Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 3, Verse 18

ନୈବ ତସ୍ୟ କୃତେନାର୍ଥୋ ନାକୃତେନେହ କଶ୍ଚନ
ନ ଚାସ୍ୟ ସର୍ବଭୂତେଷୁ କଶ୍ମିଦର୍ଥବ୍ୟପାଶ୍ରୟଃ ।। ୧୮।।

ନ- କଦାପି ନୁହେଁ; ଏବ- ନିଶ୍ଟିତ ଭାବେ; ତସ୍ୟ- ତା’ର; କୃତେନ - କର୍ତ୍ତବ୍ୟ କରିବା ଦ୍ୱାରା; ଅର୍ଥଃ- ଉଦ୍ଦେଶ୍ୟ; ନ- ନୁହେଁ; ଅକୃତେନ- କର୍ତ୍ତବ୍ୟ ନ କରିବା; ଇହ - ଇହଜଗତରେ; କଶ୍ଚିତ- କୌଣସି; ଅର୍ଥ- ଉଦ୍ଦେଶ୍ୟ; ବ୍ୟପାଶ୍ରୟଃ - ଆଶ୍ରୟ ନେବା ।

Translation

BG 3.18: ଏହିପରି ଆତ୍ମଜ୍ଞାନ ଲାଭ କରିଥିବା ଜୀବମାନଙ୍କର କର୍ତ୍ତବ୍ୟ ପାଳନ କରିବା ଅଥବା କର୍ତ୍ତବ୍ୟ ତ୍ୟାଗ କରିବାରେ କୌଣସି ଲାଭ ବା କ୍ଷତି ହୁଏ ନାହିଁ । ସେମାନେ ନିଜର ଲକ୍ଷ୍ୟ ପ୍ରାପ୍ତି ନିମନ୍ତେ ଅନ୍ୟ କୌଣସି ଜୀବ ଉପରେ ନିର୍ଭର କରନ୍ତି ନାହିଁ ।

Commentary

ଆତ୍ମଜ୍ଞାନୀମାନେ ଆତ୍ମାର ଅତୀନ୍ଦ୍ରିୟ ସ୍ତରରେ ସ୍ଥିତ ରହିଥାଆନ୍ତି । ସେମାନଙ୍କର ସମସ୍ତ କାର୍ଯ୍ୟ ଭଗବାନଙ୍କ ସେବା ଉଦ୍ଦେଶ୍ୟରେ ହୋଇଥିବା ଦୃଷ୍ଟିରୁ ଲୋକୋତ୍ତର ଅଟେ । ସେଥିପାଇଁ ସାଂସାରିକ ବ୍ୟକ୍ତିମାନଙ୍କ ପାଇଁ ବର୍ଣ୍ଣାଶ୍ରମ ଧର୍ମ ଅନୁଯାୟୀ ଯେଉଁ କର୍ମର ବିଧାନ ରହିଥାଏ, ତାହା ସେମାନଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ନୁହେଁ ।

