ତସ୍ମାଦସକ୍ତଃ ସତତଂ କାର୍ଯ୍ୟଂ କର୍ମ ସମାଚର ।
ଅସକ୍ତୋ ହ୍ୟାଚରନ୍ କର୍ମ ପରମାପ୍ନୋତି ପୁରୁଷଃ ।। ୧୯ ।।
ତସ୍ମାତ୍ - ତେଣୁ; ଅସକ୍ତଃ - ଅନାସକ୍ତ ବା ସଂଶ୍ଲଷ୍ଟ ନ ରହି; ସତତଂ - ବରାବର; କାର୍ଯ୍ୟଂ- କର୍ତ୍ତବ୍ୟ ହିସାବରେ; କର୍ମ- କର୍ମ; ସମାଚର - କର; ଅସକ୍ତଃ - ଅନାସକ୍ତ; ହି- ନିଶ୍ଚିତଭାବେ; ଆଚରନ୍- ଆଚରଣ କର; କର୍ମ- କ୍ରିୟାନୁଷ୍ଠାନ; ପରମ- ପରମଗତି; ଆପ୍ନୋତି - ପ୍ରାପ୍ତହୁଏ; ପୁରୁଷଃ - ମାନବ ।
BG 3.19: ତେଣୁ ଆସକ୍ତି ତ୍ୟାଗ କରି, ସମସ୍ତ କର୍ମ କର୍ତ୍ତବ୍ୟ ଭାବରେ କର କାରଣ କର୍ମଫଳ ପ୍ରତି ଆସକ୍ତି ନରଖି କାର୍ଯ୍ୟ କରିବା ଦ୍ୱାରା ବ୍ୟକ୍ତି ପରମଗତି ପ୍ରାପ୍ତ କରିଥାଏ ।
ତସ୍ମାଦସକ୍ତଃ ସତତଂ କାର୍ଯ୍ୟଂ କର୍ମ ସମାଚର ।
ଅସକ୍ତୋ ହ୍ୟାଚରନ୍ କର୍ମ ପରମାପ୍ନୋତି ପୁରୁଷଃ ।। ୧୯ ।।
ତେଣୁ ଆସକ୍ତି ତ୍ୟାଗ କରି, ସମସ୍ତ କର୍ମ କର୍ତ୍ତବ୍ୟ ଭାବରେ କର କାରଣ କର୍ମଫଳ ପ୍ରତି ଆସକ୍ତି ନରଖି କାର୍ଯ୍ୟ କରିବା ଦ୍ୱାରା ବ୍ୟକ୍ତି ପରମଗତି ପ୍ରାପ୍ତ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଶ୍ରୀକୃଷ୍ଣ ୩.୮ ରୁ ୩.୧୨ ପର୍ଯ୍ୟନ୍ତ ଶ୍ଲୋକରେ ଯେଉଁ ମାନେ ଦିବ୍ୟ ଚେତନା ସ୍ତରରେ ପହଞ୍ôଚ ନାହାନ୍ତି, ସେମାନଙ୍କୁ ତାଙ୍କର ନିର୍ଦ୍ଧାରିତ କର୍ମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୩.୧୭ ଓ ୩.୧୮ ଶ୍ଲୋକରେ ସେ କହିଲେ ଯେ ଦିବ୍ୟ ଚେତନାଯୁକ୍ତ ମହାପୁରୁଷମାନେ ସେମାନଙ୍କର ନିର୍ଦ୍ଧାରିତ କର୍ମ (ବର୍ଣ୍ଣାଶ୍ରମ ଧର୍ମ) କରିବାକୁ ବାଧ୍ୟ ନୁହନ୍ତି । ଅତଏବ ଅର୍ଜୁନଙ୍କ ପାଇଁ କେଉଁ ମାର୍ଗଟି ଠିକ୍ ? ଶ୍ରୀକୃଷ୍ଣ ତାଙ୍କୁ କର୍ମ ସନ୍ୟାସର ପଥ ଅନୁସରଣ ନ କରି, କର୍ମଯୋଗୀ ହେବା ପାଇଁ ଉପଦେଶ ଦେଉଛନ୍ତି । ସେ ୩.୨୦ ରୁ ୩.୨୨ ଶ୍ଲୋକରେ ଏହାର କାରଣ ବିଶ୍ଲେଷଣ କରିଛନ୍ତି ।