Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 2, Verse 65

ପ୍ରସାଦେ ସର୍ବଦୁଃଖାନାଂ ହାନିରସ୍ୟୋପଜାୟତେ ।
ପ୍ରସନ୍ନଚେତସୋ ହ୍ୟାଶୁ ବୁଦ୍ଧିଃ ପର୍ଯ୍ୟବତିଷ୍ଠତେ ।।୬୫।।

ପ୍ରସାଦେ- ଭଗବାନଙ୍କର ଅହୈତୁକୀ କୃପାଲାଭ କରି; ସର୍ବ-ସମସ୍ତ; ଦୁଃଖାନାଂ-ଭୌତିକ ଦୁଃଖ; ହାନିଃ-ଧ୍ୱଂସ; ଅସ୍ୟ- ତା’ର; ଉପଜାୟତେ-ହୁଏ; ପ୍ରସନ୍ନ ଚେତସଃ- ଶାନ୍ତ ଚିତ୍ତ; ହି-ନିଶ୍ଚିତଭାବେ; ଆଶୁ- ଖୁବ୍ ଶୀଘ୍ର; ବୁଦ୍ଧିଃ-ବୁଦ୍ଧି; ପର୍ଯ୍ୟବତିଷ୍ଠତେ-ଦୃଢ଼ ପ୍ରତିଷ୍ଠିତ ହୁଏ ।

Translation

BG 2.65: ଭଗବତ୍ କୃପାରୁ ଶାନ୍ତି ମିଳେ, ଯାହା ସମସ୍ତ ଦୁଃଖକୁ ନାଶ କରେ ଏବଂ ଏହିପରି ଶାନ୍ତ ଚିତ୍ତଯୁକ୍ତ ବ୍ୟକ୍ତିର ବୁଦ୍ଧି ଭଗବାନଙ୍କ ଠାରେ ଦୃଢ଼ତା ପୂର୍ବକ ସ୍ଥିର ହୁଏ ।

Commentary

କୃପା ଏକ ଦିବ୍ୟ ଶକ୍ତି, ଯାହା ବ୍ୟକ୍ତିର ବ୍ୟକ୍ତିତ୍ୱ ଉପରେ ସଂଚାରିତ ହୋଇଯାଏ । ସତ୍‌-ଚିତ୍‌-ଆନନ୍ଦ ସ୍ୱରୂପ ଭଗବାନ କୃପା ଦ୍ୱାରା ତାଙ୍କର ଦିବ୍ୟଜ୍ଞାନ, ଦିବ୍ୟପ୍ରେମ, ଦିବ୍ୟ ଆନନ୍ଦ ପ୍ରଦାନ କରନ୍ତି । ଧ୍ରୁବତାରା ସଦୃଶ ଏହା ବୁଦ୍ଧିକୁ ଭଗବତ୍ ପ୍ରେମ, ଆନନ୍ଦ ଓ ଜ୍ଞାନରେ ଦୃଢ଼ ଭାବରେ ସ୍ଥାପିତ କରାଏ । ଭଗବତ୍ କୃପାରୁ, ଯେତେବେଳେ ଆମେ ଉଚ୍ଚତର ଦିବ୍ୟ ଆନନ୍ଦର ଅନୁଭବ କରୁ, ଇନ୍ଦ୍ରିୟ ସୁଖ ହେତୁ ବିଚଳନ କ୍ଷାନ୍ତ ହୋଇଯାଏ । ଇନ୍ଦ୍ରିୟ ସୁଖ ପାଇଁ ସେହି ଲାଳସା ସମାପ୍ତ ହୋଇଗଲେ, ଜଣେ ସମସ୍ତ କଷ୍ଟକୁ ଅତିକ୍ରମ କରିଯାଏ ଏବଂ ମନ ଶାନ୍ତ ହୋଇଯାଏ ।  ଅନ୍ତରର ସେହି ପରିପୂର୍ଣ୍ଣ ଅବସ୍ଥାରେ ବୁଦ୍ଧିର ନିଶ୍ଚୟ ଦୃଢ଼ ହୋଇଯାଏ ଯେ ଭଗବାନ ହିଁ ସକଳ ସୁଖର ଉତ୍ସ ଏବଂ ଆତ୍ମାର ଅନ୍ତିମ ଲକ୍ଷ୍ୟ ଅଟନ୍ତି । ବୁଦ୍ଧି ପୂର୍ବରୁ ଏହାକୁ କେବଳ ଗ୍ରନ୍ଥ ଇତ୍ୟାଦିରୁ ପ୍ରାପ୍ତ ଜ୍ଞାନ ଭାବରେ ଗ୍ରହଣ କରୁଥିଲା, କିନ୍ତୁ ବର୍ତ୍ତମାନ ସେ ପ୍ରକୃତ ଶାନ୍ତି ଏବଂ ଦିବ୍ୟ ସୁଖକୁ ନିଜେ ଅନୁଭବ କଲା । ଏହା ବୁଦ୍ଧିର ସମସ୍ତ ଦ୍ୱନ୍ଦ୍ୱକୁ ଦୂର କରାଇ ତାହାକୁ ଦୃଢ଼ ନିଶ୍ଚୟୀ କରାଇ ଥାଏ ଏବଂ ବୁଦ୍ଧି ଭଗବାନଙ୍କ ଠାରେ ଦୃଢ଼ ଭାବରେ ସ୍ଥିତ ହୋଇଯାଏ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
2. ସାଂଖ୍ୟ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!