ଶ୍ରୁତିବିପ୍ରତିପନ୍ନା ତେ ଯଦା ସ୍ଥାସ୍ୟତି ନିଶ୍ଚଳା ।
ସମାଧାବଚଳା ବୁଦ୍ଧିସ୍ତଦା ଯୋଗମବାପ୍ସ୍ୟସି ।।୫୩।।
ଶ୍ରୁତି-ବିପ୍ରତିପନ୍ନା- ବେଦର ଫଳପ୍ରାପ୍ତି ବିଭାଗ ଦ୍ୱାରା ଆକର୍ଷିତ ନ ହୋଇ; ତେ-ତୁମର; ଯଦା-ଯେତେବେଳେ;ସ୍ଥାସ୍ୟତି - ରହେ; ନିଶ୍ଚଳା-ସ୍ଥିର;ସମାଧୌ -ଦିବ୍ୟ ଚେତନାରେ;ଅଚଳା -ସ୍ଥିର; ବୁଦ୍ଧିଃ-ବୁଦ୍ଧି; ତଦା-ସେତେବେଳେ; ଯୋଗମ୍-ଯୋଗ; ଅବାପ୍ସ୍ୟସି- ତୁମେ ଲାଭ କରିବ ।
BG 2.53: ଯେତେବେଳେ ତୁମର ବୁଦ୍ଧି ବେଦର ଫଳପ୍ରାପ୍ତି ସମ୍ବନ୍ଧୀୟ ବିଭାଗ ପ୍ରତି ଆକୃଷ୍ଟ ହେବନାହିଁ ଏବଂ ଦିବ୍ୟ ଚେତନାରେ ଅଟଳ ରହିବ, ତୁମେ ପରିପୂର୍ଣ୍ଣ ଯୋଗର ସ୍ଥିତି ପ୍ରାପ୍ତ କରିବ ।
ଶ୍ରୁତିବିପ୍ରତିପନ୍ନା ତେ ଯଦା ସ୍ଥାସ୍ୟତି ନିଶ୍ଚଳା ।
ସମାଧାବଚଳା ବୁଦ୍ଧିସ୍ତଦା ଯୋଗମବାପ୍ସ୍ୟସି ।।୫୩।।
ଯେତେବେଳେ ତୁମର ବୁଦ୍ଧି ବେଦର ଫଳପ୍ରାପ୍ତି ସମ୍ବନ୍ଧୀୟ ବିଭାଗ ପ୍ରତି ଆକୃଷ୍ଟ ହେବନାହିଁ ଏବଂ ଦିବ୍ୟ ଚେତନାରେ ଅଟଳ ରହିବ, ତୁମେ ପରିପୂର୍ଣ୍ଣ ଯୋଗର ସ୍ଥିତି ପ୍ରାପ୍ତ …
Sign in to save your favorite verses.
Sign In
Navigate directly to the wisdom you seek
Start your day with the timeless inspiring wisdom from the Holy Bhagavad Gita delivered straight to your email!
ସାଧକମାନେ ଆଧ୍ୟାତ୍ମିକ ମାର୍ଗରେ ଅଗ୍ରସର ହେବା ସହିତ ଭଗବାନଙ୍କ ସହିତ ସେମାନଙ୍କର ସମ୍ପର୍କ ନିବିଡ଼ ହେବାରେ ଲାଗେ । ସେତେବେଳେ ସେମାନେ ଅନୁଭବ କରନ୍ତି ଯେ ଆଗରୁ ସେମାନେ ଯେଉଁସବୁ ବୈଦିକ ବିଧିବିଧାନର ଅନୁଷ୍ଠାନ କରୁଥିଲେ, ତାହା ଜଟିଳ ଏବଂ ସମୟସାପେକ୍ଷ ଅଟେ । ସେତେବେଳେ ସେମାନେ ଦ୍ୱନ୍ଦ୍ୱରେ ପଡ଼ନ୍ତି ଯେ ଭକ୍ତି କରିବା ସହିତ ସେମାନେ ବୈଦିକ ପ୍ରଥା ସବୁ ପାଳନ କରିବାକୁ ବାଧ୍ୟ କି? ଯଦି ସେମାନେ ବୈଦିକ ପ୍ରଥା ତ୍ୟାଗ କରି କେବଳ ଭକ୍ତି ସାଧନା କରନ୍ତି, ତାହା ଅପରାଧ ରୂପେ ପରିଗଣିତ ହେବ କି? ଏହିପରି ବ୍ୟକ୍ତିମାନେ ଏହି ଶ୍ଳୋକରେ ତାଙ୍କର ଉତ୍ତର ପାଇପାରିବେ । ଶ୍ରୀକୃଷ୍ଣ କହୁଛନ୍ତି ଯେ, ବେଦର ଫଳପ୍ରାପ୍ତି ସମ୍ବନ୍ଧୀୟ ବିଭାଗ ପ୍ରତି ଆକୃଷ୍ଟ ନ ହୋଇ କେବଳ ସାଧନାରେ ମଗ୍ନ ରହିବା କୌଣସି ଅପରାଧ ନୁହେଁ, ଏହା ଏକ ଉଚ୍ଚତର ଆଧ୍ୟାତ୍ମିକ ସ୍ଥିତି ଅଟେ ।
