Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 2, Verse 68

ତସ୍ମାଦ୍‌ଯସ୍ୟ ମହାବାହୋ ନିଗୃହୀତାନି ସର୍ବଶଃ ।
ଇନ୍ଦ୍ରିୟାଣୀନ୍ଦ୍ରିୟାର୍ଥେଭ୍ୟସ୍ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା ।।୬୮।।

ତସ୍ମାତ୍‌- ତେଣୁ; ଯସ୍ୟ- ଯାହାର; ମହାବାହୋ- ହେ ମହାବାହୁ !; ନିଗୃହୀତାନି-ସଂଯତ; ସର୍ବଶଃ-ପୂର୍ଣ୍ଣତଃ; ଇନ୍ଦ୍ରିୟାଣି-ଇନ୍ଦ୍ରିୟଗୁଡ଼ିକ; ଇନ୍ଦ୍ରିୟ ଅର୍ଥେଭ୍ୟଃ- ଇନ୍ଦ୍ରିୟ ବିଷୟରୁ; ତସ୍ୟ- ତାହାର; ପ୍ରଜ୍ଞା-ବୁଦ୍ଧି; ପ୍ରତିଷ୍ଠିତା- ସ୍ଥିର ।

Translation

BG 2.68: ତେଣୁ ହେ ଅର୍ଜୁନ! ଯେଉଁମାନେ ତାଙ୍କର ଇନ୍ଦ୍ରିୟମାନଙ୍କୁ ସେଗୁଡ଼ିକର ବିଷୟ ଠାରୁ ଦୂରେଇ ରଖିପାରନ୍ତି, ସେମାନେ ଦିବ୍ୟ ଜ୍ଞାନରେ ଦୃଢ଼ ଭାବରେ ସ୍ଥିତ ହୁଅନ୍ତି ।

Commentary

ସୁଜ୍ଞାନୀମାନେ ତାଙ୍କର ବୁଦ୍ଧିକୁ ଦିବ୍ୟ ଜ୍ଞାନ ଦ୍ୱାରା ନିୟନ୍ତ୍ରଣ କରିଥାନ୍ତି । ତା’ପରେ ସେହି ଶୁଦ୍ଧ ବୁଦ୍ଧି ଦ୍ୱାରା ସେମାନେ ତାଙ୍କର ମନକୁ ନିୟନ୍ତ୍ରଣ କରନ୍ତି, ଏବଂ ମନ ଇନ୍ଦ୍ରିୟମାନଙ୍କୁ ବଶ କରିଥାନ୍ତି । କିନ୍ତୁ ସାଂସାରିକ ବିଷୟ ଦ୍ୱାରା ନିୟନ୍ତ୍ରିତ ହେଲେ ଏହାର ବିପରୀତ ହୋଇଥାଏ । ଇନ୍ଦ୍ରିୟଗୁଡ଼ିକ ମନକୁ ନିଜ ନିଜ ଆଡକୁ ଟାଣିଥାନ୍ତି ଏବଂ ମନ ବୁଦ୍ଧିକୁ କବଳିତ କରିଦିଏ । ତଦ୍ୱାରା ବୁଦ୍ଧି ପ୍ରକୃତ କଲ୍ୟାଣର ପଥରୁ ଲକ୍ଷ୍ୟଚ୍ୟୁତ ହୁଏ । ତେଣୁ ଶ୍ରୀକୃଷ୍ଣ କହୁଛନ୍ତି ଯେ ଯଦି ବୁଦ୍ଧି ଦିବ୍ୟଜ୍ଞାନ ଦ୍ୱାରା ବିଶୁଦ୍ଧ ହୁଏ ତା’ହେଲେ ଇନ୍ଦ୍ରିୟଗୁଡ଼ିକ ନିୟନ୍ତ୍ରିତ ହେବେ । ଇନ୍ଦ୍ରିୟଗୁଡ଼ିକ ବଶୀଭୂତ ହେଲେ ବୁଦ୍ଧି ଦିବ୍ୟ ଚେତନାର ପଥରୁ ବିଚ୍ୟୁତ ହେବନାହିଁ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
2. ସାଂଖ୍ୟ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!