Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 3, Verse 16

ଏବଂ ପ୍ରବର୍ତିତଂ ଚକ୍ରଂ ନାନୁବର୍ତୟତୀହ ଯଃ ।
ଅଘାୟୁରିନ୍ଦ୍ରିୟାରାମୋ ମୋଘଂ ପାର୍ଥ ସ ଜୀବତି ।।୧୬।।

ଏବ - ଏହିପରି ଭାବରେ ; ପ୍ରବର୍ତ୍ତିତଂ - ଗତି କରି; ଚକ୍ରଂ - ଚକ୍ର ; ନ ଅନୁବର୍ତୟତି - ଅନୁସରଣ ନ କରେ; ଇହ - ଏହି ଜୀବନରେ; ଯଃ- ଯିଏ; ଅଘାୟୁଃ- ପାପପୂର୍ଣ୍ଣ ଜୀବନ; ଇନ୍ଦ୍ରିୟ ଆରାମଃ- ଇନ୍ଦ୍ରିୟ ସୁୁଖାର୍ଥେ ; ମୋଘଂ- ବୃଥା ; ପାର୍ଥ- ହେ ପୃଥାପୁତ୍ର(ଅର୍ଜୁନ); ସଃ- ସେମାନେ ; ଜୀବତି- ଜୀବନ ଧାରଣ କରନ୍ତି ।

Translation

BG 3.16: ହେ ପାର୍ଥ, ଯେଉଁ ମାନେ ବେଦ ପ୍ରଣୀତ ଯଜ୍ଞ ଚକ୍ରରେ ନିଜର ଦାୟୀତ୍ୱ ବହନ କରନ୍ତି ନାହିଁ, ସେମାନେ ପାପ ଅର୍ଜନ କରନ୍ତି । ସେମାନେ ନିଜର ଇନ୍ଦ୍ରିୟ ସୁଖ ପାଇଁ ଜୀବନ ଧାରଣ କରିଥାନ୍ତି ଏବଂ ବାସ୍ତବରେ ସେମାନଙ୍କର ଜୀବନ ନିରର୍ଥକ ଅଟେ ।

Commentary

ଚକ୍ରର ଅର୍ଥ ଘଟଣାବଳୀର ଏକ ନିର୍ଦ୍ଦିଷ୍ଟ କ୍ରମନ୍ୱୟ । ଶସ୍ୟରୁ ବୃଷ୍ଟିର ଚକ୍ର ସମ୍ବନ୍ଧରେ ଶ୍ଲୋକ ୩.୧୪ରେ ବର୍ଣ୍ଣନା କରାଯାଇଛି । ଏହି ସାର୍ବଭୌମିକ କର୍ମଚକ୍ରର ପ୍ରତ୍ୟେକ ସଦସ୍ୟ ନିଜ ନିଜର କର୍ତ୍ତବ୍ୟ ପାଳନ କରି ଏହାର ଘୂର୍ଣ୍ଣନରେ ସହଯୋଗ କରିଥାଆନ୍ତି । ଯେହେତୁ ଆମେ ଏହି  ଫଳଚକ୍ରର ଉପଭୋକ୍ତା ଅଟୁ, ତେଣୁ ଏହି ଶୃଙ୍ଖଳାରେ ଆମର ଧାର୍ଯ୍ୟ କର୍ତ୍ତବ୍ୟ ଆମେ ପାଳନ କରିବା ଉଚିତ୍ ।

ଏହି ଚକ୍ରରେ କେବଳ ଆମେ ମନୁଷ୍ୟ ମାନଙ୍କୁ ନିଜର ସ୍ୱାଧୀନ ଇଛା ଅନୁସାରେ କାର୍ଯ୍ୟ କରିବାର କ୍ଷମତା ଅର୍ପଣ ହୋଇଛି । ଯଦ୍ୱାରା ଏହି ଚକ୍ରକୁ ଶୃଙ୍ଖଳିତ ଭାବରେ ଗତି କରିବାରେ ସହଯୋଗ କରିପାରିବା ଅବା ବ୍ରହ୍ମାଣ୍ଡର ଏହି କ୍ରିୟାରେ ବିଘ୍ନ ସୃଷ୍ଟି କରିପାରିବା । ଯେତେବେଳେ ମାନବ ସମାଜର ସଂଖ୍ୟାଧିକ ବ୍ୟକ୍ତି ଏହି ନିୟମରେ ସହବସ୍ଥାନ କରନ୍ତି ସେତେବେଳେ  ଭୌତିକ ଉନ୍ନତି ହେବା ସହିତ  ଆଧ୍ୟାତ୍ମିକ  ପ୍ରଗତି  ଉଦ୍ରେକ ହୋଇଥାଏ । ମାନବ ଇତିହାସରେ ଏପରି ସମୟ ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ସୁବର୍ଣ୍ଣ ଯୁଗ ହୋଇଥାଏ । ବିପରୀତ ରୂପେ ଯେତେବେଳେ ଅଧିକାଂଶ ବ୍ୟକ୍ତି ବିଶ୍ୱଚକ୍ରର ଏହି ନିୟମକୁ ଅମାନ୍ୟ କରି ନିଜର ଦାୟୀତ୍ୱ ପାଳନ କରନ୍ତି ନାହିଁ, ସେତେବେଳେ ପ୍ରକୃତି ଦଣ୍ଡ  ଦେବା ଆରମ୍ଭ  କରିଥାଏ ଏବଂ ଶାନ୍ତି ଓ  ପ୍ରଗତି  ବାଧାପ୍ରାପ୍ତ ହୋଇଥାଏ । 

ଭଗବାନଙ୍କ ଦ୍ୱାରା ଏହି ପ୍ରାକୃତିକ ଚକ୍ର, ବିଭିନ୍ନ ସ୍ତରର ଚେତନା ଯୁୁକ୍ତ ପ୍ରାଣୀ ମାନଙ୍କୁ ଶୃଙ୍ଖଳିତ କରିବା, ଶିକ୍ଷା ଦେବା ତଥା ଉନ୍ନତି କରିବା ପାଇଁ, ସୃଷ୍ଟି ହୋଇଛି । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୁଝାଇଛନ୍ତି ଯେ, ଯେଉଁ ମାନେ ତାଙ୍କର ନିର୍ଦ୍ଧିାରିତ ଯଜ୍ଞ କରନ୍ତି ନାହିଁ, ସେମାନେ ତାଙ୍କ ଇନ୍ଦ୍ରିୟ ମାନଙ୍କର ଦାସ ହୋଇ ଏକ ପାପମୟ ଜୀବନଯାପନ କରନ୍ତି ।  

Bookmark this Verse

Sign in to save your favorite verses.

Add a Note
Swami Mukundananda
3. କର୍ମ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!