ଶ୍ରୀଭଗବାନୁବାଚ
ପ୍ରଜହାତି ଯଦା କାମାନ୍ସର୍ବାନ୍ପାର୍ଥ ମନୋଗତାନ୍ ।
ଆତ୍ମନ୍ୟେବାତ୍ମନା ତୁଷ୍ଟଃ ସ୍ଥିତପ୍ରଜ୍ଞସ୍ତଦୋଚ୍ୟତେ ।।୫୫।।
ଶ୍ରୀ ଭଗବାନ ଉବାଚ- ପରମ ପୁରୁଷ ଭଗବାନ କହିଲେ; ପ୍ରଜହାତି-ତ୍ୟାଗ କରେ; ଯଦା-ଯେତେବେଳେ; କାମାନ୍-ଇନ୍ଦ୍ରିୟ ସୁଖଭୋଗ କାମନା; ସର୍ବାନ୍-ସମସ୍ତ ପ୍ରକାର; ପାର୍ଥ- ହେ ପୃଥାପୁତ୍ର; ମନଃ-ଗତାନ୍- ମନର; ଆତ୍ମନି-ଆତ୍ମାରେ; ଏବ-କେବଳ; ଆତ୍ମନା-ବିଶୁଦ୍ଧ ମନରେ; ତୁଷ୍ଟଃ-ସନ୍ତୁଷ୍ଟ; ସ୍ଥିତପ୍ରଜ୍ଞଃ-ସ୍ଥିର ବୁଦ୍ଧି; ତଦା-ସେହି ସମୟରେ; ଉଚ୍ୟତେ-କୁହାଯାଏ ।
BG 2.55: ପରମ ପୁରୁଷ ଶ୍ରୀ ଭଗବାନ କହିଲେ, ହେ ପାର୍ଥ! ଯେତେବେଳେ ବ୍ୟକ୍ତି ସମସ୍ତ ସ୍ୱାର୍ଥଯୁକ୍ତ କାମନା ଏବଂ ମନକୁ ଅଶାନ୍ତ କରୁôଥବା ଇନ୍ଦ୍ରିୟ ଲାଳସା ତ୍ୟାଗ କରି ଆତ୍ମାର ଅନୁଭୂତିରେ ସନ୍ତୁଷ୍ଟ ରହେ, ସେପରି ବ୍ୟକ୍ତିଙ୍କୁ ସ୍ଥିତପ୍ରଜ୍ଞ କୁହାଯାଏ ।
ଶ୍ରୀଭଗବାନୁବାଚ
ପ୍ରଜହାତି ଯଦା କାମାନ୍ସର୍ବାନ୍ପାର୍ଥ ମନୋଗତାନ୍ ।
ଆତ୍ମନ୍ୟେବାତ୍ମନା ତୁଷ୍ଟଃ ସ୍ଥିତପ୍ରଜ୍ଞସ୍ତଦୋଚ୍ୟତେ ।।୫୫।।
ପରମ ପୁରୁଷ ଶ୍ରୀ ଭଗବାନ କହିଲେ, ହେ ପାର୍ଥ! ଯେତେବେଳେ ବ୍ୟକ୍ତି ସମସ୍ତ ସ୍ୱାର୍ଥଯୁକ୍ତ କାମନା ଏବଂ ମନକୁ ଅଶାନ୍ତ କରୁôଥବା ଇନ୍ଦ୍ରିୟ ଲାଳସା ତ୍ୟାଗ କରି …
Sign in to save your favorite verses.
Sign In
Navigate directly to the wisdom you seek
Start your day with the timeless inspiring wisdom from the Holy Bhagavad Gita delivered straight to your email!
