ନ ହି ପ୍ରପଶ୍ୟାମି ମମାପନୁଦ୍ୟାଦ୍
ଯଚ୍ଛୋକମୁଚ୍ଛୋଷଣମିନ୍ଦ୍ରିୟାଣାମ୍ ।
ଅବାପ୍ୟ ଭୂମାବସପତ୍ନମୃଦ୍ଧଂ
ରାଜ୍ୟଂ ସୁରାଣାମପି ଚାଧିପତ୍ୟମ୍ ।।୮।।
ନ- ନୁହେଁ; ହି-ନିଶ୍ଚିତଭାବେ; ପ୍ରପଶ୍ୟାମି- ମୁଁ ଦେଖୁଛି; ମମ-ମୋର; ଅପନୁଦ୍ୟାତ୍-ଦୂର କରିବେ; ଯତ୍-ଯାହା; ଶୋକଂ-ଶୋକ; ଉଚ୍ଛୋଷଣମ୍-ଶୁଷ୍କ କରିଦେବା; ଇନ୍ଦ୍ରିୟାଣାନ୍-ଇନ୍ଦ୍ରିୟମାନଙ୍କର; ଅବାପ୍ୟ- ପ୍ରାପ୍ତ ହୋଇ; ଭୂମୌ- ପୃଥିବୀରେ; ଅସପତ୍ନଂ-ଅପ୍ରତିଦ୍ୱନ୍ଦୀ; ଋଦ୍ଧଂ-ସମୃଦ୍ଧ;ରାଜ୍ୟଂ-ରାଜ୍ୟ; ସୁରାଣାମ୍-ଦେବତାମାନଙ୍କ ପରି; ଅପି-ଏପରିକି; ଚ-ମଧ୍ୟ; ଆଧିପତ୍ୟମ୍-ଆଧିପତ୍ୟ ।
BG 2.8: ମୋର ଇନ୍ଦ୍ରିୟମାନଙ୍କୁ ଶୁଷ୍କ କରିଦେଉଥିବା ଏହି ଶୋକକୁ ଦୂର କରିବାର କୌଣସି ଉପାୟ ମୁଁ ଖୋଜିପାଉ ନାହିଁ । ପୃଥିବୀର ଏକ ସମୃଦ୍ଧିଶାଳୀ ଓ ଶତ୍ରୁହୀନ ରାଜ୍ୟ ଜୟ କରି ଅଥବା ସ୍ୱର୍ଗର ଦେବତାମାନଙ୍କ ପରି ପୂର୍ଣ୍ଣ ଆଧିପତ୍ୟ ପ୍ରାପ୍ତ କରି ମଧ୍ୟ ମୁଁ ଏହି ଦୁଃଖକୁ ଦୂର କରିପାରିବି ନାହିଁ ।
ନ ହି ପ୍ରପଶ୍ୟାମି ମମାପନୁଦ୍ୟାଦ୍
ଯଚ୍ଛୋକମୁଚ୍ଛୋଷଣମିନ୍ଦ୍ରିୟାଣାମ୍ ।
ଅବାପ୍ୟ ଭୂମାବସପତ୍ନମୃଦ୍ଧଂ
ରାଜ୍ୟଂ ସୁରାଣାମପି ଚାଧିପତ୍ୟମ୍ ।।୮।।
ମୋର ଇନ୍ଦ୍ରିୟମାନଙ୍କୁ ଶୁଷ୍କ କରିଦେଉଥିବା ଏହି ଶୋକକୁ ଦୂର କରିବାର କୌଣସି ଉପାୟ ମୁଁ ଖୋଜିପାଉ ନାହିଁ । ପୃଥିବୀର ଏକ ସମୃଦ୍ଧିଶାଳୀ ଓ ଶତ୍ରୁହୀନ ରାଜ୍ୟ …
Sign in to save your favorite verses.
Sign In
Navigate directly to the wisdom you seek
Start your day with the timeless inspiring wisdom from the Holy Bhagavad Gita delivered straight to your email!
