Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 3, Verse 13

ଯଜ୍ଞଶିଷ୍ଟାଶିନଃ ସନ୍ତୋ ମୁଚ୍ୟନ୍ତେ ସର୍ବକିଲ୍‌ବିଷୈଃ ।
ଭୁଞ୍ଜତେ ତେ ତ୍ୱଘଂ ପାପା ଯେ ପଚନ୍ତ୍ୟାତ୍ମକାରଣାତ୍ ।।୧୩।।

ଯଜ୍ଞ ଶିଷ୍ଟ- ଯଜ୍ଞରେ ଅର୍ପଣ କରାଯାଉଥିବା ପ୍ରସାଦର ଅବଶିଷ୍ଟାଂଶ; ଆଶିନଃ- ଭୋଜନକାରୀ, ସନ୍ତଃ- ସନ୍ଥ ମହାପୁରୁଷ; ମୁଚ୍ୟନ୍ତେ- ମୁକ୍ତ ହୋଇଯାଆନ୍ତି; ସର୍ବ- ସମସ୍ତପ୍ରକାର; କିଳ୍‌ବିଷୈଃ- ପାପରୁ; ଭୁଞ୍ଜତେ- ଉପଭୋଗ କରନ୍ତି; ତେ- ସେମାନେ; ତୁ- କିନ୍ତୁ, ଅଘଂ- ଘୋର ପାପ; ପାପାଃ- ପାପୀମାନେ; ଯେ-ଯେଉଁମାନେ; ପଚନ୍ତି- ପାକ କରନ୍ତି; ଆତ୍ମକାରଣାତ୍ - ଇନ୍ଦିୟ ସୁଖାର୍ଥେ ।

Translation

BG 3.13: ଯେଉଁ ଧର୍ମ ପରାୟଣ ବ୍ୟକ୍ତି, ଭୋଜନକୁ ଭଗବାନଙ୍କୁ ଅର୍ପଣ କରି ପ୍ରସାଦ ରୂପରେ ଗ୍ରହଣ କରନ୍ତି, ସେ ସମସ୍ତ ପାପରୁ ମୁକ୍ତ ହୋଇ ଯାଆନ୍ତି । ଅନ୍ୟ ଯେଉଁ ମାନେ କେବଳ ନିଜର ଉପଭୋଗ ପାଇଁ ଖାଦ୍ୟ ପ୍ରସ୍ତୁତ କରନ୍ତି, ସେମାନେ କେବଳ ପାପ ହିଁ ଆହରଣ କରନ୍ତି ।

Commentary

ବୈଦିକ ପରମ୍ପରା ଅନୁସାରେ ଭଗବାନଙ୍କୁ ସନ୍ତୁଷ୍ଟ କରିବାର ମନୋଭବ ନେଇ ହିଁ ଖାଦ୍ୟ ପ୍ରସ୍ତୁତ କରାଯାଏ ।  ଏହାର  କିଞ୍ôଚତ୍ ଅଂଶ ଏକ ପାତ୍ରରେ ସଜାଇ, ମନରେ ହେଉ ବା ବାଣୀରେ ହେଉ ଭଗବାନଙ୍କୁ ଖାଦ୍ୟ ଗ୍ରହଣ କରିବାକୁ ପ୍ରାର୍ଥନା କରାଯାଇଥାଏ । ଅର୍ପଣ ପରେ ସେହି ଖାଦ୍ୟକୁ ପ୍ରସାଦ (ଭଗବାନଙ୍କର ଅନୁଗ୍ରହ) ରୂପେ ବିବେଚନା କରାଯାଏ ଏବଂ ସେହି ମନୋଭାବରେ ଭୋଜନକୁ ଗ୍ରହଣ କରାଯାଇଥାଏ । ଅନ୍ୟ ଧାର୍ମିକ ପରମ୍ପରାରେ ମଧ୍ୟ ସେହିପରି ପ୍ରଥା ଅନୁସରଣ କରାଯାଇଥାଏ । ଖ୍ରୀଷ୍ଟିୟାନ୍ ଧର୍ମର ୟୁକାରିଷ୍ଟ ଧର୍ମବିଧିରେ ରୁଟି ଓ ମଦିରାକୁ ପବିତ୍ର କରି ପ୍ରସାଦ ରୂପରେ ଗ୍ରହଣ କରାଯାଇଥାଏ । ଏହି ଶ୍ଳୋକରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ପ୍ରସାଦ (ଭଗବାନଙ୍କୁ ଅର୍ପଣ କରାଯାଇଥିବା ଭୋଜନ) ଗ୍ରହଣ କରି ମନୁଷ୍ୟ ପାପମୁକ୍ତ ହୋଇଯାଏ, ଅଥଚ ଯେଉଁମାନେ ଭଗବାନଙ୍କୁ ଅର୍ପଣ ନ କରି ଭୋଜନ କରନ୍ତି, ସେମାନେ ପାପ କରନ୍ତି ।

