Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 2, Verse 63

କ୍ରୋଧାଦ୍ଭବତି ସମ୍ମୋହଃ ସମ୍ମୋହାତ୍‌ସ୍ମୃତିବିଭ୍ରମଃ ।
ସ୍ମୃତିଭ୍ରଂଶାଦ୍ ବୁଦ୍ଧିନାଶୋ ବୁଦ୍ଧିନାଶାତ୍‌ପ୍ରଣଶ୍ୟତି ।।୬୩।।

କ୍ରୋଧାତ୍‌-କ୍ରୋଧରୁ; ଭବତି-ଜାତହୁଏ; ସଂମ୍ମୋହଃ- ପୂର୍ଣ୍ଣ ମୋହ (ଅଜ୍ଞାନ); ସଂମ୍ମୋହାତ୍‌- ମୋହରୁ ; ସ୍ମୃତି-ସ୍ମୃତିର; ବିଭ୍ରମଃ-ବିଭ୍ରାନ୍ତି; ସ୍ମୃତିଭ୍ରଂଶାତ୍‌- ସ୍ମୃତିନାଶରୁ; ବୁଦ୍ଧିନାଶଃ-ବୁଦ୍ଧିନାଶ; ବୁଦ୍ଧିନାଶାତ୍‌-ବୁଦ୍ଧିନାଶରୁ; ପ୍ରଣଶ୍ୟତି-ଅଧୋପତନ ହୁଏ ।

Translation

BG 2.63: କ୍ରୋଧ ବିଚାରଶକ୍ତିକୁ ସମ୍ମୋହିତ କରିଦିଏ, ଯଦ୍ୱାରା ସ୍ମୃତି ଶକ୍ତି ଭ୍ରମିତ ହୋଇଯାଏ । ସ୍ମୃତି ଭ୍ରମିତ ହେଲେ ବୁଦ୍ଧି ନଷ୍ଟ ହୁଏ ଏବଂ ଯେତେବେଳେ ବୁଦ୍ଧି ନଷ୍ଟ ହୁଏ ବ୍ୟକ୍ତିର ପତନ ହୋଇଥାଏ ।

Commentary

ସକାଳର କୁହୁଡ଼ି ସୂର୍ଯ୍ୟାଲୋକକୁ ଅସ୍ପଷ୍ଟ କରିଦେବା ପରି କ୍ରୋଧ ବିଚାର ଶକ୍ତିକୁ ନଷ୍ଟ କରିଦେଇ ଥାଏ । କ୍ରୋଧବଶତଃ ବ୍ୟକ୍ତି ଭୁଲ କରିଥାଏ ଏବଂ ପରେ ତା’ ପାଇଁ ପଶ୍ଚାତାପ କରେ, କାରଣ ପ୍ରକ୍ଷୋଭର କୁହୁଡ଼ି ବୁଦ୍ଧିକୁ ଢାଙ୍କିଦିଏ । ଲୋକେ କହନ୍ତି, “ସେ ମୋ ଠାରୁ କୋଡ଼ିଏ ବର୍ଷ ବଡ଼ । ମୁଁ ତାଙ୍କ ସହିତ ଏପରି ବ୍ୟବହାର କାହିଁକି କଲି ? ମୋର କ’ଣ ହୋଇଥିଲା ? ଏହା ହୋଇଥିଲା ଯେ ବିଚାର ଶକ୍ତି କ୍ରୋଧର ପ୍ରଭାବରେ ନଷ୍ଟ ହୋଇଗଲା ଏବଂ ଆପଣ ଗୁରୁଜନଙ୍କୁ ଗାଳି ଦେବାର ଭୁଲ କରି ବସିଲେ ।

ବୁଦ୍ଧି ମୋହିତ ହୋଇଯିବାର ପରିଣାମ ସ୍ୱରୂପ ସ୍ମରଣଶକ୍ତିରେ ବିଭ୍ରାନ୍ତି ଉତ୍ପନ୍ନ ହୋଇଥାଏ । ବ୍ୟକ୍ତି କ’ଣ ଠିକ୍ ଓ କ’ଣ ଭୁଲ୍ ତାହା ଭୁଲିଯାଏ ଏବଂ ବିଭିନ୍ନ ଆବେଗ ଦ୍ୱାରା ପରିଚାଳିତ ହୁଏ । ଏହିଠାରୁ ପତନ ଆରମ୍ଭ ହୁଏ - ସ୍ମୃତି ଭ୍ରମିତ ହୋଇ ଶେଷରେ ବୁଦ୍ଧିକୁ ନଷ୍ଟ କରିଦିଏ । ଯେହେତୁ ବୁଦ୍ଧି ଆମର ଅନ୍ତରଙ୍ଗ ମାର୍ଗଦର୍ଶକ ଅଟେ, ଏହା ନଷ୍ଟ ହେବା ଦ୍ୱାରା ବ୍ୟକ୍ତିର ପତନ ହୋଇଯାଏ । ଏହିପରି ଭାବରେ, ଏଠାରେ ଦିବ୍ୟତାରୁ ଅଶୁଦ୍ଧତା ପର୍ଯ୍ୟନ୍ତ ପତନର ମାର୍ଗ ବିଷୟରେ ବର୍ଣ୍ଣନା କରାଯାଇଅଛି ଯାହାର ଶୃଙ୍ଖଳା ଇନ୍ଦ୍ରିୟ-ବିଷୟରେ ସୁଖର ଚିନ୍ତନରୁ ଆରମ୍ଭ ହୋଇ ବୁଦ୍ଧିନାଶ ପର୍ଯ୍ୟନ୍ତ ଚାଲିଥାଏ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
2. ସାଂଖ୍ୟ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!