ସକ୍ତାଃ କର୍ମଣ୍ୟବିଦ୍ୱାଂସୋ ଯଥା କୁର୍ବନ୍ତି ଭାରତ ।
କୁର୍ଯ୍ୟାଦ୍ୱିଦ୍ୱ୍ୟାଂସ୍ତଥାସକ୍ତଶ୍ମିକୀର୍ଷୁଃର୍ଲୋକସଂଗ୍ରହମ୍ ।। ୨୫ ।।
ସକ୍ତାଃ - ଆସକ୍ତ ହୋଇ, କର୍ମଣି - କର୍ତ୍ତବ୍ୟ କର୍ମ, ଅବିଦ୍ୱାଂସଃ - ଅଜ୍ଞ; ଯଥା - ଯେପରି, କୁର୍ବନ୍ତି - କରନ୍ତି , ଭାରତ- ହେ ଭରତବଂଶକ, କୁର୍ଯ୍ୟତ୍-କରିବା ଉଚିତ୍ - ବିଦ୍ୱାନ୍ - ପଣ୍ଡିତ, ତଥା - ସେହିପରି, ଅସକ୍ତଃ- ଅନାସକ୍ତ ଭାବରେ, ଚିକୀର୍ଷୁଃ - ଉଦ୍ଦେଶ୍ୟରେ, ଲୋକସଂଗ୍ରହମ୍ - ଜଗତକଲ୍ୟାଣ ।
BG 3.25: ହେ ଭାରତ ଶ୍ରେଷ୍ଠ, ଅଜ୍ଞ ବ୍ୟକ୍ତିମାନେ ଯେପରି ଫଳ ପ୍ରାପ୍ତିର ଆଶା ରଖି ସକାମ କର୍ମ କରନ୍ତି, ସେହିପରି ଜ୍ଞାନୀମାନେ ଅନାସକ୍ତ ଭାବରେ ଲୋକମାନଙ୍କର ଉଚିତ୍ ମାର୍ଗଦର୍ଶନ କରିବା ପାଇଁ କର୍ମ କରିବା ଉଚିତ୍ ।
ସକ୍ତାଃ କର୍ମଣ୍ୟବିଦ୍ୱାଂସୋ ଯଥା କୁର୍ବନ୍ତି ଭାରତ ।
କୁର୍ଯ୍ୟାଦ୍ୱିଦ୍ୱ୍ୟାଂସ୍ତଥାସକ୍ତଶ୍ମିକୀର୍ଷୁଃର୍ଲୋକସଂଗ୍ରହମ୍ ।। ୨୫ ।।
ହେ ଭାରତ ଶ୍ରେଷ୍ଠ, ଅଜ୍ଞ ବ୍ୟକ୍ତିମାନେ ଯେପରି ଫଳ ପ୍ରାପ୍ତିର ଆଶା ରଖି ସକାମ କର୍ମ କରନ୍ତି, ସେହିପରି ଜ୍ଞାନୀମାନେ ଅନାସକ୍ତ ଭାବରେ ଲୋକମାନଙ୍କର ଉଚିତ୍ ମାର୍ଗଦର୍ଶନ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ପୂର୍ବରୁ, ଶ୍ଲୋକ ସଂଖ୍ୟା ୩.୨୦ ରେ, ଶ୍ରୀକୃଷ୍ଣ ଲୋକ-ସଂଗ୍ରହମ୍ ଏବାପି ସଂପଶ୍ୟନ୍, ଅର୍ଥାତ୍ “ସମସ୍ତ ସମାଜର ମଙ୍ଗଳ ଦୃଷ୍ଟିରୁ” କହିଥିଲେ । ଏହି ଶ୍ଲୋକରେ ପୁନର୍ବାର ଲୋକ - ସଂଗ୍ରହମ୍ ଚିକିର୍ଷୁଃ, ଅର୍ଥାତ୍ “ସଂସାରର ମଙ୍ଗଳ କାମନା କରି”କହି ସେ ଗୁରୁତ୍ୱାରୋପଣ କରୁଛନ୍ତି ଯେ ଜ୍ଞାନୀମାନେ ଜନକଲ୍ୟାଣ ପାଇଁ କାର୍ଯ୍ୟ କରିବା ଉଚିତ୍ ।
