ପ୍ରକୃତେର୍ଗୁଣସମ୍ମୂଢାଃ ସଜ୍ଜନ୍ତେ ଗୁଣକର୍ମସୁ ।
ତାନକୃତ୍ସ୍ନବିଦୋ ମନ୍ଦାନ୍କୃତ୍ସ୍ନବିନ୍ନ ବିଚାଲୟେତ୍ ।। ୨୯ ।।
ପ୍ରକୃତେଃ - ଭୂତ ପ୍ରକୃତିର ଗୁଣ; ଗୁଣ- ପ୍ରକୃତିର ତିନଗୁଣ; ସମ୍ମୂଢାଃ- ମୁର୍ଖ; ସଜ୍ଜନ୍ତେ- ନିଯୁକ୍ତ ହୁଅନ୍ତି; ଗୁଣ କର୍ମସୁ - ଭୌତିକ କର୍ମରେ; ତାନ୍ - ଏସବୁ; ଅକୃସ୍ନବିଦଃ - ଆଳ୍ପଜ୍ଞାନସଂପନ୍ନ ବ୍ୟକ୍ତି; ମନ୍ଦାନ୍-ମନ୍ଦବୁଦ୍ଧି; କୃସ୍ନବିତ୍ - ଯିଏ ପ୍ରକୃତ ଜ୍ଞାନ ହାସଲ କରିଛି; ନ - ନୁହେଁ; ବିଚାଲୟେତ୍ - ବିଚଳିତ କରିବାକୁ ଚେଷ୍ଟା କରିବା ।
BG 3.29: ଯେଉଁମାନେ ତ୍ରିଗୁଣର କ୍ରିୟାକଳାପରେ ମୋହିତ ହୋଇ ଯାଆନ୍ତି, ସେମାନେ ତାଙ୍କର କର୍ମଫଳରେ ଆସକ୍ତ ହୋଇଯାଆନ୍ତି । କିନ୍ତୁ ଯେଉଁ ତତ୍ତ୍ୱଦର୍ଶୀମାନେ ଏହି ସତ୍ୟକୁ ଜାଣନ୍ତି, ସେମାନେ ସ୍ୱଳ୍ପ ଜ୍ଞାନଯୁକ୍ତ ଏହି ଅଜ୍ଞାନୀ ମାନଙ୍କୁ ବିଚଳିତ କରିବା ଉଚିତ ନୁହେଁ ।
ପ୍ରକୃତେର୍ଗୁଣସମ୍ମୂଢାଃ ସଜ୍ଜନ୍ତେ ଗୁଣକର୍ମସୁ ।
ତାନକୃତ୍ସ୍ନବିଦୋ ମନ୍ଦାନ୍କୃତ୍ସ୍ନବିନ୍ନ ବିଚାଲୟେତ୍ ।। ୨୯ ।।
ଯେଉଁମାନେ ତ୍ରିଗୁଣର କ୍ରିୟାକଳାପରେ ମୋହିତ ହୋଇ ଯାଆନ୍ତି, ସେମାନେ ତାଙ୍କର କର୍ମଫଳରେ ଆସକ୍ତ ହୋଇଯାଆନ୍ତି । କିନ୍ତୁ ଯେଉଁ ତତ୍ତ୍ୱଦର୍ଶୀମାନେ ଏହି ସତ୍ୟକୁ ଜାଣନ୍ତି, ସେମାନେ ସ୍ୱଳ୍ପ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଏଠାରେ ପ୍ରଶ୍ନ ଉଠିପାରେ ଯେ.ଯଦି ଆତ୍ମା ଗୁଣ ଏବଂ ସେମାନଙ୍କର କ୍ରିୟାଠାରୁ ପୃଥକ ଅଟେ, ତେବେ ଅଜ୍ଞାନୀମାନେ ଇନ୍ଦ୍ରିୟ ବିଷୟ ପ୍ରତି ଆସକ୍ତ ହୁଅନ୍ତି କାହିଁକି? ଶ୍ରୀକୃଷ୍ଣ ଏହି ଶ୍ଲୋକର ବୁଝାଇଛନ୍ତି ଯେ, ସେମାନେ ମାୟା ଶକ୍ତିର ଗୁଣରେ ମୋହିତ ହୋଇ ନିଜକୁ କର୍ତ୍ତା ମନେକରନ୍ତି । ମାୟାଶକ୍ତିର ତ୍ରିଗୁଣରେ ବିମୋହିତ ହୋଇ ସେମାନେ ଇନ୍ଦ୍ରିୟବିଷୟକ ତଥା ମାନସିକ ସୁଖ ପ୍ରାପ୍ତି ଉଦ୍ଦେଶ୍ୟରେ କର୍ମ କରନ୍ତି । ଫଳ ପ୍ରାପ୍ତିର ଆଶା ନ ରଖି ସେମାନେ କର୍ମକୁ କେବଳ କର୍ତ୍ତବ୍ୟ ରୂପରେ କରି ପାରନ୍ତି ନାହିଁ ।
ତଥାପି, କୃତ୍ସ୍ନବିତ୍ (ଭଗବତ୍ ଜ୍ଞାନ ସମ୍ପନ୍ନ) ବ୍ୟକ୍ତି, ଅକୃତ୍ସ୍ନବିତ୍ (ଭଗବତ୍ ଜ୍ଞାନ ରହିତ) ବ୍ୟକ୍ତିମାନଙ୍କର ମନକୁ ବିଚଳିତ କରିବା ଉଚିତ୍ ନୁହେଁ । ତାତ୍ପର୍ଯ୍ୟ ଏହା ଯେ ଜ୍ଞାନୀମାନେ ସେମାନଙ୍କର ଚିନ୍ତାଧାରାକୁ - ତୁମେ ଶରୀର ନୁହେଁ, ଆତ୍ମା ଅଟ; ତେଣୁ କର୍ମ ତୁମ ପାଇଁ ନିରର୍ଥକ, ତାହାକୁ ତ୍ୟାଗକର ”- ଏପରି କହି ଅଜ୍ଞାନୀମାନଙ୍କ ଉପରେ ବଳପୂର୍ବକ ଲଦିଦେବା ଉଚିତ୍ ନୁହେଁ । ତା ପରିବର୍ତ୍ତେ ଆଜ୍ଞାନୀ ବ୍ୟକ୍ତି ମାନଙ୍କୁ ତାଙ୍କର ନିର୍ଦ୍ଧାରିତ କର୍ମ କରିବାକୁ ପ୍ରବର୍ତ୍ତାଇ ଧୀରେ ଧୀରେ ସେମାନଙ୍କୁ ଆସକ୍ତିର ଉର୍ଦ୍ଧ୍ୱକୁ ଉଠିବାରେ ସାହାଯ୍ୟ କରିବା ଉଚିତ୍ । ଏହିପରି ଭାବରେ ଜ୍ଞାନୀ ଓ ଅଜ୍ଞାନୀଙ୍କ ମଧ୍ୟରେ ପାର୍ଥକ୍ୟ ଦର୍ଶାଇବା ପରେ, ଶ୍ରୀକୃଷ୍ଣ ଅଜ୍ଞାନୀମାନଙ୍କର ମନକୁ ବିଚଳିତ ନ କରିବାକୁ ଜ୍ଞାନୀମାନଙ୍କୁ ଉପଦେଶ ପ୍ରଦାନ କରିଛନ୍ତି ।