ଯଦି ହ୍ୟହଂ ନ ବର୍ତେୟଂ ଜାତୁ କର୍ମଣ୍ୟତନ୍ଦ୍ରିତଃ ।
ମମ ବର୍ତ୍ମାନୁବର୍ତନ୍ତେ ମନୁଷ୍ୟାଃ ପାର୍ଥ ସର୍ବଶଃ ।। ୨୩ ।।
ଯଦି - ଯଦି; ହି- ନିଶ୍ଚିତ ଭାବେ; ଅହଂ - ମୁଁ; ନ ବର୍ତେୟଂ - ଏହିପରି ଭାବରେ କର୍ମରେ ନିଯୁକ୍ତ ନହୁଏ; ଜାତୁ- କେବେ; କର୍ମଣି - କର୍ତ୍ତବ୍ୟ ସଂପାଦନରେ; ଅତନ୍ଦ୍ରିତଃ - ଯତ୍ନର ସହିତ; ମମ- ମୋର; ବର୍ତ୍ମ- ପଥ; ଅନୁବର୍ତନ୍ତେ-ଅନୁସରଣ କରିବେ; ମନୁଷ୍ୟାଃ- ମନୁଷ୍ୟମାନେ; ପାର୍ଥ - ହେ, ପୃଥାପୁତ୍ର; ସର୍ବଶଃ-ସବୁ ପ୍ରକାରେ ।
BG 3.23: ହେ ପାର୍ଥ! ମୁଁ ଯଦି ମୋର ବିିହିତ କର୍ମ ନ କରେ, ତେବେ ମନୁଷ୍ୟ ସର୍ବତୋ ଭାବରେ ତାହାର ହିଁ ଅନୁସରଣ କରିବ ।
ଯଦି ହ୍ୟହଂ ନ ବର୍ତେୟଂ ଜାତୁ କର୍ମଣ୍ୟତନ୍ଦ୍ରିତଃ ।
ମମ ବର୍ତ୍ମାନୁବର୍ତନ୍ତେ ମନୁଷ୍ୟାଃ ପାର୍ଥ ସର୍ବଶଃ ।। ୨୩ ।।
ହେ ପାର୍ଥ! ମୁଁ ଯଦି ମୋର ବିିହିତ କର୍ମ ନ କରେ, ତେବେ ମନୁଷ୍ୟ ସର୍ବତୋ ଭାବରେ ତାହାର ହିଁ ଅନୁସରଣ କରିବ ।
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ମର୍ତ୍ତ୍ୟଲୋକରେ ତାଙ୍କର ଦିବ୍ୟ ଲୀଳାରେ, ଶ୍ରୀକୃଷ୍ଣ ଜଣେ ରାଜା ଓ ଶ୍ରେଷ୍ଠ ମାର୍ଗଦର୍ଶକର ଭୂମିକା ନିର୍ବାହ କରୁଛନ୍ତି । ସଂସାରରେ ତାଙ୍କର ଆବିର୍ଭାବ ବୃଷ୍ଣି ବଂଶର ଧାର୍ମିକ ରାଜା ବସୁଦେବଙ୍କର ପୁତ୍ର ରୂପେ ହୋଇଥିଲା । ଶ୍ରୀକୃଷ୍ଣ ଯଦି ତାଙ୍କର କର୍ତ୍ତବ୍ୟ ପାଳନ କରି ନ ଥାଆନ୍ତେ, ତା ହେଲେ ତାଙ୍କର ଅଧସ୍ତନ ବ୍ୟକ୍ତିିମାନେ କର୍ତ୍ତବ୍ୟ ନ କରିବା ଉଚିତ ପ୍ରଥା ଭାବି ତାଙ୍କର ପଦାଙ୍କ ଅନୁସରଣ କରିଥାଆନ୍ତେ । ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି ଯେ ସେପରି କରିବା ଦ୍ୱାରା ମାନବ ସମାଜକୁ ପଥଭ୍ରଷ୍ଟ କରିବାରେ ସେ ଉତ୍ତରଦାୟୀ ହୋଇଥାଆନ୍ତେ ।