ଇନ୍ଦ୍ରିୟସ୍ୟେନ୍ଦ୍ରିୟସ୍ୟାର୍ଥେ ରାଗଦ୍ୱେଷୌ ବ୍ୟବସ୍ଥିତୌ ।
ତୟୋର୍ନ ବଶମାଗଚ୍ଛେତ୍ତୌ ହ୍ୟସ୍ୟ ପରିପନ୍ଥିନୌ ।। ୩୪ ।।
ଇନ୍ଦ୍ରିୟସ୍ୟ - ଇନ୍ଦ୍ରିୟମାନଙ୍କର; ଇନ୍ଦ୍ରିୟସ୍ୟ ଅର୍ଥେ - ଇନ୍ଦ୍ରିୟଭୋଗ୍ୟ ବିଷୟରେ; ରାଗ - ଆସକ୍ତି; ଦ୍ୱେଷୌ - ଅନାସକ୍ତି ଭାବରେ; ବ୍ୟବସ୍ଥିତୌ - ନିୟନ୍ତ୍ରିତ; ତୟୋଃ - ସେ ଦୁୁହିଁଙ୍କର; ନ - ନୁହେଁ; ବଶମ୍ - ନିୟନ୍ତ୍ରଣ; ଆଗଚ୍ଛେତ୍ - ଆସିବା ଉଚିତ; ତୌ - ସେ ଦୁହେଁ; ହି - ନିଶ୍ଟିତ ଭାବେ; ଅସ୍ୟ- ଏହାର; ପରିପନ୍ଥିନୌ - ଶତ୍ରୁ ।
BG 3.34: ଇନ୍ଦ୍ରିୟମାନେ ସ୍ୱାଭାବିକ ଭାବରେ ଇନ୍ଦ୍ରିୟ ଭୋଗ୍ୟ ବିଷୟମାନଙ୍କ ପ୍ରତି ରାଗ ଓ ଦ୍ୱେଷ ଅନୁଭବ କରିଥାଆନ୍ତି । କିନ୍ତୁ ସେହି ରାଗ-ଦ୍ୱେଷରେ ବଶୀଭୂତ ହୁଅ ନାହିଁ, କାରଣ ସେଗୁଡିକ ପଥ ଭ୍ରଷ୍ଟକାରୀ ଓ ଶତ୍ରୁ ଅଟନ୍ତି ।
ଇନ୍ଦ୍ରିୟସ୍ୟେନ୍ଦ୍ରିୟସ୍ୟାର୍ଥେ ରାଗଦ୍ୱେଷୌ ବ୍ୟବସ୍ଥିତୌ ।
ତୟୋର୍ନ ବଶମାଗଚ୍ଛେତ୍ତୌ ହ୍ୟସ୍ୟ ପରିପନ୍ଥିନୌ ।। ୩୪ ।।
ଇନ୍ଦ୍ରିୟମାନେ ସ୍ୱାଭାବିକ ଭାବରେ ଇନ୍ଦ୍ରିୟ ଭୋଗ୍ୟ ବିଷୟମାନଙ୍କ ପ୍ରତି ରାଗ ଓ ଦ୍ୱେଷ ଅନୁଭବ କରିଥାଆନ୍ତି । କିନ୍ତୁ ସେହି ରାଗ-ଦ୍ୱେଷରେ ବଶୀଭୂତ ହୁଅ ନାହିଁ, କାରଣ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ପୂର୍ବରୁ ଯଦିଓ ଶ୍ରୀକୃଷ୍ଣ ଗୁରୁତ୍ୱାରୋପଣ କରିଥିଲେ ଯେ ମନ ଏବଂ ଇନ୍ଦ୍ରିୟ ସେମାନଙ୍କର ସ୍ୱଭାବ ଅନୁସାରେ ପରିଚାଳିତ ହୁଅନ୍ତି, ତଥାପି ବର୍ତ୍ତମାନ ସେ ସେମାନଙ୍କୁ ନିୟନ୍ତ୍ରଣ କରିବା ବିଷୟରେ କହୁଛନ୍ତି । ଯେ ପର୍ଯ୍ୟନ୍ତ ଆମର ଭୌତିକ ଶରୀର ରହିଛି, ତାହାର ଭରଣ ପୋଷଣ ପାଇଁ ଆମକୁ ଇନ୍ଦ୍ରିୟ ଭୋଗ୍ୟ ବସ୍ତୁମାନଙ୍କର ଉପଯୋଗ କରିବାକୁ ପଡିବ । ସେଥିପାଇଁ ଯେଉଁ ବସ୍ତୁର ଆବଶ୍ୟକତା ରହିଛି, ତାହାକୁ ବ୍ୟବହାର ନ କରିବା ପାଇଁ ଶ୍ରୀକୃଷ୍ଣ ଆମକୁ କହୁନାହାନ୍ତି, ବରଂ ସେହି ବସ୍ତୁଗୁଡିକ ପ୍ରତି ରାଗ-ଦ୍ୱେଷ ରହିତ ହେବାର ଅଭ୍ୟାସ କରିବା ପାଇଁ କହୁଛନ୍ତି । ପ୍ରତ୍ୟେକ ଜୀବ ଉପରେ ତା’ର ସଂସ୍କାରର ନିବିଡ ପ୍ରଭାବ ନିଶ୍ଚିତ ଭାବରେ ରହିଛି, କିନ୍ତୁ ଆମେ ଯଦି ଭଗବତ୍ ଗୀତାରେ ନିର୍ଦ୍ଦେଶିତ ଉପାୟର ଅଭ୍ୟାସ କରିବା, ତେବେ ପରିସ୍ଥିତିକୁ ସଜାଡିବାରେ ଆମେ ନିଶ୍ଚିତ ଭାବରେ ସଫଳ ହେବା ।
ଇନ୍ଦ୍ରିୟମାନେ ସ୍ୱାଭାବିକ ଭାବରେ ଇନ୍ଦ୍ରିୟଭୋଗ୍ୟ ବସ୍ତୁମାନଙ୍କ ପ୍ରତି ଆକୃଷ୍ଟ ହୋଇଥାଆନ୍ତି ଏବଂ ସେମାନଙ୍କର ପାରସ୍ପରିକ କ୍ରିୟାରୁ ସୁଖ ଓ ଦୁଃଖର ଅନୁଭୂତି ସୃଷ୍ଟି ହୋଇଥାଏ । ଉଦାହରଣ ସ୍ୱରୂପ, ସୁସ୍ୱାଦୁ ଖାଦ୍ୟର ସଂସ୍ପର୍ଶରେ ଆସି ସ୍ୱାଦଗ୍ରନ୍ଥି ସୁଖ ଅନୁଭବ କରିଥାଏ ଏବଂ ତିକ୍ତ ଖାଦ୍ୟ ସଂସ୍ପର୍ଶରେ ଆସି ଦୁଃଖ ଅନୁଭବ କରିଥାଏ । ବିଷୟକୁ ସୁଖ ବା ଦୁଃଖ ସହିତ ସମ୍ବନ୍ଧିତ କରି ମନ ତାହାର ବାରମ୍ବାର ଅନୁଧ୍ୟାନ କରିଥାଏ । ବିଷୟରେ ସୁଖର ଚିନ୍ତନ ତାହା ପ୍ରତି ଆସକ୍ତି ବୃଦ୍ଧି କରାଇ ଥାଏ ଏବଂ ଦୁଃଖର ଚିନ୍ତନ ଦ୍ୱେଷ ଜାତ କରାଇଥାଏ । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ରାଗ ଅଥବା ଦ୍ୱେଷରେ ଅଭିଭୂତ ନ ହେବାକୁ କହୁଛନ୍ତି । ସଂସାରିକ କର୍ତ୍ତବ୍ୟ ନିର୍ବାହ କରିବାକୁ ଯାଇ ଆମେ ଉଭୟ ସୁଖଦ ବା ଦୁଃଖଦ ପରିସ୍ଥିତିର ସମ୍ମୁଖୀନ ହୋଇଥାଉ । ମନ ଯେପରି ସୁଖଦ ସ୍ଥିତି ପ୍ରତି ଲାଳାୟୀତ ରହି ଦୁଃଖଦ ସ୍ଥିତିଠାରୁ ଦୂରେଇ ଯିବାକୁ ଇଚ୍ଛା ନ କରିବ, ସେହି ଦିଗରେ ଆମ୍ଭେମାନେ ଯତ୍ନବାନ୍ ହେବା ଆବଶ୍ୟକ । ମନ ଓ ଇନ୍ଦ୍ରିୟର ପସନ୍ଦ-ନାପସନ୍ଦର ଦାସତ୍ୱ ବର୍ଜନ କରି ଆମେ ନିଜର ନିମ୍ନ ସ୍ୱଭାବରୁ ମୁକ୍ତ ହୋଇଯାଉ । ତାପରେ ଯେତେବେଳେ ଆମେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବାକୁ ଯାଇ ସୁଖ ଓ ଦୁଃଖ ପ୍ରତି ଉଦାସୀନ ହୋଇଯିବା, ସେତେବେଳେ ବାସ୍ତବରେ ଆମେ ନିଜର ଉଚ୍ଚତର ସ୍ୱଭାବ ଅନୁଯାୟୀ ଆଚରଣ କରିବାକୁ ସ୍ୱତନ୍ତ୍ର ହୋଇଯିବା ।