ତତ୍ତ୍ୱବିତ୍ତୁ ମହାବାହୋ ଗୁଣକର୍ମବିଭାଗୟୋଃ ।
ଗୁଣା ଗୁଣେଷୁ ବର୍ତନ୍ତ ଇତି ମତ୍ୱା ନ ସଜ୍ଜତେ ।।୨୮।।
ତତ୍ତ୍ୱବିତ୍ - ଯିଏ ତତ୍ତ୍ୱକୁ ଜାଣନ୍ତି; ତୁ - କିନ୍ତୁ; ମହାବାହୋ- ହେ ମହାବାବୁ; ଗୁଣକର୍ମ- ଭୂତ ପ୍ରକୃତି ଦ୍ୱାରା ପ୍ରଭାବିତ କର୍ମ; ବିଭାଗୟୋଃ - ପାର୍ଥକ୍ୟ; ଗୁଣାଃ - ଇନ୍ଦ୍ରିୟଗୁଡିକ; ଗୁଣେଷୁ - ଇନ୍ଦ୍ରିୟ ସୁଖ ଭୋଗରେ; ବିର୍ତନ୍ତେ- ନିଯୁକ୍ତ ହୋଇଥାନ୍ତି; ଇତି - ଏହିପରି; ମତ୍ୱା - ଭାବି; ନ - ହୁଏ ନାହିଁ; ସଜ୍ଜତେ - ଆସକ୍ତ ।
BG 3.28: ହେ ମହାବାହୁ ଅର୍ଜୁନ! ତତ୍ତ୍ୱଦର୍ଶୀ ପୁରୁଷ ଆତ୍ମାକୁ ଗୁଣ ଓ କର୍ମ ଠାରୁ ପୃଥକ୍ ଭାବରେ ଦର୍ଶନ କରିଥାଆନ୍ତି । ସେମାନେ ଜାଣିଥାଆନ୍ତି ଯେ ଏହା କେବଳ ଗୁଣ (ଇନ୍ଦ୍ରିୟ-ମନ ଆଦି ରୂପରେ)ଅଟେ, ଯାହା ଗୁଣ ମାନଙ୍କ (ବିଷୟ ରୂପରେ) ମଧ୍ୟରେ ଘୂରି ବୁଲୁଥାଏ, ତେଣୁ ସେମାନେ ସେଥିରେ ବାନ୍ଧି ହୁଅନ୍ତି ନାହିଁ ।
ତତ୍ତ୍ୱବିତ୍ତୁ ମହାବାହୋ ଗୁଣକର୍ମବିଭାଗୟୋଃ ।
ଗୁଣା ଗୁଣେଷୁ ବର୍ତନ୍ତ ଇତି ମତ୍ୱା ନ ସଜ୍ଜତେ ।।୨୮।।
ହେ ମହାବାହୁ ଅର୍ଜୁନ! ତତ୍ତ୍ୱଦର୍ଶୀ ପୁରୁଷ ଆତ୍ମାକୁ ଗୁଣ ଓ କର୍ମ ଠାରୁ ପୃଥକ୍ ଭାବରେ ଦର୍ଶନ କରିଥାଆନ୍ତି । ସେମାନେ ଜାଣିଥାଆନ୍ତି ଯେ ଏହା କେବଳ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ପୂର୍ବବର୍ତ୍ତୀ ଶ୍ଲୋକରେ ଉଲ୍ଲେଖ କରାଯାଇଛି, ଅହଂକାର ବିମୁଢାତ୍ମା (ଯେଉଁମାନେ ଅହଂକାରଯୁକ୍ତ ହୋଇ ନିଜକୁ ଶରୀର ମନେ କରିଥାଆନ୍ତି) ନିଜକୁ କର୍ତ୍ତା ଭାବିଥାଆନ୍ତି । ବର୍ତ୍ତମାନ ଏହି ଶ୍ଲୋକଟି ତତ୍ତ୍ୱବିଦ୍ମାନଙ୍କ ବିଷୟରେ କହୁଛି ଯେ ସେମାନେ ନିଜର ଅହଂକାରକୁ ସମାପ୍ତ କରି ନିଜକୁ ଶରୀରଠାରୁ ପୃଥକ ମନେ କରିଥାନ୍ତି ଏବଂ ପାର୍ଥିବ ଶରୀରଠାରୁ ଭିନ୍ନ ତାଙ୍କର ଏକ ଆଧ୍ୟାତ୍ମିକ ପରିଚୟ ରହିଛି, ତାହା ଜାଣିବାକୁ ସକ୍ଷମ ହୋଇଥାଆନ୍ତି । ସୁତରାଂ, ନିଜକୁ ମାୟିକ କର୍ମର କର୍ତ୍ତା ମନେକରି ଭ୍ରମର ଶୀକାର ହେବା ପରିବର୍ତ୍ତେ ସେମାନେ ତାଙ୍କର ପ୍ରତ୍ୟେକ କର୍ମକୁ ତିନି ଗୁଣର ପରିପ୍ରକାଶ ରୂପେ ବିବେଚନା କରିଥାଆନ୍ତି । ଏହିପରି ଭଗବତ୍ ପ୍ରାପ୍ତ ମହାପୁରୁଷମାନେ କହନ୍ତି - ଯୋ କରୈ ସୋ ହରି କରୈ, ହୋତ କବୀର କବୀର “ସବୁକିଛି ଭଗବାନ କରୁଛନ୍ତି, କିନ୍ତୁ ଲୋକମାନେ ଭାବୁଛନ୍ତି, ମୁଁ କରୁଛି । ”