ତାନି ସର୍ବାଣି ସଂଯମ୍ୟ ଯୁକ୍ତ ଆସୀତ ମତ୍ପରଃ ।
ବଶେ ହି ଯସ୍ୟେନ୍ଦ୍ରିୟାଣି ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା ।।୬୧।।
ତାନି- ସେମାନଙ୍କୁ; ସର୍ବାଣି- ସମସ୍ତ; ସଂଯମ୍ୟ- ସଂଯତ କରି; ଯୁକ୍ତଃ-ଯୁକ୍ତ; ଆସୀତ-ସ୍ଥିତ ରହି; ମତ୍ପରଃ-ମୋ ପ୍ରତି; ବଶେ-ସଂପୂର୍ଣ୍ଣ ବଶୀଭୂତ; ହି-ନିଶ୍ଚିତଭାବରେ; ଯସ୍ୟ-ଯାହାର; ଇନ୍ଦ୍ରିୟାଣି-ଇନ୍ଦ୍ରିୟଗୁଡ଼ିକ;ତସ୍ୟ-ତା’ର; ପ୍ରଜ୍ଞା-ପ୍ରଜ୍ଞା; ପ୍ରତିଷ୍ଠିତା-ସ୍ଥିର ରହେ ।
BG 2.61: ଯେଉଁମାନେ ନିଜ ଇନ୍ଦ୍ରିୟମାନଙ୍କୁ ବଶ କରନ୍ତି ଏବଂ ମନ ନିରନ୍ତର ମୋ ଠାରେ ନିମଗ୍ନ ରଖନ୍ତି, ସେମାନେ ପ୍ରକୃତ ଜ୍ଞାନରେ ସ୍ଥିତ ।
ତାନି ସର୍ବାଣି ସଂଯମ୍ୟ ଯୁକ୍ତ ଆସୀତ ମତ୍ପରଃ ।
ବଶେ ହି ଯସ୍ୟେନ୍ଦ୍ରିୟାଣି ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା ।।୬୧।।
ଯେଉଁମାନେ ନିଜ ଇନ୍ଦ୍ରିୟମାନଙ୍କୁ ବଶ କରନ୍ତି ଏବଂ ମନ ନିରନ୍ତର ମୋ ଠାରେ ନିମଗ୍ନ ରଖନ୍ତି, ସେମାନେ ପ୍ରକୃତ ଜ୍ଞାନରେ ସ୍ଥିତ ।
Sign in to save your favorite verses.
Sign In
Navigate directly to the wisdom you seek
Start your day with the timeless inspiring wisdom from the Holy Bhagavad Gita delivered straight to your email!
ଏହି ଶ୍ଳୋକରେ “ଯୁକ୍ତ” ଶବ୍ଦଟି “ଭକ୍ତିରେ ତଲ୍ଲୀନ” ଏବଂ ମତ୍ ପରଃ ଶବ୍ଦଟି “ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି” ଭାବେ ସୂଚିତ କରୁଅଛି । ‘ଆସୀତ’ ଶବ୍ଦର ଅର୍ଥକୁ ଏଠାରେ “ସ୍ଥିତ ବା ପ୍ରତିଷ୍ଠିତ” ଅର୍ଥରେ ବୁଝିବାକୁ ପଡ଼ିବ । ବଳବାନ ଇନ୍ଦ୍ରିୟ ଓ ମନକୁ ବଶୀଭୂତ କରିବାର ଆବଶ୍ୟକତା ବିଷୟରେ ବୁଝାଇବା ପରେ, ଶ୍ରୀକୃଷ୍ଣ ତା’ର ସଠିକ୍ ବିନିଯୋଗ ଭଗବତ୍ ଭକ୍ତିରେ କରିବାକୁ କହୁଛନ୍ତି । ଶ୍ରୀମଦ୍ ଭାଗବତମ୍ରେ ରାଜା ଅମ୍ବରିଶଙ୍କ ଉଦାହରଣରେ ଏହି ପ୍ରକ୍ରିୟାକୁ ଅତ୍ୟନ୍ତ ସୁନ୍ଦର ଭାବରେ ଚିତ୍ରଣ କରାଯାଇଅଛି ।