ମାଧବେନ୍ଦ୍ର ପୁରି, ଚତୁର୍ଦ୍ଦଶ ଶତାବ୍ଦୀର ପ୍ରଖ୍ୟାତ ମହାପୁରୁଷ, ଏହାର ଦୃଢ ସମର୍ଥନ କରିଥିଲେ । ସେ ଜଣେ ବେଦଜ୍ଞ ବ୍ରାହ୍ମଣ ଥିଲେ ଏବଂ ବେଦର କର୍ମକାଣ୍ଡରେ ଲିପ୍ତ ରହୁଥିଲେ । ପରେ ସେ ସନ୍ନ୍ୟାସ ନେଇ କେବଳ ଶ୍ରୀକୃଷ୍ଣ ଭକ୍ତି ସାଧନାରେ ପୂର୍ଣ୍ଣ ମନପ୍ରାଣରେ ନିମଗ୍ନ ହେଲେ । ସେ ତାଙ୍କର ଶେଷ ଜୀବନରେ ଲେଖିଥିଲେ :
ସନ୍ଧ୍ୟା ବନ୍ଦନ ଭଦ୍ରମସ୍ତୁ ଭବତେ ଭୋଃ ସ୍ନାନ ତୁଭ୍ୟଂ ନମଃ
ଭୋ ଦେବାଃ ପିତରଶ୍ଚତରପଣ ବିଧୌ ନହଂ କ୍ଷମଃ କ୍ଷମ୍ୟତାମ୍
ଯତ୍ର କ୍ୱାପି ନିଷଦ୍ୟ ଯାଦବ କୁଳୋତ୍ତାସ୍ୟ କଂସଦ୍ୱିଷଃ
ସ୍ମାରଂ ସ୍ମାରମଘଂ ହରାମି ତଦଳଂ ମନ୍ୟେ କିମନ୍ୟେନ ମେ ।
“ମୁଁ ସମସ୍ତ ବୈଦିକ ପ୍ରଥା ନିକଟରେ କ୍ଷମା ପ୍ରାର୍ଥନା କରୁଛି କାରଣ ସେମାନଙ୍କର ସମ୍ମାନ କରିବାକୁ ମୋ ପାଖରେ ସମୟ ନାହିଁ । ତେଣୁ ହେ ପ୍ରିୟ ସନ୍ଧ୍ୟା ବନ୍ଦନ (ବ୍ରାହ୍ମଣମାନଙ୍କ ଦ୍ୱାରା ପ୍ରତ୍ୟହ ତିନିଥର କରାଯାଉଥିବା ଏକ ନିର୍ଦ୍ଦିଷ୍ଟ ବୈଦିକ ବିଧି),ପବିତ୍ର ସ୍ନାନ, ଦେବତାମାନଙ୍କ ଉଦ୍ଦେଶ୍ୟରେ କରାଯାଉଥିବା ଯଜ୍ଞ, ପୂର୍ବପୁରୁଷଙ୍କ ପ୍ରତି ତର୍ପଣ ଇତ୍ୟାଦି ଦୟା କରି ମୋତେ କ୍ଷମା କରନ୍ତୁ । ବର୍ତ୍ତମାନ ମୁଁ ଯେଉଁଠାରେ ବି ବସୁଛି, କଂସର ଶତ୍ରୁ, ଭଗବାନ ଶ୍ରୀକୃଷ୍ଣଙ୍କର ସ୍ମରଣ କରୁଛି ଏବଂ ତାହା ମୋତେ ସାଂସାରିକ ବନ୍ଧନରୁ ମୁକ୍ତ କରିବା ପାଇଁ ଯଥେଷ୍ଟ ଅଟେ ।”
ଶ୍ରୀକୃଷ୍ଣ ଏହି ଶ୍ଳୋକରେ ସମାଧାବ-ଅଚଳା ଶବ୍ଦ ବ୍ୟବହାର କରିଛନ୍ତି, ଯାହା ଆଧ୍ୟାତ୍ମିକ ଚେତନାରେ ଏକାଗ୍ର ଅବସ୍ଥାକୁ ସୂଚିତ କରେ । ସମାଧି ଶବ୍ଦଟି ସମ୍ (ସ୍ଥିର) ଏବଂ ଧି (ବୁଦ୍ଧି) ଶବ୍ଦର ସମାହାର ଅଟେ, ଯାହାର ଅର୍ଥ ‘ବୁଦ୍ଧିର ସମ୍ପୂର୍ଣ୍ଣ ସ୍ଥିର ଅବସ୍ଥା’ । ଯେଉଁ ବ୍ୟକ୍ତି ସାଂସାରିକ ପ୍ରଲୋଭନ ଦ୍ୱାରା ବିଚଳିତ ନ ହୋଇ ଆଧ୍ୟାତ୍ମିକ ଚେତନାରେ ସ୍ଥିର ରହେ, ସେ ସମାଧି ବା ବିଶୁଦ୍ଧ ଯୋଗାବସ୍ଥା ପ୍ରାପ୍ତ କରେ ।