ଆପୂର୍ଯ୍ୟମାଣମଚଳପ୍ରତିଷ୍ଠଂ
ସମୁଦ୍ରମାପଃ ପ୍ରବିଶନ୍ତି ଯଦ୍ବତ୍ ।
ତଦ୍ବତ୍କାମା ଯଂ ପ୍ରବିଶନ୍ତି ସର୍ବେ
ସ ଶାନ୍ତିମାପ୍ନୋତି ନ କାମକାମୀ ।।୭୦।।
ଆପୂର୍ଯ୍ୟମାଣମ୍- ସର୍ବତୋ ଭାବେ ପରିପୂର୍ଣ୍ଣ; ଅଚଳ-ପ୍ରତିଷ୍ଠଂ- ଅବିଚଳିତ; ସମୁଦ୍ରମ୍-ସମୁଦ୍ର; ଆପଃ-ଜଳ; ପ୍ରବିଶନ୍ତି- ପ୍ରବେଶ କରେ; ଯଦ୍ବତ୍- ଯେପରି; ତଦ୍ବତ୍- ସେହିପରି; କାମାଃ-କାମନାଗୁଡ଼ିକ; ଯଂ-ଯାହା ମଧ୍ୟରେ; ପ୍ରବିଶନ୍ତି-ପ୍ରବେଶ କରନ୍ତି; ସର୍ବେ-ସମସ୍ତେ; ସଃ-ସେହି ବ୍ୟକ୍ତି; ଶାନ୍ତିମ୍-ଶାନ୍ତି; ଆପ୍ନୋତି-ପ୍ରାପ୍ତ ହୁଏ; ନ-ନୁହେଁ; କାମ-କାମୀ-ଯିଏ କାମନା ପୂର୍ତ୍ତି ଇଚ୍ଛାକରେ ।
BG 2.70: ସମୁଦ୍ରରେ ମିଶିବା ପାଇଁ ନଦୀଜଳର ଅବିଶ୍ରାନ୍ତ ପ୍ରବାହ ସତ୍ତ୍ୱେ ସମୁଦ୍ର ଅବିଚଳିତ ରହିବା ପରି, ବିଜ୍ଞ ବ୍ୟକ୍ତିମାନେ ନିଜ ଚର୍ତୁପାଶ୍ୱର୍ରେ ଥିବା ଭୌତିକ ବସ୍ତୁମାନଙ୍କର ଆକର୍ଷଣ ଦ୍ୱାରା ଅବିଚଳିତ ରହି ଶାନ୍ତି ପ୍ରାପ୍ତ କରନ୍ତି । କାମନା ପୂରଣ ପାଇଁ ଚେଷ୍ଟିତ ରହିଥିବା ବ୍ୟକ୍ତି ଶାନ୍ତି ପ୍ରାପ୍ତ କରିପାରେ ନାହିଁ ।
ଆପୂର୍ଯ୍ୟମାଣମଚଳପ୍ରତିଷ୍ଠଂ
ସମୁଦ୍ରମାପଃ ପ୍ରବିଶନ୍ତି ଯଦ୍ବତ୍ ।
ତଦ୍ବତ୍କାମା ଯଂ ପ୍ରବିଶନ୍ତି ସର୍ବେ
ସ ଶାନ୍ତିମାପ୍ନୋତି ନ କାମକାମୀ ।।୭୦।।
ସମୁଦ୍ରରେ ମିଶିବା ପାଇଁ ନଦୀଜଳର ଅବିଶ୍ରାନ୍ତ ପ୍ରବାହ ସତ୍ତ୍ୱେ ସମୁଦ୍ର ଅବିଚଳିତ ରହିବା ପରି, ବିଜ୍ଞ ବ୍ୟକ୍ତିମାନେ ନିଜ ଚର୍ତୁପାଶ୍ୱର୍ରେ ଥିବା ଭୌତିକ ବସ୍ତୁମାନଙ୍କର ଆକର୍ଷଣ ଦ୍ୱାରା …
Sign in to save your favorite verses.
Sign In
Navigate directly to the wisdom you seek
Start your day with the timeless inspiring wisdom from the Holy Bhagavad Gita delivered straight to your email!
ସମୁଦ୍ର ତା’ର ଶାନ୍ତ ଅବସ୍ଥା ବଜାୟ ରଖିବାରେ ଅଦ୍ୱିତୀୟ ଅଟେ । ନଦୀମାନଙ୍କର ଅବିଶ୍ରାନ୍ତ ପ୍ରବାହ ତା’କୁ ଜଳପ୍ଳାବିତ କରୁôଥିଲେ ମଧ୍ୟ ସେ ସର୍ବଦା ଶାନ୍ତ ରହିଥାଏ । ପୃଥିବୀର ସବୁ ନଦୀର ଜଳ ସମୁଦ୍ରରେ ମିଶୁଥିଲେ ବି ସେଥିରେ ବନ୍ୟା ଆସେନାହିଁ କିମ୍ବା କେବେ ତା’ର ଜଳ ହ୍ରାସ ପାଏନାହିଁ । ଶ୍ରୀକୃଷ୍ଣ ଆପୂର୍ଯ୍ୟମାଣଂ (ସମସ୍ତ ଦିଗରୁ ପୂର୍ଣ୍ଣ)ଶବ୍ଦ ବ୍ୟବହାର କରି ବର୍ଣ୍ଣନା କରିଛନ୍ତି ଯେ, ନଦୀଗୁଡ଼ିକ ବର୍ଷାଋତୁରେ ତାଙ୍କର ସମସ୍ତ ଜଳ ସମୁଦ୍ରରେ ଢ଼ାଳି ଦେଲେ ମଧ୍ୟ ସମୁଦ୍ରକୁ ଉଛୁଳାଇବାରେ ସକ୍ଷମ ହୁଅନ୍ତି ନାହିଁ । ସେହିପରି ସିଦ୍ଧ ମହାତ୍ମାମାନେ ଉଭୟ ଅବସ୍ଥାରେ - ଭୌତିକ ବସ୍ତୁକୁ ଶରୀର ପାଇଁ ଉପଯୋଗ କରି ବା ସେଗୁଡ଼ିକର ଅଭାବରେ, ଶାନ୍ତ ଏବଂ ଅବିଚଳିତ ରହିଥାଆନ୍ତି । କେବଳ ସେହିପରି ଜଣେ ସାଧକ ବାସ୍ତବ ଶାନ୍ତି ପ୍ରାପ୍ତ କରିପାରେ ।