ରାଗଦ୍ୱେଷବିଯୁକ୍ତୈସ୍ତୁ ବିଷୟାନିନ୍ଦ୍ରିୟୈଶ୍ଚରନ୍ ।
ଆତ୍ମବଶ୍ୟୈର୍ବିଧେୟାତ୍ମା ପ୍ରସାଦମଧିଗଚ୍ଛତି ।।୬୪।।
ରାଗ- ଆସକ୍ତି; ଦ୍ୱେଷ- ଘୃଣା; ବିଯୁକ୍ତୈଃ- ମୁକ୍ତ ହୋଇ; ତୁ- କିନ୍ତୁ; ବିଷୟାନ୍-ଇନ୍ଦ୍ରିୟ ଭୋଗ୍ୟବସ୍ତୁ; ଇନ୍ଦ୍ରିୟୈଃ- ଇନ୍ଦ୍ରିୟମାନଙ୍କ ଦ୍ୱାରା; ଚରନ୍-ଆଚରଣ କରି; ଆତ୍ମବଶୈଃ- ମନକୁ ନିୟନ୍ତ୍ରଣ କରି; ବିଧେୟାତ୍ମା- ଯିଏ ମନକୁ ଜୟ କରିଥାଏ; ପ୍ରସାଦମ୍- ଭଗବାନଙ୍କର କୃପା; ଅଧିଗଚ୍ଛତି- ପ୍ରାପ୍ତ ହୁଏ ।
BG 2.64: କିନ୍ତୁ ଯେଉଁ ବ୍ୟକ୍ତି ନିଜର ମନକୁ ନିୟନ୍ତ୍ରିତ କରି ରାଗ ଏବଂ ଦ୍ୱେଷରୁ ମୁକ୍ତ ରହିଥାଏ, ସେ ଇନ୍ଦ୍ରିୟ ବିଷୟର ଉପଯୋଗ କରୁଥିଲେ ମଧ୍ୟ ଭଗବାନଙ୍କ କୃପା ପ୍ରାପ୍ତ କରେ ।
ରାଗଦ୍ୱେଷବିଯୁକ୍ତୈସ୍ତୁ ବିଷୟାନିନ୍ଦ୍ରିୟୈଶ୍ଚରନ୍ ।
ଆତ୍ମବଶ୍ୟୈର୍ବିଧେୟାତ୍ମା ପ୍ରସାଦମଧିଗଚ୍ଛତି ।।୬୪।।
କିନ୍ତୁ ଯେଉଁ ବ୍ୟକ୍ତି ନିଜର ମନକୁ ନିୟନ୍ତ୍ରିତ କରି ରାଗ ଏବଂ ଦ୍ୱେଷରୁ ମୁକ୍ତ ରହିଥାଏ, ସେ ଇନ୍ଦ୍ରିୟ ବିଷୟର ଉପଯୋଗ କରୁଥିଲେ ମଧ୍ୟ ଭଗବାନଙ୍କ କୃପା …
Sign in to save your favorite verses.
Sign In
Navigate directly to the wisdom you seek
Start your day with the timeless inspiring wisdom from the Holy Bhagavad Gita delivered straight to your email!
ଇନ୍ଦ୍ରିୟଭୋଗ ବସ୍ତୁରେ ଆନନ୍ଦର ଚିନ୍ତନ ଠାରୁ ଧ୍ୱଂସାଭିମୁଖୀ ନିମ୍ନଗାମୀ ସୋପାନର ଅୟମାରମ୍ଭ ହୁଏ । ଶରୀରର ତୃଷ୍ଣା ପରି, ଆନନ୍ଦ ପ୍ରତି ଆକର୍ଷିତ ହେବା ଆତ୍ମାର ସହଜାତ ପ୍ରବୃତ୍ତି ଅଟେ । “ମୁଁ କେଉଁଠାରେ ସୁଖର ଚିନ୍ତନ କରିବି ନାହିଁ”- ଏପରି ଚିନ୍ତା କରିବା ଅଜ୍ଞତା ଅଟେ କାରଣ ଏହା ଆତ୍ମା ପାଇଁ ଅସ୍ୱାଭାବିକ ଅଟେ । ଅତଏବ, ଏହାର ସହଜ ସମାଧାନ ହେଉଛି ସଠିକ୍ ଦିଗରେ ଅର୍ଥାତ୍ ଭଗବାନଙ୍କଠାରେ ଆନନ୍ଦର ଅନ୍ୱେଷଣ କରିବା । ଭଗବାନଙ୍କ ଠାରେ ଆନନ୍ଦ ଅଛି, ବାରମ୍ବାର ଏହି ଚିନ୍ତନ କରିବାର ପରିଣାମ ସ୍ୱରୂପ ମନ ଭଗବାନଙ୍କ ଠାରେ ଆସକ୍ତ ହୋଇଯିବ । ମାୟିକ ଆସକ୍ତି ପରି ଏହି ଦିବ୍ୟ ଆସକ୍ତି ମନର ଅଧଃପତନ କରାଇ ନ ଥାଏ, ବରଂ ମନକୁ ପବିତ୍ର କରିଥାଏ । ଭଗବାନ ପୂର୍ଣ୍ଣ ଶୁଦ୍ଧ ଅଟନ୍ତି ଏବଂ ଆମେ ଯେତେବେଳେ ମନକୁ ତାଙ୍କଠାରେ ଅନୁରକ୍ତ କରିଦିଏ, ମନ ମଧ୍ୟ ଶୁଦ୍ଧ ହୋଇଯାଏ ।
