ଇନ୍ଦ୍ରିୟାଣାଂ ହି ଚରତାଂ ଯନ୍ମନୋଽନୁବିଧୀୟତେ ।
ତଦସ୍ୟ ହରତି ପ୍ରଜ୍ଞାଂ ବାୟୁର୍ନାବମିବାମ୍ଭସି ।।୬୭।।
ଇନ୍ଦ୍ରିୟାଣାଂ- ଇନ୍ଦ୍ରିୟମାନଙ୍କ ମଧ୍ୟରେ; ହି- ବାସ୍ତବରେ; ଚରତାଂ-ବିଚରଣ କରି; ଯତ୍-ଯାହାକୁ; ମନଃ-ମନ; ଅନୁବିଧୀୟତେ- ନିରନ୍ତର ନିୟୋଜିତ ରହିଥାଏ; ତତ୍-ତାହା; ଅସ୍ୟ- ତାହାର; ହରତି-ହରଣ କରିନିଏ; ପ୍ରଜ୍ଞାଂ-ବୁଦ୍ଧି; ବାୟୁଃ-ବାୟୁ; ନାବମ୍-ନୌକା; ଇବ-ପରି; ଅମ୍ଭସି-ଜଳରେ ।
BG 2.67: ଯେମିତି ତେଜ ବାୟୁ ଗୋଟିଏ ନୌକାକୁ ତା’ର ଗନ୍ତବ୍ୟ ମାର୍ଗରୁ ବିଚ୍ୟୁତ କରାଏ, ସେହିପରି ଗୋଟିଏ ଇନ୍ଦ୍ରିୟ ପ୍ରତି ମନ କେନ୍ଦ୍ରିତ ହେଲେ ମଧ୍ୟ ତାହା ବୁଦ୍ଧିକୁ ମାର୍ଗଚ୍ୟୁତ କରାଇଥାଏ ।
ଇନ୍ଦ୍ରିୟାଣାଂ ହି ଚରତାଂ ଯନ୍ମନୋଽନୁବିଧୀୟତେ ।
ତଦସ୍ୟ ହରତି ପ୍ରଜ୍ଞାଂ ବାୟୁର୍ନାବମିବାମ୍ଭସି ।।୬୭।।
ଯେମିତି ତେଜ ବାୟୁ ଗୋଟିଏ ନୌକାକୁ ତା’ର ଗନ୍ତବ୍ୟ ମାର୍ଗରୁ ବିଚ୍ୟୁତ କରାଏ, ସେହିପରି ଗୋଟିଏ ଇନ୍ଦ୍ରିୟ ପ୍ରତି ମନ କେନ୍ଦ୍ରିତ ହେଲେ ମଧ୍ୟ ତାହା ବୁଦ୍ଧିକୁ …
Sign in to save your favorite verses.
Sign In
Navigate directly to the wisdom you seek
Start your day with the timeless inspiring wisdom from the Holy Bhagavad Gita delivered straight to your email!