ଆମେ ଯେତେବେଳେ ଦୁଃଖରେ ଅଭିଭୂତ ହୋଇଯାଉ, ଆମର ବୁଦ୍ଧି ତା’ର କାରଣ ବିଶ୍ଳେଷଣ କରିବାରେ ଲାଗିଯାଏ ଏବଂ ସେ ଯେତେବେଳେ ଆଉ ଆଗକୁ ଚିନ୍ତା କରିପାରେ ନାହିଁ, ମନରେ ନୈରାଶ୍ୟ ଉତ୍ପନ୍ନ ହୋଇଥାଏ । ଅର୍ଜୁନଙ୍କର ସମସ୍ୟା ଯେହେତୁ ତାଙ୍କ ସ୍ୱଳ୍ପ ବୃଦ୍ଧିର କ୍ଷମତାଠାରୁ ବହୁତ ବଡ ଥିଲା, ତାଙ୍କର ମାୟିକ ଜ୍ଞାନ ତାଙ୍କୁ ଏହି ଦୁଃଖର ସାଗରରୁ ଉଦ୍ଧାର କରିବାକୁ ଅପର୍ଯ୍ୟାପ୍ତ ଥିଲା । ଶ୍ରୀକୃଷ୍ଣଙ୍କୁ ନିଜର ଗୁରୁ ଭାବରେ ସ୍ୱୀକାର କରି, ଅର୍ଜୁନ ହୃଦୟ ଖୋଲି ତାଙ୍କର ଦୟନୀୟ ଅବସ୍ଥାକୁ ତାଙ୍କ ସମ୍ମୁଖରେ ବ୍ୟକ୍ତ କରୁଛନ୍ତି ।
ଅର୍ଜୁନଙ୍କର ପରିସ୍ଥିତି କିଛି ଭିନ୍ନ ନ ଥିଲା । ନିଜ ନିଜର ଜୀବନ ଯାତ୍ରାରେ ଆମେ ସମସ୍ତେ ଅଧିକାଂଶତଃ ଏପରି ପରିସ୍ଥିତିର ସମ୍ମୁଖୀନ ହୋଇଥାଏ । ଆମେ ଆନନ୍ଦ ଇଚ୍ଛା କରିଥାଏ, କିନ୍ତୁ ଦୁଃଖ ଆମ ଅନୁଭବରେ ଆସିଥାଏ; ଆମେ ଜ୍ଞାନର କାମନା କରିଥାଏ, କିନ୍ତୁ ଅଜ୍ଞାନତାର ବାଦଲକୁ ଆମ ଉପରୁ ହଟାଇ ପାରି ନ ଥାଏ; ଆମେ ପରିପୂର୍ଣ୍ଣ ପ୍ରେମ ଇଚ୍ଛା କରିଥାଏ, କିନ୍ତୁ ବାରମ୍ବାର ନିରାଶର ସମ୍ମୁଖୀନ ହୋଇଥାଏ । ଆମର ଉଚ୍ଚ ଶିକ୍ଷା, ତଦ୍ୱାରା ଅର୍ଜିତ ଜ୍ଞାନ, ସାଂସାରିକ ବିଦ୍ୱତା ଜୀବନର ଏହିସବୁ ସମସ୍ୟାର ସମାଧାନ କରିପାରେ ନାହିଁ । ସେଥିପାଇଁ ଦିବ୍ୟ ଆଧ୍ୟାତ୍ମିକ ଜ୍ଞାନର ଆବଶ୍ୟକତା ରହିଥାଏ । ବିନମ୍ରତାର ସହ ଜିଜ୍ଞାସୁ ଭାବ ନେଇ ଆମେ ଯେତେବେଳେ ଜଣେ ତତ୍ତ୍ୱଦର୍ଶୀ ସଦ୍ଗୁରୁଙ୍କର ଶରଣାଗତ ହେଉ, ସେତେବେଳେ ଦିବ୍ୟଜ୍ଞାନର ସେହି ସିନ୍ଦୁକ ଉନ୍ମୋଚିତ ହୋଇଯାଏ । ଅର୍ଜୁନ ସେହି ମାର୍ଗରେ ଯିବାକୁ ସ୍ଥିର କରିଥିଲେ ।