ଏଠାରେ ପ୍ରଶ୍ନ ଉଠିପାରେ, ଆମେ ଭଗବାନଙ୍କୁ ଆମିଷ ଅର୍ପଣ କରି ତାହାକୁ ପ୍ରସାଦ ରୂପରେ ଗ୍ରହଣକରିପାରିବା କି ?  ଏହାର ଉତ୍ତର ଏହିପରି ହୋଇପାରେ ଯେ ବେଦ ମନୁଷ୍ୟ ପାଇଁ ନିରାମିଷ ଭୋଜନ ନିର୍ଦ୍ଦେଶ କରିଥାଏ, ଯାହାର ଅନ୍ତର୍ଭୁକ୍ତ ଶସ୍ୟ, ଡାଲି, ପନିପରିବା, ଫଳମୂଳ, ଦୁଗ୍ଧଜାତୀୟ ପଦାର୍ଥ ଇତ୍ୟାଦି ଅଟେ । ବୈଦିକ ସଂସ୍କୃତି ବ୍ୟତୀତ, ବିଶ୍ୱର ଅନ୍ୟ ସଂସ୍କୃତିର ବହୁ ଆଧ୍ୟାତ୍ମବାଦୀ ମଧ୍ୟ ମାଂସାହାରୀ ଭୋଜନକୁ ଅସ୍ୱୀକାର କରିଥାଆନ୍ତି, କାରଣ ଏହା ପ୍ରାଣୀମାନଙ୍କର ପାକସ୍ଥଳୀକୁ ଶ୍ମଶାନରେ ପରିଣତ କରି ଦେଇଥାଏ । ଯଦିଓ ସେମାନଙ୍କ ମଧ୍ୟରୁ ଅଧିକାଂଶ ମାଂସାହାରୀ ପରିବାରରେ ଜନ୍ମ ଗ୍ରହଣ କରିଥାଆନ୍ତି, ଆଧ୍ୟାତ୍ମିକ ମାର୍ଗରେ ଅଗ୍ରସର ହେବା ସହିତ, ସେମାନେ ନିରାମିଷାସି ଜୀବନ ଶୈଳୀ ପ୍ରତି ଆକର୍ଷିତ ହୋଇଥାଆନ୍ତି । କେତେକ ପ୍ରସିଦ୍ଧ ବିଚାରକ ମାନଙ୍କର ନିରାମିଷ ଭୋଜନ ସପକ୍ଷରେ ଉକ୍ତି ଏଠାରେ ଉଲ୍ଲେଖ କରାଗଲା ।

“ପ୍ରାଣୀମାନଙ୍କର ମନରେ ଭୟ ସୃଷ୍ଟି ନ କରିବା ପାଇଁ, ଭିକ୍ଷୁମାନେ ମାଂସ ଭକ୍ଷଣରୁ ନିବୃତ୍ତ ରହନ୍ତୁ । ବିଜ୍ଞ ବ୍ୟକ୍ତି ମାନଙ୍କର ଆହାର ସାଧୁୁ ମାନଙ୍କର ଆହାର ପରି ହେବା ଉଚିତ୍‌, ଯେଉଁଥିରେ ମାଂସ ନ ଥାଏ ।”- ବୁଦ୍ଧଦେବ

“ଆପଣ ଯଦି ଏପରି କହିବେ ଯେ ଆପଣଙ୍କର ଶରୀର ସ୍ୱଭାବତଃ ସେପରି ଆହାର ନିମନ୍ତେ ଉଦ୍ଦିଷ୍ଟ, ତେବେ ଆପଣ ଯାହାକୁ ଖାଇବାକୁ ଇଚ୍ଛା କରୁଛନ୍ତି, ତାହାକୁ ନିଜ ଶରୀରରେ ଥିବା ଉପକରଣମାନଙ୍କ ଦ୍ୱାରା ହତ୍ୟା କରନ୍ତୁ, କୌଣସି ବାହ୍ୟ ଅସ୍ତ୍ର-ଶସ୍ତ୍ର ଦ୍ୱାରା ନୁହେଁ । - ରୋମାନ ପ୍ଲୁଟାର୍କଙ୍କର ‘ମାଂସ ଭକ୍ଷଣ’ ଶୀର୍ଷକ ପ୍ରବନ୍ଧ ।