ଏଠାରେ ଶ୍ରୀକୃଷ୍ଣ ଅର୍ଜୁନଙ୍କର ପ୍ରଶ୍ନଗୁଡ଼ିକର ଉତ୍ତର ଦେବା ଆରମ୍ଭ କରିଛନ୍ତି ଏବଂ ତାହାକୁ ଅଧ୍ୟାୟର ଶେଷ ପର୍ଯ୍ୟନ୍ତ ଜାରି ରଖିଛନ୍ତି । ସମସ୍ତ ଅଂଶୀ ତାର ଅଂଶ ପ୍ରତି ସ୍ୱଭାବତଃ ଆକର୍ଷିତ ହୁଅନ୍ତି, ଯେମିତି ଗୋଟିଏ ପଥର ଖଣ୍ଡ ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ପୃଥିବୀ ଆଡ଼କୁ ଆକର୍ଷିତ ହୁଏ । ପ୍ରତ୍ୟେକ ଜୀବ ଭଗବାନଙ୍କର ଏକ ଅଂଶ, ଯିଏକି ଅନନ୍ତ ଆନନ୍ଦ ଅଟନ୍ତି । ତେଣୁ ଜୀବ ଅନନ୍ତ ଆନନ୍ଦ ସିନ୍ଧୁର ଏକ ଅଂଶ ଅଟେ ଏବଂ ଏହା ଆନନ୍ଦ ପାଇଁ ଏକ ସହଜାତ ଆକର୍ଷଣ ଅନୁଭବ କରେ । ଭଗବାନଙ୍କ ଠାରୁ ଜୀବ ଆତ୍ମାର ଯେଉଁ ଆନନ୍ଦ ଆସ୍ୱାଦନ କରିବା ପାଇଁ ଲାଳାୟିତ ରହିଥାଏ, ତାହାକୁ “ଦିବ୍ୟ ପ୍ରେମ” କୁହାଯାଏ । କିନ୍ତୁ ଅଜ୍ଞାନତା ବଶତଃ ନିଜକୁ ଶରୀର ମନେକରି ଜୀବ ଯେଉଁ ଶାରୀରିକ ସୁଖ ସଂସାରରେ ଖୋଜି ବୁଲୁଥାଏ, ତାହାକୁ ‘କାମନା’ କୁହାଯାଏ ।
ଶାସ୍ତ୍ରମାନଙ୍କରେ ସଂସାରକୁ ମୃଗତୃଷ୍ଣା ଭାବରେ ବର୍ଣ୍ଣନା କରାଯାଇଅଛି । ସୂର୍ଯ୍ୟ ରଶ୍ମି ଉତ୍ତପ୍ତ ମରୁଭୂମିର ବାଲୁକାରେ ପ୍ରତିଫଳିତ ହୋଇ ମୃଗ ପାଇଁ ଜଳର ଭ୍ରମ ସୃଷ୍ଟି କରିଥାଏ । ସେ ଭାବେ ଆଗରେ ପାଣି ଅଛି ଏବଂ ତୃଷ୍ଣା ମେଣ୍ଟାଇବା ପାଇଁ ସେ ତା’ ପଛରେ ଧାଇଁବାରେ ଲାଗେ । ସେ ଯେତେ ଆଗକୁ ଯାଏ ମରିଚିକା ସେତେ ଦୂରକୁ ଘୁଞ୍ଚିଯାଏ । ତାହାର ସ୍ୱଳ୍ପ ବୁଦ୍ଧି ଏହା ଜାଣିପାରେ ନାହିଁ ଯେ ସେ ଏକ ଭ୍ରମ ପଛରେ ଧାଇଁଛି । ସେହି ହତଭାଗ୍ୟ ମୃଗ କାଳ୍ପନିକ ଜଳର ପଛରେ ଦୌଡ଼ି ଦୌଡ଼ି କ୍ଳାନ୍ତ ହୋଇ ମରୁଭୂମିର ବାଲୁକାରେ ମୃତ୍ୟୁବରଣ କରେ । ସେହିପରି ମାୟିକ ଶକ୍ତି ‘ମାୟା’ ମଧ୍ୟ ଆନନ୍ଦର ଭ୍ରମ ଉତ୍ପନ୍ନ କରାଏ ଏବଂ ଇନ୍ଦ୍ରିୟମାନଙ୍କର ତୃପ୍ତି ଆଶାରେ ଆମେ ସେହି କାଳ୍ପନିକ ସୁଖ ପଛରେ ଧାଇଁବାରେ ଲାଗୁ । କିନ୍ତୁ ଆମର ଶତ ଚେଷ୍ଟା ସତ୍ତ୍ୱେ ସୁଖ ଆମଠାରୁ ଦୂରକୁ ଅପସରି ଯାଏ । ଗରୁଡ଼ ପୁରାଣରେ ଉଲ୍ଲେଖ ଅଛି:
