ନ ବୁଦ୍ଧିଭେଦଂ ଜନୟେଦଜ୍ଞାନାଂ କର୍ମସଙ୍ଗିନାମ୍ ।
ଜୋଷୟେତ୍ସର୍ବକର୍ମାଣି ବିଦ୍ୱାନ୍ୟୁକ୍ତଃ ସମାଚରନ୍ ।। ୨୬ ।।
ନ - ନୁହେଁ, ବୁଦ୍ଧି ଭେଦଂ- ବୁଦ୍ଧିକୁ ବିଚଳିତ କରିବା, ଜନୟେତ୍- କରିବା, ଅଜ୍ଞାନା - ଅଜ୍ଞ ବା ମୁର୍ଖର, କର୍ମ ସଙ୍ଗିନାମ୍- ସକାମ କର୍ମରେ ଆସକ୍ତ, ଯୋଷୟେତ- ଲଗାଇବା, ସର୍ବ- ସମସ୍ତ, କର୍ମାଣି - କର୍ମ, ବିଦ୍ୱାନ୍ - ବିଦ୍ୱାନ୍ ପଣ୍ଡିତ, ଯୁକ୍ତଃ- ଯୁକ୍ତ, ସମାଚରନ୍ - ଅଭ୍ୟାସକରି ।
BG 3.26: ଜ୍ଞାନୀମାନେ ସକାମ କର୍ମଯୁକ୍ତ ଅଳ୍ପଜ୍ଞ ବ୍ୟକ୍ତିମାନଙ୍କର ବୁଦ୍ଧିକୁ ସଂଶୟଯୁକ୍ତ କରି ସେମାନଙ୍କୁ କର୍ତ୍ତବ୍ୟରୁ ନିବୃତ୍ତ କରିବା ଉଚିତ୍ ନୁହେଁ । ତତ୍ ପରିବର୍ତ୍ତେ ସେମାନେ ଆଦର୍ଶ ଭାବରେ ନିଜର କର୍ତ୍ତବ୍ୟ ପାଳନ କରି ଅଜ୍ଞବ୍ୟକ୍ତି ମାନଙ୍କୁ ସେହି ଦିଗରେ ପ୍ରୋତ୍ସାହିତ କରିବା ଉଚିତ୍ ।
ନ ବୁଦ୍ଧିଭେଦଂ ଜନୟେଦଜ୍ଞାନାଂ କର୍ମସଙ୍ଗିନାମ୍ ।
ଜୋଷୟେତ୍ସର୍ବକର୍ମାଣି ବିଦ୍ୱାନ୍ୟୁକ୍ତଃ ସମାଚରନ୍ ।। ୨୬ ।।
ଜ୍ଞାନୀମାନେ ସକାମ କର୍ମଯୁକ୍ତ ଅଳ୍ପଜ୍ଞ ବ୍ୟକ୍ତିମାନଙ୍କର ବୁଦ୍ଧିକୁ ସଂଶୟଯୁକ୍ତ କରି ସେମାନଙ୍କୁ କର୍ତ୍ତବ୍ୟରୁ ନିବୃତ୍ତ କରିବା ଉଚିତ୍ ନୁହେଁ । ତତ୍ ପରିବର୍ତ୍ତେ ସେମାନେ ଆଦର୍ଶ ଭାବରେ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ମହାପୁରୁଷମାନଙ୍କର ଅଧିକ ଦାୟୀତ୍ୱ ରହିଥାଏ, କାରଣ ସାଧାରଣ ବ୍ୟକ୍ତି ତାଙ୍କର ଅନୁସରଣ କରନ୍ତି । ତେଣୁ ଶ୍ରୀକୃଷ୍ଣ ଉପଦେଶ ଦେଉଛନ୍ତି ଯେ ଜ୍ଞାନୀମାନେ ସେପରି କୌଣସି କର୍ମ କରିବା ବା କଥା କହିବା ଉଚିତ୍ ନୁହେଁ, ଯାହା ଅଳ୍ପଜ୍ଞ ବ୍ୟକ୍ତି ମାନଙ୍କୁ ପତନୋନ୍ମୁଖୀ କରିବ । ଏଠାରେ ଏପରି ଯୁକ୍ତି କରାଯାଇପାରେ ଯେ, ଯଦି ଜ୍ଞାନୀମାନେ ଅଳ୍ପଜ୍ଞ ବ୍ୟକ୍ତିଙ୍କ ପ୍ରତି ସଦୟ ହେବେ, ତେବେ ସେମାନେ ତାଙ୍କୁ ଭଗବତ୍ ପ୍ରାପ୍ତି ସମ୍ବନ୍ଧୀୟ ସର୍ବୋଚ୍ଚ ଜ୍ଞାନ ପ୍ରଦାନ କରିବା ଉଚିିତ୍ । ଭଗବାନ ଶ୍ରୀକୃଷ୍ଣ ଏହି ଯୁକ୍ତିକୁ ଖଣ୍ଡନ କରି କହୁଛନ୍ତି, “ନ ବିଚାଳୟେତ୍” ଅର୍ଥାତ୍ ଯେଉଁ ଜ୍ଞାନକୁ ଗ୍ରହଣ କରିବା ପାଇଁ ଅଜ୍ଞାନୀମାନେ ଯୋଗ୍ୟ ନୁହଁନ୍ତି, ସେହି ଜ୍ଞାନ ପ୍ରଦାନ କରି ସେମାନଙ୍କୁ କର୍ମରୁ ନିବୃତ୍ତ କରିବା ଉଚିତ୍ ନୁହେଁ ।
ସାଧାରଣତଃ ଯେଉଁମାନଙ୍କର ଚିନ୍ତାଧାରା ଭୌତିକ, ସେମାନେ କେବଳ ଦୁଇଟି ବିକଳ୍ପ ଚିନ୍ତା କରିଥାଆନ୍ତି । ହୁଏତ, ସେମାନେ କଠୋର ପରିଶ୍ରମ କରି ଫଳ ପ୍ରାପ୍ତିର ଆଶା ରଖନ୍ତି ନଚେତ୍ ସମସ୍ତ ଉଦ୍ୟମକୁ କଠିନ, କଷ୍ଟଦାୟକ ଏବଂ ଦୋଷଯୁକ୍ତ ମନେକରି ତ୍ୟାଗ କରି ଦେବାକୁ ଇଚ୍ଛା କରି ଥାଆନ୍ତି । ସୁତରାଂ, ଜଣେ ବୈଦିକ ଜ୍ଞାନସମ୍ପନ୍ନ ଆଧ୍ୟାତ୍ମିକ ବ୍ୟକ୍ତି ଅଜ୍ଞାନୀମାନଙ୍କୁ ନିଷ୍ଠାପର ଭାବରେ ସେମାନଙ୍କର କର୍ତ୍ତବ୍ୟ ପାଳନ କରିବା ଦିଗରେ ଉତ୍ସାହିତ କରିବା ଉଚିତ୍ । ଅଜ୍ଞାନୀମାନଙ୍କର ବୁଦ୍ଧି ବିଚଳିତ ଓ ଅସ୍ଥିର ହୋଇଥିଲେ, ସେମାନେ କର୍ମ ଉପରେ ନିଜର ବିଶ୍ୱାସ ସମ୍ପୂର୍ଣ୍ଣ ଭାବରେ ହରାଇ ପାରନ୍ତି । ଜ୍ଞାନୋଦୟ ହେବା ପୂର୍ବରୁ କର୍ମ ତ୍ୟାଗ କରି ସେମାନେ ଉଭୟ ଦିଗରୁ କ୍ଷତିଗ୍ରସ୍ତ ହୋଇଥାଆନ୍ତି ।
ଯଦି ଉଭୟ ଅଜ୍ଞାନୀ ଏବଂ ଜ୍ଞାନୀ ବୈଦିକ କର୍ମ କରନ୍ତି, ତେବେ ଦୁହିଁଙ୍କ ମଧ୍ୟରେ ପାର୍ଥକ୍ୟ କ’ଣ ? ଏପରି ଏକ ପ୍ରଶ୍ନ ଆଶା କରି, ଶ୍ରୀକୃଷ୍ଣ ପରବର୍ତ୍ତି ଦୁଇଟି ଶ୍ଲୋକରେ ଏହାର ସ୍ପଷ୍ଠୀକରଣ କରୁଛନ୍ତି ।