ସ ବୈ ମନଃ କୃଷ୍ଣ-ପଦାରବିନ୍ଦୟୋର୍
ବଚାଂସି ବୈକୁଣ୍ଠ- ଗୁଣାନୁବର୍ଣ୍ଣନେ ।
କରୌ ହରେର୍ ମନ୍ଦିର-ମାର୍ଜନାଦିଷୁ
ଶ୍ରୁତିଂ ଚକାରାଚ୍ୟୁତ-ସତ୍-କଥୋଦୟେ ।
ମୁକୁନ୍ଦ-ଲିଙ୍ଗାଲୟ-ଦର୍ଶନେ ଦୃଶୌ
ତଦ୍-ଭୃତ୍ୟ-ଗାତ୍ର-ସ୍ପର୍ଶେଽଙ୍ଗ-ସଂଗମମ୍ ।
ଘ୍ରାଣଂ ଚ ତତ୍-ପାଦ-ସରୋଜ-ସୌରଭେ
ଶ୍ରୀମତ୍-ତୁଲସ୍ୟା ରସନାଂ ତଦ୍-ଅର୍ପିତେ ।
ପାଦୌ ହରେଃ କ୍ଷେତ୍ର-ପଦାନୁସର୍ପଣେ,
ଶିରୋ ହୃଷୀକେଶ-ପଦାଭିବନ୍ଦନେ ।
କାମଂ ଚ ଦାସ୍ୟେ ନ ତୁ କାମ-କାମ୍ୟୟା
ଯଥୋତ୍ତମଶ୍ଳୋକ-ଜନାଶ୍ରୟା ରତିଃ । (୯.୪.୧୮-୨୦)
“ଅମ୍ବରିଶ ତାଙ୍କର ମନକୁ ଶ୍ରୀକୃଷ୍ଣଙ୍କ ପଦାରବିନ୍ଦରେ ସ୍ଥିର କରିଥିଲେ । ସେ ତାଙ୍କର ଜିହ୍ୱାକୁ ଭଗବାନଙ୍କ ପବିତ୍ର ନାମ, ରୂପ, ଗୁଣ ଏବଂ ଲୀଳା ଗାନ କରିବାରେ ଉପଯୋଗ କରୁଥିଲେ । ସେ ତାଙ୍କର କର୍ଣ୍ଣକୁ ଭଗବତ୍ କଥା ଶ୍ରବଣ ପାଇଁ, ଚକ୍ଷୁକୁ ମନ୍ଦିରମାନଙ୍କରେ ସ୍ଥିତ ଭଗବାନଙ୍କ ପବିତ୍ର ବିଗ୍ରହକୁ ଦର୍ଶନ କରିବା ପାଇଁ, ତାଙ୍କ ସ୍ପର୍ଶକୁ ପ୍ରଭୁଙ୍କର ଭକ୍ତମାନଙ୍କର ପଦ ସଞ୍ଚାଳନ କରିବା ପାଇଁ, ତାଙ୍କର ନାସିକାକୁ ପ୍ରଭୁଙ୍କୁ ଅର୍ପିତ ଦ୍ରବ୍ୟ ମାନଙ୍କର ସୁଗନ୍ଧ ଆଘ୍ରାଣ କରିବା ପାଇଁ, ତାଙ୍କର ପାଦ ମନ୍ଦିର ପରିକ୍ରମା କରିବା ପାଇଁ ଏବଂ ତାଙ୍କର ମସ୍ତକ ଭଗବାନ ଏବଂ ତାଙ୍କ ଭକ୍ତଙ୍କ ଚରଣରେ ପ୍ରଣାମ କରିବା ପାଇଁ ଉପଯୋଗ କରୁଥିଲେ । ଏହିପରି ସେ ତାଙ୍କର ପ୍ରତ୍ୟେକ ଇନ୍ଦ୍ରିୟମାନଙ୍କୁ ପ୍ରଭୁଙ୍କର ସେବାରେ ନିଯୁକ୍ତ କରି ସେମାନଙ୍କୁ ବଶୀଭୂତ କରିଥିଲେ ।”