କଠୋପନିଷଦ ବର୍ଣ୍ଣନା କରେ ଯେ ଭଗବାନ ଆମର ପାଞ୍ଚ ଇନ୍ଦ୍ରିୟକୁ ବର୍ହିମୁଖ କରିଛନ୍ତି । ପରାଞ୍ôଚ ଖାନି ବ୍ୟତୃଣତ୍ସ୍ୱୟଂଭୂଃ (୨.୧.୧) । ତେଣୁ ସେମାନେ ବାହ୍ୟ ଜଗତରେ ନିଜ ନିଜର ବିଷୟ ପ୍ରତି ସ୍ୱାଭାବିକ ଭାବେ ଆକୃଷ୍ଟ ହୁଅନ୍ତି । ଯେ କୌଣସି ଗୋଟିଏ ଇନ୍ଦ୍ରିୟ ଠାରେ ବି ମନ ଯଦି ତା’ର ଧ୍ୟାନକୁ କେନ୍ଦ୍ରିତ କରେ, ତେବେ ତା’ର ମନକୁ ବିଚ୍ୟୁତ କରିବାର ଶକ୍ତି ରହିଛି ।
କୁରଙ୍ଗ ମାତଙ୍ଗ ପତଙ୍ଗ ଭୃଙ୍ଗ ମୀନାହତାଃ ପଞ୍ଚଭିରେବ ପଞ୍ଚ
ଏକଃ ପ୍ରମାଦୀ ସ କଥଂ ନ ହନ୍ୟତେ ଯଃ ସେବତେ ପଞ୍ଚଭିରେବ ପଞ୍ଚ । (ସୁକ୍ତି ସୁଧାକର)
ହରିଣମାନେ ମଧୁର ଧ୍ୱନି ପ୍ରତି ଆକର୍ଷିତ ହୁଅନ୍ତି । ଶିକାରୀ ମଧୁର ଧ୍ୱନି ଦ୍ୱାରା ତାଙ୍କୁ ଆକୃଷ୍ଟ କରି ହତ୍ୟା କରେ । ମହୁମାଛି ମାନେ ସୁଗନ୍ଧ ପ୍ରତି ଆକର୍ଷିତ ହୁଅନ୍ତି । ସେମାନେ ଯେତେବେଳେ ଫୁଲରସ ପାନ କରୁଥାନ୍ତି ସେତେବେଳେ ଫୁଲଟି ବନ୍ଦ ହୋଇଯାଏ ଓ ସେମାନେ ତା ମଧ୍ୟରେ ବନ୍ଦୀ ହୋଇଯାନ୍ତି । ମାଛମାନେ ତାଙ୍କର ଖାଇବା ପ୍ରବୃତି ପାଇଁ ଅସୁବିଧାରେ ପଡ଼ନ୍ତି ଏବଂ ଧୀବର ପକାଇଥିବା ଥୋପକୁ ଢ଼ୋକି ଦିଅନ୍ତି । ପତଙ୍ଗମାନେ ଆଲୋକ ପ୍ରତି ଆକୃଷ୍ଟ ହୁଅନ୍ତି । ସେମାନେ ନିଆଁର ଅତି ନିକଟକୁ ଯାଇ ଜଳି ଯାଆନ୍ତି । ସ୍ପର୍ଶ ସୁଖ ହାତୀର ଦୁର୍ବଳତା ଅଟେ । ଶିକାରୀ ଏହାର ଉପଯୋଗ କରି ସ୍ତ୍ରୀ ହାତୀକୁ ଥୋପ ଭାବରେ ବ୍ୟବହାର କରି ପୁରୁଷ ହାତୀକୁ ଖାଲ ଭିତରକୁ ନେଇ ଆସେ । ସ୍ତ୍ରୀ ହାତୀକୁ ସ୍ପର୍ଶ କରିବା ଉଦ୍ଦେଶ୍ୟରେ ଖାଲ ଭିତରକୁ ଥରେ ପଶିଗଲେ ସେ ସେଠାରୁ ବାହାରକୁ ଆସିପାରେ ନାହିଁ ଏବଂ ଶିକାରୀ ଦ୍ୱାରା ମୃତ୍ୟୁବରଣ କରେ । ଏହି ସମସ୍ତ ଜୀବମାନେ ତାଙ୍କର ଗୋଟିଏ ଗୋଟିଏ ଇନ୍ଦ୍ରିୟ ଦ୍ୱାରା ମୃତ୍ୟୁମୁଖରେ ପଡ଼ିଥାନ୍ତି । ତା’ହେଲେ ପାଞ୍ଚ ଇନ୍ଦ୍ରିୟର ସୁଖ ଭୋଗ କରୁଥିବା ମନୁଷ୍ୟର ଭାଗ୍ୟ କ’ଣ ହେବ ? ଏହି ଶ୍ଳୋକରେ ଶ୍ରୀକୃଷ୍ଣ ବୁଦ୍ଧିକୁ ବିପଥଗାମୀ କରିବା ପାଇଁ ଇନ୍ଦ୍ରିୟମାନଙ୍କର ଶକ୍ତି ବିଷୟରେ ଅର୍ଜୁନଙ୍କୁ ସାବଧାନ କରି ଦେଇଛନ୍ତି ।