Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 2, Verse 57

ଯଃ ସର୍ବତ୍ରାନଭିସ୍ନେହସ୍ତତ୍ତତ୍‌ପ୍ରାପ୍ୟ ଶୁଭାଶୁଭମ୍ ।
ନାଭିନନ୍ଦତି ନ ଦ୍ୱେଷ୍ଟି ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା ।।୫୭।।

ଯଃ-ଯିଏ; ସର୍ବତ୍ର- ସବୁଠାରେ; ଅନଭିସ୍ନେହଃ- ଆସକ୍ତିରହିତ; ତତ୍‌-ତାହା;ତତ୍‌-ତାହା ପ୍ରାପ୍ୟ- ପ୍ରାପ୍ତ କରି; ଶୁଭ-ଶୁଭ (ଭଲ); ଅଶୁଭମ୍‌- ଅଶୁଭ (ମନ୍ଦ); ନ- ନୁହେଁ; ଅଭିନନ୍ଦତି-ଆନନ୍ଦିତ ହେବା; ନ-ନୁହେଁ; ଦ୍ୱେଷ୍ଟି-ନିରାଶ ହେବା; ତସ୍ୟ-ତାଙ୍କର; ପ୍ରଜ୍ଞା-ଠିକ୍ ଜ୍ଞାନ; ପ୍ରତିଷ୍ଠିତା-ପ୍ରତିଷ୍ଠିତ ।

Translation

BG 2.57: ଯିଏ ସମସ୍ତ ପରିସ୍ଥିତିରେ ଅନାସକ୍ତ ରହନ୍ତି ଏବଂ ସୌଭାଗ୍ୟ ପ୍ରାପ୍ତିରେ ଆନନ୍ଦିତ ହୁଅନ୍ତି ନାହିଁ କି ପ୍ରତିକୂଳ ପରିସ୍ଥିତିରେ ନିରାଶ ହୁଅନ୍ତି ନାହିଁ, ସେ ପୂର୍ଣ୍ଣ ଜ୍ଞାନ ଯୁକ୍ତ ଯୋଗୀ ଅଟନ୍ତି ।

Commentary

ପ୍ରସିଦ୍ଧ ବ୍ରିଟିଶ୍ କବି, ରୁଡ଼ୟାର୍ଡ଼ କିପଲିଂଗ, ସ୍ଥିତପ୍ରଜ୍ଞ ଉପରେ ରଚିତ ଏହି ଶ୍ଳୋକର ମର୍ମକୁ ତାଙ୍କର କବିତା ଇଫ୍ (ଓଲ)ରେ ଅନ୍ତର୍ନିହିତ କରିଛନ୍ତି । ଏଠାରେ ତାହାର କିଛି ପଂକ୍ତି ଉଦ୍ଧୃତ କରାଯାଉଛି ।

ଯଦି ତୁମେ ସ୍ୱପ୍ନ ଦେଖିବ- ଏବଂ ସ୍ୱପ୍ନକୁ ତୁମର ମାଲିକ କରିବ ନାହିଁ,
ଯଦି ତୁମେ ଚିନ୍ତା କରିବା- ଏବଂ ଚିନ୍ତାକୁ ତୁମର ଉଦ୍ଦେଶ୍ୟ କରିବ ନାହିଁ ,
ଯଦି ତୁମେ ଜୟ ଏବଂ ପରାଜୟର ସମ୍ମୁଖୀନ ହେବ ଏବଂ ଉଭୟକୁ ସମାନ ଦୃଷ୍ଟିରେ ଦେଖିବ....
ଯଦି ଶତ୍ରୁ ବା ମିତ୍ର କେହି ତୁମକୁ ଆଘାତ ଦେଇପାରିବେ ନାହିଁ ।
ଯଦି ଅନେକ ଲୋକ ତୁମର ଅଟନ୍ତି, କିନ୍ତୁ କେହି ବି ଅତ୍ୟଧିକ ନୁହଁନ୍ତି ।
ଯଦି ତୁମେ ଗୋଟିଏ ନିର୍ମମ ମିିନିଟ୍ ଅନ୍ତର୍ଗତ
ଷାଠିଏ ସେକେଣ୍ଡର ପୂର୍ଣ୍ଣ ବିନିଯୋଗ କରି ପାରିବ
ତେବେ ଏ ସଂସାର ତୁମର ଏବଂ ଏହାର ସବୁକିଛି ତୁମର ହୋଇଯିବ ।
ଅଧିକନ୍ତୁ, ହେ ପୁତ୍ର! ତୁମେ ଜଣେ ପୁରୁଷ ହୋଇଯିବ ।

ଏହି କବିତାର ଲୋକପ୍ରିୟତା ସୂଚାଇ ଥାଏ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କଠାରେ ଜ୍ଞାନୋଦୟର ଏକ ସହଜାତ ପ୍ରବୃତ୍ତି ରହିଛି, ଯାହା ଶ୍ରୀକୃଷ୍ଣ ଏଠାରେ ଅର୍ଜୁନଙ୍କୁ ବର୍ଣ୍ଣନା କରୁଛନ୍ତି । ଜଣେ ଆଶ୍ଚର୍ଯ୍ୟ ହୋଇପାରେ କେମିତି ଜଣେ ଇଂରାଜୀ କବି ଜ୍ଞାନର ଏହି ସ୍ଥିତି ବିଷୟରେ ବର୍ଣ୍ଣନା କରୁଛନ୍ତି ଯାହା ପରମେଶ୍ୱର କହିଛନ୍ତି । ବାସ୍ତବରେ ଜ୍ଞାନୋଦୟର ଏହି ପ୍ରବୃତ୍ତି ଜୀବର ସହଜାତ ସ୍ୱଭାବ ଅଟେ । ତେଣୁ ପୃଥିବୀର ସମସ୍ତ ସମାଜରେ, ପ୍ରତ୍ୟେକ ବ୍ୟକ୍ତି ଜ୍ଞାତସାରରେ ବା ଅଜ୍ଞାତସାରରେ ଏହାପ୍ରତି ଲାଳାୟିତ ହୁଅନ୍ତି । ଅର୍ଜୁନଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀକୃଷ୍ଣ ଏଠାରେ ଏହାର ବର୍ଣ୍ଣନା କରୁଛନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
2. ସାଂଖ୍ୟ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!