Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 3, Verse 24

ଉତ୍ସୀଦେୟୁରିମେ ଲୋକା ନ କୁର୍ଯ୍ୟାଂ କର୍ମ ଚେଦହମ୍ ।
ସଂକରସ୍ୟ ଚ କର୍ତା ସ୍ୟାମୁପହନ୍ୟାମିମାଃ ପ୍ରଜାଃ ।। ୨୪ ।।

ଉତ୍ସୀଦେୟୁୁଃ -ଧ୍ୱଂସ ପଥରେ ପଥିକ କରାଇବା; ଇମେଲୋକାଃ - ଏ ସମସ୍ତ ଜଗତକୁ; ନ - ନୁହେଁ; କୁର୍ଯ୍ୟାଂ-କରେ; କର୍ମ- କର୍ତ୍ତବ୍ୟ; ଚେତ୍‌-ଯଦି; ଅହମ୍ -ମୁଁ; ସଂକରସ୍ୟ - ଅସଭ୍ୟ ସମାଜ; ଚ-ଏବଂ; କର୍ତା- ଦାୟୀ; ସ୍ୟାମ- ହେବି; ଉପହନ୍ୟାମ୍‌- ଧ୍ୱଂସ କରିବି; ଇମାଃ-ଏହି ସବୁ; ପ୍ରଜାଃ-ଜୀବଗଣ ।

Translation

BG 3.24: ମୁଁ ଯଦି ଉଚିତ କର୍ମ ନ କରେ, ତେବେ ସମ୍ପୂର୍ଣ୍ଣ ଜଗତ ଧଂସ ହୋଇଯିବ । ତଦ୍ୱାରା ଯେଉଁ ବିଶୃଙ୍ଖଳା ଉତ୍ପନ୍ନ ହେବ, ତା ପାଇଁ ମୁଁ ଦାୟୀ ରହିବି ଏବଂ ଏହା ସମଗ୍ର ମନୁଷ୍ୟ ଜାତିର ଶାନ୍ତ ଭଙ୍ଗ କରିଦେବ ।

Commentary

ଶ୍ରୀକୃଷ୍ଣ ଯେତେବେଳେ ମନୁଷ୍ୟ ରୂପରେ ସଂସାରରେ ଅବତରିତ ହୋଇଥିଲେ, ସେ ତାଙ୍କର ରାଜକୀୟ ଯୋଦ୍ଧା ପରିବାରର ସାମାଜିକ ସ୍ଥିତି ଅନୁଯାୟୀ ସର୍ବତୋ ଭାବରେ ଉପଯୁୁକ୍ତ ବ୍ୟବହାର ପ୍ରଦର୍ଶନ କରିଥିଲେ । ସେ ଯଦି ଉପଯୁକ୍ତ ବ୍ୟବହାର କରି ନ ଥାଆନ୍ତେ ତେବେ ଆମ୍ଭେମାନେ ଧର୍ମାତ୍ମା ବସୁଦେବଙ୍କର ସୁଯୋଗ୍ୟ ପୁତ୍ରଙ୍କର ପଦାଙ୍କ ଅନୁସରଣ କରିବା ଉଚିତ୍ ଭାବି ଅନ୍ୟମାନେ ତାଙ୍କର ଅନୁସରଣ କରିଥାଆନ୍ତେ । ଶ୍ରୀକୃଷ୍ଣ ଯଦି ତାଙ୍କର ବୈଦିକ କର୍ମ କରି ନ ଥାଆନ୍ତେ, ତାଙ୍କୁ ଅନୁକରଣ କରି ମନୁଷ୍ୟ କର୍ମର ଅନୁଶାସନରୁ ବିଚ୍ୟୁତ ହୋଇଯାଆନ୍ତା ଏବଂ ତାହା ଏକ ବିଶୃଙ୍ଖଳିତ ଅବସ୍ଥା ସୃଷ୍ଟି କରିଥାଆନ୍ତା । ଏହା ଏକ ଜଘନ୍ୟ ଅପରାଧ ହୋଇଥାଆନ୍ତା ଏବଂ ସେଥିପାଇଁ ଶ୍ରୀକୃଷ୍ଣ ଦୋଷୀ ସାବ୍ୟସ୍ତ ହୋଇଥାଆନ୍ତେ । ତେଣୁ ସେ ଅର୍ଜୁନଙ୍କୁ କହୁଛନ୍ତି, ସେ ଯଦି ତାଙ୍କର  କର୍ତ୍ତବ୍ୟ ପାଳନ ନ କରନ୍ତି, ତାହା ସମାଜରେ ବିଶୃଙ୍ଖଳା ଉତ୍ପନ୍ନ କରିବ ।

ସେହିପରି ଅର୍ଜୁନ ଧର୍ମରାଜ ଯୁଧିଷ୍ଠିରଙ୍କର ଭାଇ ଥିଲେ ଏବଂ ଯୁଦ୍ଧରେ ଅପରାଜେୟ ଭାବରେ ସେ ବିଶ୍ୱ ପ୍ରସିଦ୍ଧ ଥିଲେ । ଧର୍ମରକ୍ଷା କରିବା ଦିଗରେ ତାଙ୍କର କର୍ତ୍ତବ୍ୟକୁ ସେ ଯଦି ଅସ୍ୱୀକାର କରିଥାଆନ୍ତେ ତେବେ ଅନ୍ୟ ସମର୍ଥ ଯୋଦ୍ଧାମାନେ ଆଦର୍ଶ ଭାବରେ ତାଙ୍କର ଅନୁକରଣ କରି, ଧାର୍ମକ ପୁରୁଷଙ୍କୁ ରକ୍ଷା କରିବାର ନିଜର କର୍ତ୍ତବ୍ୟ ତ୍ୟାଗ କରିଦେଇ ଥାଆନ୍ତେ । ଏହା ଦ୍ୱାରା ସମାଜର ସନ୍ତୁଳନ ନଷ୍ଟ ହୋଇଥାଆନ୍ତା ଏବଂ ନିରୀହ ଧର୍ମ ପରାୟଣ ବ୍ୟକ୍ତି ମାନେ ନିଶ୍ଟିହ୍ନ ହୋଇଯାଇ ଥାଆନ୍ତେ ।  ସୁତରାଂ, ସମଗ୍ର ମାନବ ଜାତି ଏବଂ ଜଗତର କଲ୍ୟାଣ ନିମନ୍ତେ ଅର୍ଜୁନଙ୍କୁ ତାଙ୍କର ଉପଯୁକ୍ତ ବୈଦିକ କର୍ମ କରିବା ପାଇଁ ଶ୍ରୀକୃଷ୍ଣ ପ୍ରବର୍ତ୍ତାଉଛନ୍ତି । 

Bookmark this Verse

Sign in to save your favorite verses.

Add a Note
Swami Mukundananda
3. କର୍ମ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!