ଶ୍ରୀକୃଷ୍ଣ ଯେତେବେଳେ ବି ଆସକ୍ତି ଓ କାମନା ତ୍ୟାଗ କରିବା ବିଷୟରେ କହୁଛନ୍ତି, ସେ ସାଂସାରିକ ଆସକ୍ତି ଓ କାମନାକୁ ଇଙ୍ଗିତ କରୁଛନ୍ତି । ଦିବ୍ୟ କାମନା ଓ ଆସକ୍ତିକୁ ତ୍ୟାଗ କରିବା ଉଚିତ ନୁହେଁ, କାରଣ ତାହା ବନ୍ଦନୀୟ ଅଟେ । ମନକୁ ପବିତ୍ର କରିବା ପାଇଁ ତାହାକୁ ବିକଶିତ କରିବା ଉଚିତ । ଭଗବାନଙ୍କ ପ୍ରତି ଆମର କାମନା ଯେତେ ତୀବ୍ର ହେବ, ଆମର ମନ ସେତେ ଅଧିକ ପବିତ୍ର ହେବ । ଜ୍ଞାନୀମାନେ, ଯିଏକି ନିରାକାର, ନିର୍ଗୁଣ ବ୍ରହ୍ମଙ୍କର ଉପାସନାକୁ ଗୁରୁତ୍ୱ ଦିଅନ୍ତି, ଏହି ତତ୍ତ୍ୱକୁ ନ ବୁଝି ସମସ୍ତ ଆସକ୍ତିକୁ ତ୍ୟାଗ କରିବାକୁ ପରାମର୍ଶ ଦିଅନ୍ତି । ଶ୍ରୀକୃଷ୍ଣ କହୁଛନ୍ତି: ଯେଉଁମାନେ ବିଶୁଦ୍ଧ ଭକ୍ତିରେ ମନକୁ ମୋ ଠାରେ ନିମଗ୍ନ କରନ୍ତି; ତାଙ୍କର ବୁଦ୍ଧି ତ୍ରିଗୁଣାତ୍ମିକ ମାୟାକୁ ଅତିକ୍ରମ କରି ବ୍ରହ୍ମରେ ସ୍ଥିତ ହୋଇଥାଏ (ଭଗବଦ୍ ଗୀତା ୧୪.୨୬) । ଆଗକୁ ଅନେକ ଶ୍ଳୋକରେ ଶ୍ରୀକୃଷ୍ଣ ବାରମ୍ବାର ଭଗବାନଙ୍କ ଠାରେ ମନ ଲଗାଇବା ପାଇଁ ଅର୍ଜୁନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି , ଯେମିତି କି ୮.୭, ୮.୧୪, ୯.୨୨, ୯.୩୪, ୧୦.୧୦, ୧୨.୮, ୧୧.୫୪, ୧୮.୫୫ ୧୮.୫୮, ୧୮.୬୫ ଇତ୍ୟାଦି ।
ରାଗ ଏବଂ ଦ୍ୱେଷ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ । ଦ୍ୱେଷ ମନର ଏକ ନକାରାତ୍ମକ ସଂଯୋଗ ବ୍ୟତୀତ ଅନ୍ୟ କିଛି ନୁହେଁ । ଯେପରି ଆସକ୍ତିରେ, ଯେଉଁ ବସ୍ତୁରେ ମନ ଆସକ୍ତ ରହିଥାଏ ତାହା ମନକୁ ବାରମ୍ବାର ଆସେ, ସେହିପରି ଆମେ ଦ୍ୱେଷ କରୁଥିବା ବସ୍ତୁ ମଧ୍ୟ ଆମ ମନକୁ ବାରମ୍ବାର ଆସିଥାଏ । ତେଣୁ କୌଣସି ବସ୍ତୁରେ ରାଗ ବା ଦ୍ୱେଷ ମନ ଉପରେ ଏକ ପ୍ରକାର ପ୍ରଭାବ ପକାଇଥାଏ- ଏହା ମନକୁ କଳୁଷିତ କରାଏ ଏବଂ ତିନି ପ୍ରକାର ମାୟିକ ଗୁଣ ଆଡ଼କୁ ଟାଣିନିଏ । ଯେତେବେଳେ ମନ ଉଭୟ ରାଗ ଓ ଦ୍ୱେଷ ଠାରୁ ମୁକ୍ତ ହୁଏ ଏବଂ ଭଗବାନଙ୍କ ଭକ୍ତିରେ ନିମଗ୍ନ୍ ହୁଏ, ସେତେବେଳେ ବ୍ୟକ୍ତି ଭଗବାନଙ୍କର କୃପା ପ୍ରାପ୍ତ କରିଥାଏ ଏବଂ ଅନନ୍ତ ଦିବ୍ୟାନନ୍ଦ ଅନୁଭବ କରେ । ଏହିପରି ଉଚ୍ଚକୋଟୀର ଅନୁଭୂତି ପାଇବା ପରେ, ଇନ୍ଦ୍ରିୟ ବିଷୟର ଉପଯୋଗ କରି ମଧ୍ୟ ମନ ସେଥିରେ ଆସକ୍ତ ହୁଏନାହିଁ । ଅତଏବ, ଆମ୍ଭମାନଙ୍କ ପରି ସ୍ୱାଦ ଗ୍ରହଣ କରିବା, ସ୍ପର୍ଶ କରିବା, ଆଘ୍ରାଣ କରିବା, ଶୁଣିବା ଏବଂ ଦେଖିବା ଇତ୍ୟାଦି ସମସ୍ତ କାର୍ଯ୍ୟ କରୁଥିଲେ ମଧ୍ୟ, ସ୍ଥିତପ୍ରଜ୍ଞ ବ୍ୟକ୍ତି ଉଭୟ ରାଗ ଓ ଦ୍ୱେଷ ଠାରୁ ମୁକ୍ତ ରୁହନ୍ତି ।