“ଯେ  ପର୍ଯ୍ୟନ୍ତ ମନୁଷ୍ୟ ଜୀବ ସଂହାର କରି ଚାଲିଥିବ, ସେ ପର୍ଯ୍ୟନ୍ତ ସେମାନେ ପରସ୍ପରକୁ ହତ୍ୟା କରୁଥିବେ ।  ହତ୍ୟା ଓ ଯାତନାର ବୀଜ ବପନ କରି କେହି ଆନନ୍ଦ ଓ ପ୍ରେମର ଫସଲ ଆଦାୟ କରିପାରିବେ ନାହିଁ । - ପିଥାଗୋରାସ୍

“ସତ କହିବାକୂ ଗଲେ, ମନୁଷ୍ୟ ପଶୁମାନଙ୍କର  ରାଜା ଅଟେ, କାରଣ ତା’ର ନିର୍ଦ୍ଦୟତା ପଶୁମାନଙ୍କ ଠାରୁ ଅଧିକ । ଅନ୍ୟମାନଙ୍କର ଶବ ଉପରେ ଆମେ ଜୀବିତ । ଆମେ ସମସ୍ତେ ଗୋଟିଏ ଗୋଟିଏ ଶ୍ମଶାନ ସ୍ଥଳୀ ଅଟେ! ସେଥିପାଇଁ ମୁଁ ଶୈଶବ କାଳରୁ ହିଁ ମାଂସ ଭକ୍ଷଣ ପରିତ୍ୟାଗ କରିଛି ।” - ଲିଓନାଡୋ ଡା ଭିନ୍‌ସି

“ଅହିଂସା ମନୁଷ୍ୟକୁ ଉଚ୍ଚତମ ନୈତିକତା ଆଡକୁ ଅଗ୍ରସର  କରାଏ, ଯାହା ସବୁ ବିକାଶର ଲକ୍ଷ ଅଟେ । ଯେ ପର୍ଯ୍ୟନ୍ତ ଆମେ ଅନ୍ୟ ପ୍ରାଣୀମାନଙ୍କୁ  କଷ୍ଟ ଦେବା ବନ୍ଦ ନ କରିଛେ, ଆମେ ବର୍ବର ହୋଇ ରହିଥିବା ।” -  ଥୋମାସ୍ ଏଡିସନ୍‌

“ମାଂସ ଭକ୍ଷଣ ଅନୈତିକତା ହିଁ ଅଟେ, କାରଣ ଏହା ହତ୍ୟା ପରି ଏପରି ଏକ କାର୍ଯ୍ୟ ସହିତ ଜଡିତ, ଯାହା ନୈତିକ ଭାବନାର ସମ୍ପୂର୍ଣ୍ଣ ବିପରୀତ ଅଟେ ।” - ଲିଓ ଟଲ୍‌ଷ୍ଟୟ ।

“କଂସେଇ ବିକ୍ରି କରୁଥିବା ମାଂସ ଜୀବିତ ରହିବା ପାଇଁ ଅତ୍ୟାବଶ୍ୟକ - ଏହାର ସତ୍ୟତା ବାସ୍ତବରେ ସନ୍ଦେହ ଜନକ ଅଟେ । ମାଂସ ଭକ୍ଷଣ କେବେ ବି ଶାଳୀନତାର ପରିଚାୟକ ନୁହେଁ ।” -  ଆଡାମ୍ ସ୍ମିଥ 

“ମୁଁ ମୋର ବୟସ ଅନୁରୂପ ପ୍ରତୀତ ହୋଇଥାଏ । ଅନ୍ୟ ମାନେ ସେମାନଙ୍କର ବୟସ ଠାରୁ ଅଧିକ ବୟସ୍କ ଦେଖାଯାଆନ୍ତି ।  ଯେଉଁମାନେ ଶବ ଭକ୍ଷଣ କରନ୍ତି, ସେମାନଙ୍କ ଠାରୁ ଆଉ କ’ଣ ବା ଆଶା କରାଯିବ ?”- ଜର୍ଜ, ବର୍ଣ୍ଣାଡ୍ ଶ । 

“ଗୋଟିଏ  ମୃତ ଗାଈ ବା ମେଣ୍ଢା ଗୋଚରରେ ପଡିଥିଲେ,  ତାକୁ ପଚା ଶରୀର କୁହାଯାଏ । ଅଥଚ କଂସେଇ ଶାଳରେ ଝୁଲା ହୋଇଥିବା ସେହି ପରି ମୃତ ଶରୀରକୁ ଖାଦ୍ୟ ରୂପେ ବିବେଚନା କରାଯାଇଥାଏ ।”- ଜେ.ଏଚ୍ କେଲଗ

“ମୋ ମତରେ, ନିରାମିଷ ଜୀବନ ଶୈଳୀ, ମନୁଷ୍ୟର ସ୍ୱଭାବକୁ ପ୍ରଭାବିତ କରିବା ସହିତ, ସମଗ୍ର ମାନବ-ସମାଜ ପାଇଁ ମଧ୍ୟ ବହୁଳ ଭାବରେ ଲାଭଦାୟୀ ସିଦ୍ଧ ହୋଇଥାଏ ।”- ଆଲର୍ବଟ୍ ଆଇନଷ୍ଟାଇନ୍

