ବିଷୟା ବିନିବର୍ତନ୍ତେ ନିରାହାରସ୍ୟ ଦେହିନଃ ।
ରସବର୍ଜଂ ରସୋଽପ୍ୟସ୍ୟ ପରଂ ଦୃଷ୍ଟ୍ୱା ନିବର୍ତତେ ।।୫୯।।
ବିଷୟାଃ- ଇନ୍ଦ୍ରିୟ ଭୋଗ୍ୟବସ୍ତୁ ; ବିନିବର୍ତନ୍ତେ- ଦୂରରେ ରହିବା; ନିରାହାରସ୍ୟ-ଆତ୍ମସଂଯମର ଅଭ୍ୟାସ; ଦେହିନଃ-ଦେହୀର; ରସବର୍ଜଂ-ରସକୁ ବର୍ଜନ କରି; ରସଃ-ସ୍ୱାଦ; ଅପି-ଯଦିଓ; ଅସ୍ୟ- ବ୍ୟକ୍ତିର; ପରଂ-ପରତତ୍ତ୍ୱର; ଦୃଷ୍ଟ୍ବା- ଅନୁଭବ କରି; ନିବର୍ତତେ- ତହିଁରୁ କ୍ଷାନ୍ତ ହୁଏ ।
BG 2.59: ସାଧକମାନେ ନିଜକୁ ଇନ୍ଦ୍ରିୟଭୋଗ୍ୟ ବସ୍ତୁଠାରୁ ଦୂରେଇ ରଖିପାରନ୍ତି, କିନ୍ତୁ ସେହି ଭୋଗ୍ୟ ବସ୍ତୁଗୁଡ଼ିକର ସ୍ୱାଦର ଚେତନା ଇନ୍ଦ୍ରିୟମାନଙ୍କ ଠାରେ ତଥାପି ରହିଯାଇଥାଏ । ପରତତ୍ତ୍ୱର ଉପଲବ୍ଧିରେ ସେହି ସ୍ୱାଦ ମଧ୍ୟ ସମାପ୍ତ ହୋଇଯାଏ ।
ବିଷୟା ବିନିବର୍ତନ୍ତେ ନିରାହାରସ୍ୟ ଦେହିନଃ ।
ରସବର୍ଜଂ ରସୋଽପ୍ୟସ୍ୟ ପରଂ ଦୃଷ୍ଟ୍ୱା ନିବର୍ତତେ ।।୫୯।।
ସାଧକମାନେ ନିଜକୁ ଇନ୍ଦ୍ରିୟଭୋଗ୍ୟ ବସ୍ତୁଠାରୁ ଦୂରେଇ ରଖିପାରନ୍ତି, କିନ୍ତୁ ସେହି ଭୋଗ୍ୟ ବସ୍ତୁଗୁଡ଼ିକର ସ୍ୱାଦର ଚେତନା ଇନ୍ଦ୍ରିୟମାନଙ୍କ ଠାରେ ତଥାପି ରହିଯାଇଥାଏ । ପରତତ୍ତ୍ୱର ଉପଲବ୍ଧିରେ ସେହି …
Sign in to save your favorite verses.
Sign In
Navigate directly to the wisdom you seek
Start your day with the timeless inspiring wisdom from the Holy Bhagavad Gita delivered straight to your email!
