କର୍ମଜଂ ବୁଦ୍ଧିଯୁକ୍ତା ହି ଫଳଂ ତ୍ୱକ୍ତ୍ୱା ମନୀଷିଣଃ ।
ଜନ୍ମବନ୍ଧବିନିର୍ମୁକ୍ତାଃ ପଦଂ ଗଚ୍ଛନ୍ତିନାମୟମ୍ ।।୫୧।।
କର୍ମଜଂ-ସକାମ କର୍ମଯୋଗୁଁ; ବୁଦ୍ଧିଯୁକ୍ତାଃ-ସମବୁଦ୍ଧିଯୁକ୍ତ ହୋଇ; ହି-ନିଶ୍ଚିତଭାବେ; ଫଳଂ-ଫଳ; ତ୍ୟକ୍ତ୍ୱା-ତ୍ୟାଗ କରି; ମନୀଷିଣଃ- ମହାତ୍ମାମାନେ; ଜନ୍ମବନ୍ଧ-ବିନିର୍ମୁକ୍ତାଃ- ଜନ୍ମ-ମୃତ୍ୟୁ ବନ୍ଧନରୁ ମୁକ୍ତ; ପଦଂ-ସ୍ଥାନ, ଗଚ୍ଛନ୍ତି-ପ୍ରାପ୍ତ ହୁଅନ୍ତି; ଅନାମୟମ୍-ଦୁଃଖ ରହିତ ।
BG 2.51: ଜ୍ଞାନୀ ବ୍ୟକ୍ତିମାନେ ସମବୁଦ୍ଧି ଯୁକ୍ତ ହୋଇ, ଜନ୍ମ ମୃତ୍ୟୁର ଚକ୍ରର ବନ୍ଧନ କାରକ ଫଳ ପ୍ରତି ଆସକ୍ତିକୁ ତ୍ୟାଗ କରିଥାନ୍ତି । ଏହିପରି ଚେତନା ଯୁକ୍ତ ହୋଇ କର୍ମ କରିବା ଦ୍ୱାରା ସେମାନେ ସମସ୍ତ ଦୁଃଖର ଊର୍ଦ୍ଧ୍ୱ ସୋପାନକୁ ପ୍ରାପ୍ତ କରନ୍ତି ।
କର୍ମଜଂ ବୁଦ୍ଧିଯୁକ୍ତା ହି ଫଳଂ ତ୍ୱକ୍ତ୍ୱା ମନୀଷିଣଃ ।
ଜନ୍ମବନ୍ଧବିନିର୍ମୁକ୍ତାଃ ପଦଂ ଗଚ୍ଛନ୍ତିନାମୟମ୍ ।।୫୧।।
ଜ୍ଞାନୀ ବ୍ୟକ୍ତିମାନେ ସମବୁଦ୍ଧି ଯୁକ୍ତ ହୋଇ, ଜନ୍ମ ମୃତ୍ୟୁର ଚକ୍ରର ବନ୍ଧନ କାରକ ଫଳ ପ୍ରତି ଆସକ୍ତିକୁ ତ୍ୟାଗ କରିଥାନ୍ତି । ଏହିପରି ଚେତନା ଯୁକ୍ତ ହୋଇ …
Sign in to save your favorite verses.
Sign In
Navigate directly to the wisdom you seek
Start your day with the timeless inspiring wisdom from the Holy Bhagavad Gita delivered straight to your email!
ଶ୍ରୀକୃଷ୍ଣ ଆସକ୍ତିରହିତ କର୍ମ ବିଷୟରେ ଆଲୋଚନା କ୍ରମରେ ସୂଚନା ଦେଉଛନ୍ତି ଯେ ଏହା ଦୁଃଖର ସୀମାକୁ ଅତିକ୍ରମ କରାଇଥାଏ । ଜୀବନର ବିରୋଧାଭାସ ଏହା ଯେ, ଆମେ ସୁଖ ପାଇଁ ଲାଳାୟିତ ହେଉ, କିନ୍ତୁ ଦୁଃଖ ପାଇଥାଉ । ଆମେ ସ୍ନେହ ଖୋଜୁ କିନ୍ତୁ ହତାଶ ହେଉ । ଆମେ ଜୀବନ ପ୍ରତି ଲୋଭ କରୁ, କିନ୍ତୁ ପ୍ରତି ମୁହୂର୍ତ୍ତରେ ମୃତ୍ୟୁ ଦିଗକୁ ଅଗ୍ରସର ହୋଇଥାଉ । ଶ୍ରୀମଦ୍ ଭାଗବତମ୍ କହେ :
ସୁଖାୟ କର୍ମାଣି କରୋତି ଲୋକୋ ନ ତୈଃ ସୁଖଂ ବାନ୍ୟଦ୍-ଉପାରମଂ ବା
