Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 3, Verse 1-2

ଅର୍ଜୁନ ଉବାଚ
ଜ୍ୟାୟସୀ ଚେତ୍‌କର୍ମଣସ୍ତେ ମତା ବୁଦ୍ଧିର୍ଜନାର୍ଦ୍ଦନ ।
ତତ୍‌କିଂ କର୍ମଣି ଘୋରେ ମାଂ ନିୟୋଜୟସି କେଶବ ।।୧।।
ବ୍ୟାମିଶ୍ରେଣେବ ବାକ୍ୟେନ ବୁଦ୍ଧିଂ ମୋହୟସୀବ ମେ ।
ତଦେକଂ ବଦ ନିଶ୍ଟିତ୍ୟ ଯେନ ଶ୍ରେୟୋଽହମାପ୍ନୁୟାମ୍ ।।୨।।

ଅର୍ଜୁନ ଉବାଚ-ଅର୍ଜୁନ କହିଲେ; ଜ୍ୟାୟସୀ-ଉନ୍ନତ; ଚେତ୍‌-ଯଦି; କର୍ମଣଃ-ଫଳଦାୟକ କର୍ମ; ତେ-ଆପଣଙ୍କର; ମତା-ବିଚାରରେ; ବୁଦ୍ଧିଃ- ବୁଦ୍ଧି; ଜନାର୍ଦ୍ଦନ-ଜନରକ୍ଷକ ଶ୍ରୀକୃଷ୍ଣ; ତତ୍‌-ତେବେ; କିଂ-କାହିଁକି; କର୍ମଣି-କର୍ମରେ; ଘୋରେ-ଭୟାନକ; ମାମ୍‌- ମୋତେ; ନିୟୋଜୟସି- ନିୟୋଜିତ କରିବା; କେଶବ- କେଶୀ ଦୈତ୍ୟର ନିଧନକାରୀ ଶ୍ରୀକୃଷ୍ଣ; ବ୍ୟାମିଶ୍ରେଣ-ସନ୍ଦିଗ୍‌ଧ ; ଇବ- ପରିି, ବାକ୍ୟେନ-କଥାରେ; ବୁଦ୍ଧିଂ- ବୁୁଦ୍ଧି ; ମୋହୟସି-ମୋହିତ ହେବା; ଇବ-ପରି ; ମେ - ମୋର ; ତତ୍ - ତେଣୁ ;ଏକଂ - ଏକମାତ୍ର; ବଦ- ଦୟାକରି କୁହନ୍ତୁ ; ନିଶ୍ଟିତ୍ୟ - ସ୍ଥିରକରି; ଯେନ - ଯାହାଦ୍ୱାରା; ଶ୍ରେୟାଃ - ପ୍ରକୃତ କଲ୍ୟାଣ ; ଅହମ୍ - ମୁଁ ; ଅପ୍ନୁୟାମ୍‌-ପ୍ରାପ୍ତ କରିପାରିବି ।

Translation

BG 3.1-2: ଅର୍ଜୁନ କହିଲେ, ହେ ଜନାର୍ଦ୍ଦନ! ଆପଣ ଯଦି ଜ୍ଞାନକୁ କର୍ମ ଠାରୁ ଶ୍ରେଷ୍ଠ ବୋଲି କହୁଛନ୍ତି, ତାହେଲେ ମୋତେ ଯୁଦ୍ଧ କରିବାକୁ କାହିଁକି କହୁଛନ୍ତି ? ଆପଣଙ୍କର ଅସ୍ପଷ୍ଟ ଉପଦେଶ ଦ୍ୱାରା ମୋର ବୁଦ୍ଧି ଭ୍ରମିତ ହୋଇ ଯାଉଅଛି । ଦୟା କରି ନିର୍ଦ୍ଧିଷ୍ଟ ଭାବେ ଗୋଟିଏ ମାର୍ଗ କଥା କୁହନ୍ତୁ ଯାହା ଦ୍ୱାରା ମୁଁ ଉଚ୍ଚତମ ଲାଭ ପ୍ରାପ୍ତ କରିପାରିବି ।