ପୁନଶ୍ଚ, ଏହି ଶ୍ଲୋକରେ ବ୍ୟବହୃତ ସକ୍ତାଃ ଅବିଦ୍ୱାଂସଃ ଉପାଧି ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁ ମାନେ ନିଜକୁ ଶରୀର ମନେ କରି ସଂସାରିକ ସୁଖରେ ଲିପ୍ତ ରହନ୍ତି, ଅଥଚ ଶାସ୍ତ୍ର ପ୍ରଣୋଦିତ ବୈଦିକ ନିତିନିୟମ ପ୍ରତି ପୂର୍ଣ୍ଣ ବିଶ୍ୱାସ ରଖିଥାଆନ୍ତି । ସେମାନଙ୍କୁ ଅଜ୍ଞ କୁହାଯାଏ କାରଣ ସେମାନଙ୍କର ପୋଥିଗତ ଶାସ୍ତ୍ରଜ୍ଞାନ ଥାଏ ସତ, କିନ୍ତୁ ଭଗବତ ପ୍ରାପ୍ତି ରୂପୀ ଚରମ ଲକ୍ଷ୍ୟ ସମ୍ବନ୍ଧରେ କୌଣସି ଧାରଣା ନ ଥାଏ । ଏହି ଅଜ୍ଞ ବ୍ୟକ୍ତିମାନେ ଶାସ୍ତ୍ର ନିର୍ଦ୍ଦେଶିତ କର୍ମ ସବୁ ନିରଳସ ଏବଂ ନିଃଶଙ୍କା ଚିତ୍ତରେ ପୂର୍ଣ୍ଣ ନିଷ୍ଠାର ସହିତ ପାଳନ କରିଥାଆନ୍ତି । ସେମାନଙ୍କର ଏହି ଦୃଢ ବିଶ୍ୱାସ ରହିଥାଏ ଯେ, ବୈଦିକ କର୍ମ ଓ ବିଧିର ଅନୁଷ୍ଠାନ କରିବା ଦ୍ୱାରା ସେମାନଙ୍କର ସଂସାରିିକ କାମନା ପୂର୍ଣ୍ଣ ହେବ । କୌଣସି ପରିସ୍ଥିତିରେ ସେମାନଙ୍କର ସେହି ବିଶ୍ୱାସ ଯଦି ତୁଟିଯାଏ, ତେବେ ମନରେ ଭକ୍ତିର ଉଚ୍ଚତର ସୋପାନ ପ୍ରତି ଆସ୍ଥା ଦୃଢ ହୋଇ ନ ଥିବା କାରଣରୁ, ସେମାନଙ୍କ ପାଇଁ ଅନ୍ୟ କୌଣସି ପନ୍ଥା ନ ଥାଏ । ସେଥିପାଇଁ ଭାଗବତ ମହାପୁରାଣ କହେ :
ତାବତ୍ କର୍ମାଣି କୁର୍ବୀତ ନ ନିର୍ବିଦ୍ୟେତ ଯାବତା
ମତ୍-କଥା-ଶ୍ରବଣାଦୌ ବା ଶ୍ରଦ୍ଧା ଯାବନ୍ ନ ଜାୟତେ (୧୧.୨୦.୯)
“ଯେ ପର୍ଯ୍ୟନ୍ତ ବ୍ୟକ୍ତି ସାଂସାରିକ ବିଷୟ ପ୍ରତି ବୈରାଗ୍ୟ ଧାରଣ କରି ଭଗବାନଙ୍କଠାରେ ପୂର୍ଣ୍ଣ ଅନୁରକ୍ତ ନ ହୋଇଛି, ସେ ପର୍ଯ୍ୟନ୍ତ ସେ କର୍ମ ବା ବୈଦିକ ପ୍ରଥା ସବୁ ଠିକ୍ ଠିକ୍ ପାଳନ କରିବା ଉଚିତ୍ ।”
ଶ୍ରୀକୃଷ୍ଣ କହୁଛନ୍ତି ଯେ, ଯେମିତି ଅଜ୍ଞ ବ୍ୟକ୍ତିମାନେ ବିଶ୍ୱାସର ସହିତ ବୈଦିକ କର୍ମ-ଧର୍ମ କରିଥାନ୍ତି, ସେହିପରି ଜ୍ଞାନୀମାନେ ମଧ୍ୟ, ମାୟିକ ଫଳପ୍ରାପ୍ତିର କାମନା ନ ରଖି, ସଂସାର ସମ୍ମୁଖରେ ଏକ ଉଦାହରଣ ପ୍ରସ୍ତୁତ କରିବା ନିମନ୍ତେ ନିଷ୍ଠାର ସହିତ କର୍ମ କରିବା ଉଚିତ । ତା ଛଡା, ଯେଉଁ ପରିସ୍ଥିତିରେ ଅର୍ଜୁନ ଅଛନ୍ତି ତାହା ଏକ ଧର୍ମଯୁଦ୍ଧ ଅଟେ । ତେଣୁ, ଜଣେ ଯୋଦ୍ଧା ଭାବରେ ଅର୍ଜୁନ ସମାଜର କଲ୍ୟାଣ ନିମନ୍ତେ ତାଙ୍କର କର୍ତ୍ତବ୍ୟ ପାଳନ କରିବା ଉଚିତ୍ ।