ଉପବାସ ସମୟରେ ଇନ୍ଦ୍ରିୟର ଖାଦ୍ୟ କାମନା କ୍ଷୀଣ ହୋଇଯାଏ । ସେହିପରି ଅସୁସ୍ଥତା ସମୟରେ ମନୋରଞ୍ଜନ ସାମଗ୍ରୀ ପ୍ରତି ମନ ଆକର୍ଷିତ ହୁଏନାହିଁ । କିନ୍ତୁ ଅନାଗ୍ରହର ଏହି ଅବସ୍ଥା କ୍ଷଣସ୍ଥାୟୀ ଅଟେ, କାମନାର ବୀଜ ମନ ଭିତରେ ରହିଥାଏ । ଯେତେବେଳେ ଉପବାସ ସମାପ୍ତ ହୁଏ ବା ଅସୁସ୍ଥତା ଦୂର ହୁଏ, ପୁନର୍ବାର କାମନା ଜାଗ୍ରତ ହୁଏ ।
କାମନାର ବୀଜ କ’ଣ ? ଆତ୍ମା ଭଗବାନଙ୍କର ଏକ କ୍ଷୁଦ୍ର ଅଂଶ ଅଟେ । ତେଣୁ ଭଗବାନଙ୍କର ଦିବ୍ୟ ଆନନ୍ଦ ପ୍ରତି ଆକର୍ଷଣ ଏହାର ଏକ ଅନ୍ତର୍ନିହିତ ସ୍ୱଭାବ । ଯେପର୍ଯ୍ୟନ୍ତ ଦିବ୍ୟ ଆନନ୍ଦ ପ୍ରାପ୍ତ ହୋଇନାହିଁ, ଆତ୍ମା କେବେବି ସନ୍ତୁଷ୍ଟ ହେବନାହିଁ ଏବଂ ଆନନ୍ଦର ଅନ୍ୱେଷଣ କରୁଥିବ । ସାଧକମାନେ ବଳପୂର୍ବକ ଇଚ୍ଛାଶକ୍ତି ଦ୍ୱାରା ତାଙ୍କର ଇନ୍ଦ୍ରିୟମାନଙ୍କୁ ଦମନ କରିପାରନ୍ତି, କିନ୍ତୁ ଏପରି ଦମନ କ୍ଷଣସ୍ଥାୟୀ । କାରଣ ଏହା କାମନାର ଅଗ୍ନିଶିଖା ନିର୍ବାପିତ କରି ପାରେନାହିଁ । କିନ୍ତୁ ଆତ୍ମା ଯେତେବେଳେ ପରମାତ୍ମାଙ୍କ ଭକ୍ତିରେ ନିମଗ୍ନ ହୋଇ ଦିବ୍ୟାନନ୍ଦର ଆସ୍ୱାଦନ କରେ, ସେ ଉଚ୍ଚତର ସ୍ତରର ଅନୁଭୂତି ପାଏ ଯାହା ପାଇଁ ସେ ଅନନ୍ତ ଜନ୍ମ ଧରି ଚେଷ୍ଟାରତ ଥିଲା । ତୈତ୍ରିୟ ଉପନିଷଦ କହେ:
ରସୋ ବୈ ସଃ ରସଂ ହ୍ୟେବାୟଂ ଲବ୍ଧ୍ୱାଽନନ୍ଦୀ ଭବତି । (୨.୭.୨)
ଭଗବାନ ପରିପୂର୍ଣ୍ଣ ଆନନ୍ଦ ଅଟନ୍ତି । ଆତ୍ମା ଯେତେବେଳେ ଭଗବତ୍ପ୍ରାପ୍ତି କରେ, ସେ ଆନନ୍ଦରେ ପରିତୃପ୍ତ ହୋଇଯାଏ । ସେତେବେଳେ ବ୍ୟକ୍ତିର ସ୍ୱାଭାବିକ ଭାବେ ନିମ୍ନସ୍ତରର ଇନ୍ଦ୍ରିୟ ସୁଖ ପ୍ରତି ବିମୁଖତା ପ୍ରକାଶ ପାଏ । ଏହି ବୈରାଗ୍ୟ ଯାହା ଭକ୍ତିରୁ ଉତ୍ପନ୍ନ ହୁଏ, ତାହା ଦୃଢ଼ ଓ ଅବିଚଳିତ ହୋଇଥାଏ ।
ଅତଏବ, ଭଗବଦ୍ ଗୀତା ଶୁଷ୍କ ଇନ୍ଦ୍ରିୟ ଦମନର ଶିକ୍ଷା ଦିଏନାହିଁ, ବରଂ ଏହା ଉର୍ଦ୍ଧ୍ୱୀକରଣ ପ୍ରକ୍ରିୟାରେ କାମନାଗୁଡ଼ିକୁ ଭଗବତ୍ ଅଭିମୁଖୀ କରାଇବାର ଏକ ସୁନ୍ଦର ମାର୍ଗ ପ୍ରଶସ୍ଥ କରାଇଥାଏ । ସନ୍ଥ ରାମକୃଷ୍ଣ ପରମହଂସ ଏହି ସିଦ୍ଧାନ୍ତକୁ ଅତି ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରିବାକୁ ଯାଇ କହନ୍ତି: ଭକ୍ତି ଉଚ୍ଚତମଙ୍କ ପ୍ରତି ପ୍ରେମ ଅଟେ; ଏବଂ ନିମ୍ନତମଙ୍କ ପ୍ରତି ଆସକ୍ତି ସ୍ୱତଃ ଦୂର ହୋଇଯିବ ।