Commentary

ପ୍ରଥମ ଅଧ୍ୟାୟର ପୃଷ୍ଠଭୂମି, ଅର୍ଜୁନଙ୍କର ଦୁଃଖ ଏବଂ ପଶ୍ଚାତାପ ଉତ୍ପନ୍ନ ହେବା ସହିତ ଆରମ୍ଭ ହୋଇଥିଲା, ଯାହାକି ଶ୍ରୀକୃଷ୍ଣଙ୍କୁ ଆଧ୍ୟାତ୍ମିକ ଉପଦେଶ  ଦେବା ପାଇଁ ଏକ ଭୂମିକା ପ୍ରସ୍ତୁତ କରିଥିଲା ।  ଦ୍ୱିତୀୟ ଅଧ୍ୟାୟର ପ୍ରାରମ୍ଭରେ ସେ ଆତ୍ମାର ଅମରତ୍ୱ ବିଷୟରେ ଜ୍ଞାନ ପ୍ରଦାନ କଲେ । ତା ପରେ ସେ ଅର୍ଜୁନଙ୍କୁ ଜଣେ ଯୋଦ୍ଧାର କର୍ତ୍ତବ୍ୟ ବିଷୟରେ ସଚେତନ କରାଇଥିଲେ ଏବଂ କହିଲେ ଯେ, କର୍ତ୍ତବ୍ୟ ପାଳନରେ ଯଶ ଏବଂ  ସ୍ୱର୍ଗ ପ୍ରାପ୍ତି ହେବ । ଅର୍ଜୁନଙ୍କୁ ଜଣେ କ୍ଷତ୍ରିୟର ବୃତ୍ତିଗତ କର୍ମ କରିବାକୁ ଉଦ୍‌ବୋଧନ ଦେଇ, ଶ୍ରୀକୃଷ୍ଣ ବର୍ତ୍ତମାନ ଏକ ଉଚ୍ଚତର ସିଦ୍ଧାନ୍ତର ପରିପ୍ରକାଶ କରୁଛନ୍ତି - କର୍ମଯୋଗର  ବିଜ୍ଞାନ- ଏବଂ ଅର୍ଜୁନଙ୍କୁ  କହୁଛନ୍ତି ଯେ, କର୍ମର ଫଳଠାରୁ ନିଜକୁ ଆସକ୍ତି ରହିତ କର । ଏହି ପରି ଭାବରେ ବନ୍ଧନ ସୃଷ୍ଟିକାରୀ କର୍ମ, ବନ୍ଧନ ଛିନ୍ନକାରୀ କର୍ମରେ ପରିଣତ ହେବ ।  ପ୍ରତିଫଳର ଆଶା ନ ରଖି କାର୍ଯ୍ୟ କରିବାକୁ ସେ ବୁଦ୍ଧିଯୋଗ ଭାବେ  ବର୍ଣ୍ଣନା କରୁଛନ୍ତିା  ଏହା ଦ୍ୱାରା ସେ ସୂଚିତ କରୁଛନ୍ତି ଯେ,  ଦୃଢ ବୁଦ୍ଧି ଦ୍ୱାରା ମନକୁ ସଂସାରିକ ପ୍ରଲୋଭନରୁ ଦୂରେଇ ରଖିବା ଏବଂ ଆଧ୍ୟାତ୍ମିକ ଜ୍ଞାନ ଦ୍ୱାରା ବୁଦ୍ଧିକୁ  ଦୃଢ ଏବଂ ସ୍ଥିର କରିବା ଆବଶ୍ୟକ । ସେ କର୍ମ ତ୍ୟାଗ କରିବାକୁ କହୁନାହାଁନ୍ତି, ବରଂ କର୍ମଫଳ ପ୍ରତି ଆସକ୍ତି ତ୍ୟାଗ କରିବାକୁ କହୁଛନ୍ତି ।

ଶ୍ରୀକୃଷ୍ଣଙ୍କର ଉଦ୍ଦେଶ୍ୟକୁ ବୁଝି ନ ପାରି ଅର୍ଜୁନ ଭାବିଲେ ଯେ ଯଦି ଜ୍ଞାନ କର୍ମଠାରୁ ଶ୍ରେଷ୍ଠ ଅଟେ, ତେବେ ସେ କାହିଁକି ଯୁଦ୍ଧପରି ଏକ ଭୟାନକ କାର୍ଯ୍ୟ କରିବେ ?  ତେଣୁ ସେ କହୁଛନ୍ତି, “ଆପଣଙ୍କର ବିରୋଧାତ୍ମକ ବକ୍ତବ୍ୟ ମୋର ବୁଦ୍ଧିକୁ ଭ୍ରମିତ କରିଦେଉଛି ।  ମୁଁ ଜାଣେ, ଆପଣ କୃପାଳୁ ଅଟନ୍ତି ଏବଂ ମୋତେ ଭ୍ରମିତ  କରିବାକୁ ଆପଣ ଇଚ୍ଛା କରନ୍ତି ନାହିଁ, ତେଣୁ ଦୟାକରି ମୋର ଶଙ୍କା ଦୂର କରନ୍ତୁ । ”

Bookmark this Verse

Sign in to save your favorite verses.

Add a Note
Swami Mukundananda
3. କର୍ମ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!