ଏଠାରେ କର୍ମ ଓ ଭକ୍ତି ମଧ୍ୟରେ ରହିଥିବା ପାର୍ଥକ୍ୟ ସମ୍ବନ୍ଧରେ ବିଚାର କରାଯିବା ଆବଶ୍ୟକ । ପୂର୍ବରୁ ଶ୍ରୀକୃଷ୍ଣ କର୍ମ ବିଷୟରେ ଏହା କହିଥିଲେ ଯେ ସେଗୁଡିକ ଭଗବାନଙ୍କୁ ଅର୍ପଣ କରି କରାଯିବା ଉଚିତ୍ । ମନକୁ ଶୁୁଦ୍ଧ କରିବା ପାଇଁ ଏହା ଆବଶ୍ୟକ ଅଟେ । ଏହା ମନକୁ ସାଂସାରିକ ଆବିଳତାର ଉର୍ଦ୍ଧ୍ୱକୁ  ଉଠିବାରେ ସାହାଯ୍ୟ କରିଥାଏ  କିନ୍ତୁ ଆତ୍ମଜ୍ଞାନୀମାନେ ଭଗବାନଙ୍କ ସହିତ ତଲ୍ଲୀନତା ହାସଲ କରି ନିଜ ଅନ୍ତଃକରଣକୁ ଶୁଦ୍ଧ କରି ନେଇଥାଆନ୍ତି । ସେମାନଙ୍କ ପରି ଅତୀନ୍ଦ୍ରିୟ ପୁରୁଷମାନେ ନିଜକୁ ପ୍ରତ୍ୟକ୍ଷ ରୂପରେ ଭଗବାନଙ୍କର ଭକ୍ତି ଏବଂ ଧ୍ୟାନ,ଅର୍ଚ୍ଚନା, କୀର୍ତ୍ତନ, ଗୁରୁସେବା ଆଦି ବିଶୁଦ୍ଧ ଆଧ୍ୟାତ୍ମିକ କର୍ମରେ ନିୟୋଜିତ କରିଥାଆନ୍ତି । ସାଂସାରିକ କର୍ତ୍ତବ୍ୟ, କର୍ମ ତ୍ୟାଗ କରିବା ସେମାନଙ୍କ ପାଇଁ ପାପ ନୁହେଁ । ଇଚ୍ଛାକଲେ ସେମାନେ କର୍ମ କରିପାରନ୍ତି, କିନ୍ତୁ ସେଥିପାଇଁ ସେମାନେ ବାଧ୍ୟ ନୁହଁନ୍ତି ।

ଇତିହାସରେ ଦୁଇ ପ୍ରକାର ମହାପୁରୁଷ ଅଛନ୍ତି ।  (୧) ପ୍ରହ୍ଲାଦ, ଧ୍ରୁବ, ଅମ୍ବରୀଶ, ପୃଥୁ ଓ ବିଭୀଷଣଙ୍କ ପରି ମହାପୁରୁଷ ଯେଉଁମାନେ ଭଗବତ୍ ପ୍ରାପ୍ତି କରିସାରିଲା ପରେ ମଧ୍ୟ ନିଜର ସଂସାରିକ କାର୍ଯ୍ୟ ନିର୍ବାହ କରୁଥିଲେ । ସେମାନେ କର୍ମ ଯୋଗୀ ଥିଲେ - ବାହ୍ୟତଃ ଶରୀର ଦ୍ୱାରା ସେମାନେ ସାଂସାରିକ କର୍ମ କରୁଥିଲେ କିନ୍ତୁ ସେମାନଙ୍କର ମନ ସଦାସର୍ବଦା ଭଗବାନଙ୍କଠାରେ ଲୀନ  ରହୁଥିଲା । (୨) ଶଙ୍କରାଚାର୍ଯ୍ୟ, ମାଧ୍ୱାଚାର୍ଯ୍ୟ, ରାମାନୁଜାଚାର୍ଯ୍ୟ ଏବଂ ଚୈତନ୍ୟ ମହାପ୍ରଭୂଙ୍କ ପରି ମହାପୁରୁଷ ଯେଉଁମାନେ ସାଂସାରିକ କର୍ତ୍ତବ୍ୟ ତ୍ୟାଗ କରି ସନ୍ୟାସ ଜୀବନ ଯାପନ କରୁଥିଲେ । ଏମାନେ କର୍ମସନ୍ୟାସୀ ଥିଲେ ଏବଂ ଉଭୟ ବହିରଙ୍ଗ ଓ ଅନ୍ତରଙ୍ଗ ସ୍ତରରେ, ଅର୍ଥାତ୍ ଶରୀର ଓ ମନ ଦ୍ୱାରା କେବଳ ଭଗବାନଙ୍କର ଭକ୍ତି କରୁଥିଲେ । ଏହି ଶ୍ଲୋକରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି ଯେ, ଭଗବତ୍ ପ୍ରାପ୍ତି ପରେ ଏହି ଦୁଇଟି ବିକଳ୍ପ ରହିଛି । ଆସନ୍ତୁ ଦେଖିବା, ପରବର୍ତ୍ତୀ ଶ୍ଳୋକରେ ସେ ଅର୍ଜୁନଙ୍କ ନିମନ୍ତେ ତନ୍ମଧ୍ୟରୁ କେଉଁଟିକୁ ସୁପାରିଶ କରୁଛନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
3. କର୍ମ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!