ଚକ୍ରଧରୋଽପି ସୁରତ୍ୱଂ ସୁରତ୍ୱଲାଭେ ସକଳସୁରପତିତ୍ୱମ୍
ଭବିତୁଂ ସୁରପତିରୁର୍ଦ୍ଧ୍ୱଗତିତ୍ୱଂ ତଥାପି ନନିବର୍ତତେ ତୃଷ୍ଣା । (୨.୧୨.୧୪)
“ଜଣେ ରାଜା ସମ୍ପୂର୍ଣ୍ଣ ପୃଥିବୀର ସମ୍ରାଟ ହେବାକୁ ଚାହାଁନ୍ତି; ସମ୍ରାଟ ସ୍ୱର୍ଗର ଦେବତା ହେବାକୁ ଚାହାଁନ୍ତି; ଦେବତା ସ୍ୱର୍ଗ ସମ୍ରାଟ ଇନ୍ଦ୍ରପଦ ଆଶା କରନ୍ତି ଏବଂ ଇନ୍ଦ୍ର ଦ୍ୱିତୀୟ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କର ପଦ ଚାହାଁନ୍ତି । ତଥାପି ମାୟିକ ସୁଖର ତୃଷ୍ଣା କେବେ ବି ସନ୍ତୁଷ୍ଟ ହୁଏ ନାହିଁ ।
କିନ୍ତୁ ଯେତେବେଳେ ଜଣେ ସାଂସାରିକ ପ୍ରଲୋଭନରୁ ମନକୁ ହଟାଇବାର କଳା ଶିଖିଯାଏ ଏବଂ ଇନ୍ଦ୍ରିୟମାନଙ୍କର କାମନା ତ୍ୟାଗ କରେ ସେହି ବ୍ୟକ୍ତି ଆତ୍ମାର ସୁଖାନୁଭୂତି ଅନୁଭବ କରି ଅନୁଭବାତୀତ ସ୍ତରରେ ସ୍ଥିତ ହୋଇଯାଏ । କଠୋପନିଷଦ ତ ଏପରି କହିଥାଏ ଯେ ଯେଉଁ ବ୍ୟକ୍ତି କାମନା ତ୍ୟାଗ କରେ ସେ ଭଗବାନଙ୍କ ସଦୃଶ ହୋଇଯାଏ :
ଯଦା ସର୍ବେ ପ୍ରମୁଚ୍ୟନ୍ତେ କାମାୟେଽସ୍ୟ ହୃଦି ଶ୍ରିତଃ
ଅଥ ମର୍ତ୍ୟୋଽମୃତୋ ଭବତ୍ୟତ୍ର ବହ୍ମ ସମଶ୍ନୁତେ । (୨.୩.୧୪)
“ହୃଦୟରୁ ସମସ୍ତ ସ୍ୱାର୍ଥଯୁକ୍ତ କାମନା ତ୍ୟାଗ କରି ମାୟାବଦ୍ଧ ଜୀବାତ୍ମା ଜନ୍ମ ମୃତ୍ୟୁର ଚକ୍ରରୁ ମୁକ୍ତ ହୋଇଯାଏ ଏବଂ ଗୁଣରେ ଭଗବାନଙ୍କ ପରି ହୋଇଯାଏ । ଶ୍ରୀକୃଷ୍ଣ ଏହି ଶ୍ଳୋକରେ କହୁଛନ୍ତି ଯେ ଜଣେ ସ୍ଥିତପ୍ରଜ୍ଞ ବ୍ୟକ୍ତି ସେ ଅଟନ୍ତି ଯିଏ ନିଜର ସମସ୍ତ ସ୍ୱାର୍ଥଯୁକ୍ତ କାମନା ଏବଂ ଇନ୍ଦ୍ରିୟ ଲାଳସା ତ୍ୟାଗ କରି ଆତ୍ମାରେ ସନ୍ତୁଷ୍ଟ ରହିଥାଆନ୍ତି ।