ ଦ୍ୱାରା ପ୍ରଭାବିତ ହୋଇ ମ୍ୟାକ୍ବେଥ୍ ରାଜାଙ୍କୁ ହତ୍ୟା କଲେ । ତା’ପରେ ସେ ଏବଂ ତାଙ୍କର ସ୍ତ୍ରୀ ସ୍କଟଲ୍ୟାଣ୍ଡର ରାଜା ଏବଂ ରାଣୀ ଭାବରେ ଅଭିଷିକ୍ତ ହେଲେ । କିନ୍ତୁ ପରେ ବର୍ଷ ବର୍ଷ ଧରି ରାତିରେ ମ୍ୟାକ୍ବେଥ୍ଙ୍କୁ ପୂର୍ଣ୍ଣ ଜାଗ୍ରତ ଅବସ୍ଥାରେ ପ୍ରାସାଦରେ ପଦଚାଳନା କରିବା ଦେଖାଯାଇଥିଲା । ନାଟ୍ୟକାର ଲେଖୁଛନ୍ତି, “ମ୍ୟାକ୍ବେଥ୍ ତାଙ୍କ ନିଦ୍ରାକୁ ହତ୍ୟା କରିଛନ୍ତି, ତେଣୁ ମ୍ୟାକ୍ବେଥ୍ ଆଉ ଶୋଇପାରିବେ ନାହିଁ ।” ରାଣୀଙ୍କୁ ବାରମ୍ବାର ହାତ ଧୋଇବାର ଦେଖାଯାଉଥିଲା, ସତେ ଯେପରି ସେ ତାଙ୍କ ହାତରୁ କାଳ୍ପନିକ ରକ୍ତ ଦାଗ ସଫା କରୁଛନ୍ତି । ଏହି ଶ୍ଳୋକରେ ଅର୍ଜୁନ କହୁଛନ୍ତି ଯେ ସେ ଯଦି ଏହି ପୂଜନୀୟ ବୟୋବୃଦ୍ଧମାନଙ୍କୁ ହତ୍ୟା କରିବେ, ତାଙ୍କର ରକ୍ତ ରଞ୍ଜିତ ଅନ୍ତରାତ୍ମା ରାଜ୍ୟ ଶାସନ କରିବାର ରାଜସିକ ସୁଖକୁ ଉପଭୋଗ କରିବାକୁ ତାଙ୍କୁ ଅନୁମତି ଦେବନାହିଁ ।