ବିନ୍ଦେତ ଭୂୟସ୍ ତତ ଏବ ଦୁଃଖଂ ଯଦ୍ ଅତ୍ର ଯୁକ୍ତଂ ଭଗବାନ୍ ବଦେନ୍ ନଃ (୩.୫.୨)
“ପ୍ରତ୍ୟେକ ବ୍ୟକ୍ତି ସୁଖ ପ୍ରାପ୍ତି ଆଶାରେ କାର୍ଯ୍ୟ କରିଥାନ୍ତି, କିନ୍ତୁ ସନ୍ତୋଷ ମିଳି ନ ଥାଏ । ତା’ ପରିବର୍ତ୍ତେ ଏହି ସବୁ କାର୍ଯ୍ୟ ଦୁଃଖ ବଢ଼ାଇଥାଏ ।” ପରିଣାମ ସ୍ୱରୂପ, ସଂସାରର ପ୍ରତ୍ୟେକ ମନୁଷ୍ୟ ଦୁଃଖୀ ଅଟନ୍ତି । କେତେ ଜଣ ନିଜର ଶରୀର ଓ ମନ ଜନିତ କଷ୍ଟ ପାଆନ୍ତି, ଅନ୍ୟ କେହି ତାଙ୍କ ପରିବାର ବା ବନ୍ଧୁବାନ୍ଧବଙ୍କ ଦ୍ୱାରା ପୀଡ଼ିତ ହୋଇଥାନ୍ତି । କେହି କେହି ଧନ ବା ଜୀବନର ଆବଶ୍ୟକତା ଅଭାବରେ କ୍ଳେଶ ଭୋଗନ୍ତି । ବସ୍ତୁବାଦୀ ମନୁଷ୍ୟମାନେ ଜାଣନ୍ତି ଯେ ସେମାନେ ଅସୁଖୀ ଅଟନ୍ତି, କିନ୍ତୁ ସେମାନେ ଭାବନ୍ତି ତାଙ୍କ ଆଗରେ ଥିବା ଅନ୍ୟ ଲୋକମାନେ ନିଶ୍ଚିତ ଭାବେ ସୁଖୀ ଅଟନ୍ତି । ତେଣୁ ସେମାନେ ସଂସାରିକ ବୈଭବ ବୃଦ୍ଧି କରିବା ଦିଗରେ ଧାବିତ ହୁଅନ୍ତି । ଏହି ଅନ୍ୱେଷଣ ଜନ୍ମ ଜନ୍ମ ଧରି ଅବ୍ୟାହତ ରହିଛି, କିନ୍ତୁ ସୁଖ କେଉଁଠାରେ ବି ଦୃଷ୍ଟିଗୋଚର ହେଉ ନାହିଁ । ସେପରି କ୍ଷେତ୍ରରେ, ମନୁଷ୍ୟ ଯଦି ଏହା ହୃଦୟଙ୍ଗମ କରିପାରିବ ଯେ ସକାମ କର୍ମ ଦ୍ୱାରା ଆଜି ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ସୁଖ ହାସଲ କରିନାହାନ୍ତି, ସେମାନେ ବୁଝିପାରିବେ ଯେ ଯେଉଁ ଦିଗରେ ସେମାନେ ଗତି କରୁଛନ୍ତି ତାହା ନିଷ୍ଫଳ ଅଟେ ଏବଂ ସେମାନେ ପଛକୁ ବୁଲି ଆଧ୍ୟାତ୍ମିକ ଦିଗରେ ଅଗ୍ରସର ହେବାକୁ ଚିନ୍ତା କରିବେ ।
ଆଧ୍ୟାତ୍ମିକ ଜ୍ଞାନ ଦ୍ୱାରା ଯେଉଁମାନଙ୍କର ବୁଦ୍ଧି ଏକାଗ୍ର ହୋଇ ଯାଇଥାଏ, ସେମାନେ ଜାଣନ୍ତି ଯେ ଭଗବାନ ଅନ୍ତିମ ଭୋକ୍ତା ଅଟନ୍ତି । ପରିଣାମ ସ୍ୱରୂପ, ସେମାନେ ତାଙ୍କର କର୍ମଫଳ ପ୍ରତି ଆସକ୍ତି ତ୍ୟାଗ କରି ସବୁ କିଛି ତାଙ୍କୁ ଅର୍ପଣ କରନ୍ତି ଏବଂ ଯାହା କିଛି ବି ତାଙ୍କର ପ୍ରସାଦ ରୂପରେ ମିଳେ ତାକୁ ସହର୍ଷ ସ୍ୱୀକାର କରନ୍ତି । ଏପରି କରିବା ଦ୍ୱାରା, ଯେଉଁ କର୍ମର ବନ୍ଧନରେ ସେମାନେ ଜନ୍ମମୃତ୍ୟୁର ଚକ୍ରରେ ଘୂରି ବୁଲୁଥିଲେ, ସେଥିରୁ ସେମାନେ ମୁକ୍ତ ହୋଇଯାଆନ୍ତି ।