“ମୋର ଧାରଣା, ଆଧ୍ୟାତ୍ମିକ ପ୍ରଗତି କୌଣସି ଏକ ସ୍ଥିତିିରେ ଆବଶ୍ୟକ କରିଥାଏ ଯେ ଆମେ ନିଜର ଶାରୀରିକ ବାସନାର ପୂର୍ତ୍ତି ନିମନ୍ତେ ଅନ୍ୟ ପ୍ରାଣୀମାନଙ୍କର ହତ୍ୟା କରିବାରୁ ନିବୃତ୍ତହେବା ।”- ମହାତ୍ମା ଗାନ୍ଧୀ

ଏହି ଶ୍ଲୋକରେ ଆଗକୁ ଯାଇ ଶ୍ରୀକୃଷ୍ଣ କହୁଛନ୍ତି ଯେ ଉଦ୍ଭିଦ ମାନଙ୍କର ମଧ୍ୟ ଜୀବନ ରହିଛି । ଯଦି ଆମେ ଇନ୍ଦ୍ରିୟ ସୁଖ ପାଇଁ ସେଗୁଡିକୁ ଭକ୍ଷଣ କରିବା, ତେବେ ଜୀବ ହତ୍ୟା ଜନିତ କର୍ମ ବନ୍ଧନରେ ଆମେ ବାନ୍ଧି ହୋଇଯିବା । ଶ୍ଲୋକରେ ବ୍ୟବହୃତ ଆତ୍ମ-କାରଣାତ୍ ଶବ୍ଦର ଅର୍ଥ ‘ନିଜ ସୁଖ ପାଇଁ କିନ୍ତୁ ଯଦି ଆମେ ତାହାକୁୁ ଭଗବାନଙ୍କୁ  ଅର୍ପଣ କରାଯାଇଥିବା ଯଜ୍ଞର ପ୍ରସାଦ ଭାବରେ ଗ୍ରହଣ କରିବା, ତେବେ ଚିନ୍ତାଧାରା ଭିନ୍ନ ହୋଇଯିବ । ସେତେବେଳେ ଆମେ ଶରୀରକୁ  ଭଗବାନଙ୍କର ସମ୍ପତ୍ତି ମନେକରିବା ଏବଂ ତାଙ୍କ  ସେବା ପାଇଁ ଶରୀରର ଯତ୍ନ ନେବାର ଦାୟୀତ୍ୱ ଆମ ଉପରେ ନ୍ୟସ୍ତ କରାଯାଇଛି ବୋଲି  ବିିଚାର କରିବା ।  ଶରୀର ପୋଷଣ ନିମନ୍ତେ ଅନୁମୋଦିତ ଖାଦ୍ୟକୁ ତାଙ୍କରି କୃପା ରୂପରେ ଗ୍ରହଣ କରିବା । ଏହିପରି ମନୋଭାବ ସମସ୍ତ ପ୍ରକ୍ରିୟାକୁ ଦିବ୍ୟତା ପ୍ରଦାନ କରିଥାଏ । ଭରତ  ମୁନି କହିଛନ୍ତି :

ବସୁସତୋ କ୍ରତୁ ଦକ୍ଷୌ କାଳ କାମୈା ଦୃତିଃ କୁରୁଃ
ପୁରୁରବା ମଦ୍ରବାଶ୍ଚ ବିଶ୍ୱଦେବାଃ ପ୍ରକିର୍ତିତଃ ।

“ରନ୍ଧନ ପ୍ରକ୍ରିୟାରେ ହେମଦସ୍ତା, ଅଗ୍ନି, ପେଷଣା, ଜଳପାତ୍ର, ଝାଡୁ ଆଦିର ବ୍ୟବହାର କରି ଅଜାଣତରେ ଆମେ ପ୍ରାଣୀମାନଙ୍କ ପ୍ରତି ହିଂସା ପ୍ରଦର୍ଶନ କରିଥାଉ ।  ନିଜ ପାଇଁ ଯେଉଁମାନେ ଖାଦ୍ୟ ପ୍ରସ୍ତୁତ କରନ୍ତି, ସେମାନେ ଏହିି  ପାପରେ ଲିପ୍ତ ହୋଇଯାଆନ୍ତି । କିନ୍ତୁ ଯଜ୍ଞ ଏହିସବୁ ପାପ ପ୍ରକ୍ରିୟାକୁ ନାଶ କରିଦେଇଥାଏ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
3. କର୍ମ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!