Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 2, Verse 52

ଯଦା ତେ ମୋହକଲିଳଂ ବୁଦ୍ଧିର୍ବ୍ୟତିତରିଷ୍ୟତି ।
ତଦା ଗନ୍ତାସି ନିର୍ବେଦଂ ଶ୍ରୋତବ୍ୟସ୍ୟ ଶ୍ରୁତସ୍ୟ ଚ ।।୫୨।।

ଯଦା-ଯେତେବେଳେ; ତେ-ତୁମର; ମୋହ-ମାୟାମୋହ; କଲିଳଂ-ପଙ୍କକୁ; ବୁଦ୍ଧିଃ-ବୁଦ୍ଧି; ବ୍ୟତି ତରିଷ୍ୟତି- ଅତିକ୍ରମ କରାଯିବ; ତଦା-ସେତେବେଳେ; ଗନ୍ତାସି-ତୁମେ ହୋଇଯିବ; ନିର୍ବେଦଂ -ନିର୍ବେଦ ବା ଉଦାସୀନ; ଶ୍ରୋତବ୍ୟସ୍ୟ-ଯାହା ଶୁଣିବାକୁ ହେବ; ଶ୍ରୁତସ୍ୟ-ଯାହା ଶୁଣିଛ; ଚ-ଏବଂ ।

Translation

BG 2.52: ଯେତେବେଳେ ତୁମର ବୁଦ୍ଧି ମୋହରୂପୀ କର୍ଦ୍ଦମକୁ ଅତିକ୍ରମ କରିଯିବ, ତୁମେ ଯାହା ସବୁ ଶୁଣିଛ ବା ଶୁଣିବାକୁ ଅଛି (ଇହଲୋକ ଓ ପରଲୋକର ସୁଖ ବିଷୟରେ) ସେ ସମସ୍ତ ପ୍ରତି ଉଦାସୀନ ହୋଇଯିବ ।

Commentary

ଶ୍ରୀକୃଷ୍ଣ ପୂର୍ବରୁ କହିଛନ୍ତି ଯେ, ଯେଉଁମାନେ ସାଂସାରିକ ସୁଖ ପ୍ରତି ଆସକ୍ତ, ସେମାନେ ବେଦର ଆଳଙ୍କରିକ ବାଣୀ ପ୍ରତି ଆକୃଷ୍ଟ ହୋଇଥାନ୍ତି, ଯାହାକି ସଂସାରିକ ବୈଭବ ତଥା ସ୍ୱର୍ଗପ୍ରାପ୍ତି ଉଦ୍ଦେଶ୍ୟରେ ଆଡ଼ମ୍ବରପୂର୍ଣ୍ଣ ବିଧିବିଧାନ ବିଷୟ ବର୍ଣ୍ଣନା କରିଥାଏ (ଶ୍ଳୋ ; ୨-୪୨, ୨-୪୩) । କିନ୍ତୁ ଯେଉଁ ବ୍ୟକ୍ତିର ବୁଦ୍ଧି ଆଧ୍ୟାତ୍ମିକ ଜ୍ଞାନରେ ଉଦ୍‌ଭାସିତ, ସେ ଇନ୍ଦ୍ରିୟ ସୁଖ ଦାୟକ ଭୌତିକ ବସ୍ତୁ ପ୍ରତି ଲାଳାୟିତ ହୁଏ ନାହିଁ, କାରଣ ସେ ଜାଣେ ଯେ ଏସବୁ ଦୁଃଖ ଉତ୍ପନ୍ନ କାରକ ଅଟନ୍ତି । ଏପରି ବ୍ୟକ୍ତିର ବୈଦିକ ବିଧିବିଧାନ ପ୍ରତି ରୁଚି ଲୋପ ପାଇଥାଏ । ମୁଣ୍ଡକ ଉପନିଷଦ କହେ :

            ପରୀକ୍ଷ୍ୟ ଲୋକାନ୍‌କର୍ମଚିତାନ୍‌ବ୍ରାହ୍ମଣୋ ନିର୍ବେଦମାୟାନ୍ନାସ୍ତ୍ୟକୃତଃ କୃତେନ (୧.୨.୧୨)

“ବହ୍ମନିଷ୍ଠ ମହାପୁରୁଷମାନେ ବୈଦିକ ବିଧିବିଧାନର ଊର୍ଦ୍ଧ୍ୱରେ ରହନ୍ତି । ସେମାନେ ଜାଣନ୍ତି ଯେ ଏହି ଜନ୍ମ ତଥା ସ୍ୱର୍ଗଲୋକର ଫଳ ପ୍ରଦାୟିନୀ କର୍ମ ସବୁ କ୍ଷଣସ୍ଥାୟୀ ଏବଂ ଦୁଃଖ ମିଶ୍ରିତ ଅଟନ୍ତି ।”

Bookmark this Verse

Sign in to save your favorite verses.

Add a Note
Swami Mukundananda
2. ସାଂଖ୍ୟ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!