ସଞ୍ଜୟ ଉବାଚ
ଏବମୁକ୍ତ୍ୱା ହୃଷୀକେଶଂ ଗୁଡ଼ାକେଶଃ ପରନ୍ତପ ।
ନ ଯୋତ୍ସ୍ୟ ଇତି ଗୋବିନ୍ଦମୁକ୍ତ୍ୱା ତୂଷ୍ଣୀଂ ବଭୂବ ହ ।।୯।।
ସଞ୍ଜୟ ଉବାଚ- ସଞ୍ଜୟ କହିଲେ; ଏବଂ- ଏହିପରି; ଉକ୍ତ୍ୱା-କହି; ହୃଷୀକେଶଂ-ମନ ଓ ଇନ୍ଦ୍ରିୟର ପ୍ରଭୁ ଶ୍ରୀକୃଷ୍ଣଙ୍କୁ; ଗୁଡ଼ାକେଶଃ- ନିଦ୍ରାଜୟୀ ଅର୍ଜୁନ; ପରନ୍ତପଃ- ଶତ୍ରୁଦମନକାରୀ ଅର୍ଜୁନ; ନ ଯୋତ୍ସ୍ୟେ-ମୁଁ ଯୁଦ୍ଧ କରିବି ନାହିଁ; ଇତି-ଏହିପରି; ଗୋବିନ୍ଦମ୍- ଆନନ୍ଦ ପ୍ରଦାନକାରୀ ଶ୍ରୀକୃଷ୍ଣଙ୍କୁ; ଉକ୍ତ୍ୱା-କହି; ତୂଷ୍ଣୀଂ-ନୀରବ; ବଭୁବ- ହେଲେ; ହ-ସେ ହେଲେ ।
BG 2.9: ସଞ୍ଜୟ କହିଲେ : ଶତ୍ରୁଦମନକାରୀ ଏବଂ ନିଦ୍ରାଜୟୀ ଅର୍ଜୁନ, ହୃଷୀକେଶ ଶ୍ରୀକୃଷ୍ଣଙ୍କୁ କହିଲେ, “ହେ ଗୋବିନ୍ଦ! ମୁଁ ଯୁଦ୍ଧ କରିବି ନାହିଁ ଏବଂ ତା’ପରେ ସେ ନୀରବ ହୋଇଗଲେ ।”
ସଞ୍ଜୟ ଉବାଚ
ଏବମୁକ୍ତ୍ୱା ହୃଷୀକେଶଂ ଗୁଡ଼ାକେଶଃ ପରନ୍ତପ ।
ନ ଯୋତ୍ସ୍ୟ ଇତି ଗୋବିନ୍ଦମୁକ୍ତ୍ୱା ତୂଷ୍ଣୀଂ ବଭୂବ ହ ।।୯।।
ସଞ୍ଜୟ କହିଲେ : ଶତ୍ରୁଦମନକାରୀ ଏବଂ ନିଦ୍ରାଜୟୀ ଅର୍ଜୁନ, ହୃଷୀକେଶ ଶ୍ରୀକୃଷ୍ଣଙ୍କୁ କହିଲେ, “ହେ ଗୋବିନ୍ଦ! ମୁଁ ଯୁଦ୍ଧ କରିବି ନାହିଁ ଏବଂ ତା’ପରେ ସେ ନୀରବ …
Sign in to save your favorite verses.
Sign In
Navigate directly to the wisdom you seek
Start your day with the timeless inspiring wisdom from the Holy Bhagavad Gita delivered straight to your email!
ଜ୍ଞାନୀ ସଞ୍ଜୟ, ଧୃତରାଷ୍ଟ୍ରଙ୍କୁ ବିବରଣୀ ଦେବା ସମୟରେ, ସେ ବର୍ଣ୍ଣନା କରୁଥିବା ବ୍ୟକ୍ତିମାନଙ୍କ ପ୍ରତି ଉପଯୁକ୍ତ ନାମ ପ୍ରୟୋଗ କରିଛନ୍ତି । ସେ ଏଠାରେ ଅର୍ଜୁନଙ୍କୁ ଗୁଡ଼ାକେଶ ବା ନିଦ୍ରାଜୟୀ କହିଛନ୍ତି । ନିଦ୍ରାର ଶକ୍ତି ଏତେ ପ୍ରବଳ ଯେ କୌଣସି ନା କୌଣସି ସମୟରେ ସମସ୍ତ ପ୍ରାଣୀ ତା’ର କବଳିତ ହୋଇଥାନ୍ତି । କିନ୍ତୁ ଅର୍ଜୁନ ତାଙ୍କର ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ନିଦ୍ରାକୁ ନିୟନ୍ତ୍ରିତ କରି ପାରୁଥିଲେ । ସେ ଯେଉଁ ସମୟରେ ଯେତିକି ମାତ୍ରାର ନିଦ୍ରା ଆବଶ୍ୟକ କରୁଥିଲେ, ତାହା ସେହି ସମୟରେ ସେତିକି ମାତ୍ରାରେ ଅନୁଭୂତ ହେଉଥିଲା । ଅର୍ଜୁନଙ୍କୁ ଗୁଡ଼ାକେଶ ସମ୍ବୋଧନ କରି ସଞ୍ଜୟ ପରୋକ୍ଷ ଭାବରେ ଧୃତରାଷ୍ଟ୍ରଙ୍କୁ ସଙ୍କେତ କରୁଛନ୍ତି, “ଯେପରି ଏହି ମହାନାୟକ ନିଦ୍ରା ଜୟ କରିଛନ୍ତି, ସେହିପରି ସେ ତାଙ୍କର ପ୍ରତିପକ୍ଷକୁ ମଧ୍ୟ ଜୟ କରିବେ ।”
ଶ୍ରୀକୃଷ୍ଣଙ୍କ ପ୍ରତି ସେ ହୃଷିକେଶ ଶବ୍ଦ ପ୍ରୟୋଗ କରିଛନ୍ତି, ଅର୍ଥାତ୍ ମନ ଓ ଇନ୍ଦ୍ରିୟମାନଙ୍କର ନିୟନ୍ତ୍ରକ । ସେ ପରୋକ୍ଷ ଭାବେ ସଙ୍କେତ ଦେଉଛନ୍ତି ଯେ, ଯିଏ ମନ-ଇନ୍ଦ୍ରିୟଙ୍କୁ ନିୟନ୍ତ୍ରଣ କରିପାରନ୍ତି, ସେ ସମସ୍ତ ଘଟଣାକ୍ରମର ନିଶ୍ଚିତ ଭାବରେ ସୁପରିଚାଳନା କରିବେ ।