ଶ୍ରେୟାନ୍ ସ୍ୱଧର୍ମୋ ବିଗୁଣଃ ପରଧର୍ମାତ୍ ସ୍ୱନୁଷ୍ଠିତାତ୍ ।
ସ୍ୱଧର୍ମେ ନିଧନଂ ଶ୍ରେୟଃ ପରଧର୍ମୋ ଭୟାବହଃ ।।୩୫।।
ଶ୍ରେୟାନ୍ - ଶ୍ରେଷ୍ଠତର; ସ୍ୱଧର୍ମଃ - ବ୍ୟକ୍ତିର ସ୍ୱଧର୍ମ ବା ନିର୍ଦ୍ଦିଷ୍ଟଧର୍ମ; ବିଗୁଣଃ- ଦୋଷଯୁକ୍ତ ହେଲେ ସୁଦ୍ଧା; ପରଧର୍ମାତ୍ - ଅନ୍ୟମାନଙ୍କ ଉଦ୍ଦିଷ୍ଟ ଧର୍ମ; ସ୍ୱନୁଷ୍ଠିତାତ୍ - ଭଲଭାବରେ କରିବା; ସ୍ୱଧର୍ମେ- ନିଜର କର୍ତ୍ତବ୍ୟରେ; ନିଧନଂ - ମୃତ୍ୟୁ; ଶ୍ରେୟଃ - ଉତ୍ତମ; ପରଧର୍ମ - ଅନ୍ୟମାନଙ୍କ ପାଇଁ ଉଦ୍ଦିଷ୍ଟ ଧର୍ମ; ଭୟାବହଃ - ଭୟାନକ ।
BG 3.35: ଅନ୍ୟ କାହା ପାଇଁ ଉଦ୍ଦିଷ୍ଟ ଦୋଷହୀନ କର୍ତ୍ତବ୍ୟ ଆଚରଣ କରିବା ଅପେକ୍ଷା, ଦୋଷଯୁକ୍ତ ହେଲେ ମଧ୍ୟ ନିଜ ପାଇଁ ନିର୍ଦ୍ଧାରିତ କର୍ମର ପାଳନ କରିବା ଶ୍ରେୟସ୍କର ଅଟେ । ବାସ୍ତବରେ ନିଜର କର୍ତ୍ତବ୍ୟ ପାଳନ କରି ମୃତ୍ୟୁବରଣ କରିବା ଭଲ, କିନ୍ତୁ ଅନ୍ୟ ପାଇଁ ଉଦ୍ଦିଷ୍ଟ ମାର୍ଗର ଅନୁସରଣ କରିବା ଅତ୍ୟନ୍ତ ଭୟାବହ ଅଟେ ।
ଶ୍ରେୟାନ୍ ସ୍ୱଧର୍ମୋ ବିଗୁଣଃ ପରଧର୍ମାତ୍ ସ୍ୱନୁଷ୍ଠିତାତ୍ ।
ସ୍ୱଧର୍ମେ ନିଧନଂ ଶ୍ରେୟଃ ପରଧର୍ମୋ ଭୟାବହଃ ।।୩୫।।
ଅନ୍ୟ କାହା ପାଇଁ ଉଦ୍ଦିଷ୍ଟ ଦୋଷହୀନ କର୍ତ୍ତବ୍ୟ ଆଚରଣ କରିବା ଅପେକ୍ଷା, ଦୋଷଯୁକ୍ତ ହେଲେ ମଧ୍ୟ ନିଜ ପାଇଁ ନିର୍ଦ୍ଧାରିତ କର୍ମର ପାଳନ କରିବା ଶ୍ରେୟସ୍କର ଅଟେ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଏହି ଶ୍ଲୋକରେ ଧର୍ମ ଶବ୍ଦର ବ୍ୟବହାର ଚାରିଥର କରାଯାଇଛି । ହିନ୍ଦୁ ଏବଂ ବୈଦ୍ଧଧର୍ମରେ ଧର୍ମ ଶବ୍ଦର ବ୍ୟବହାର ବହୁଳ ଭାବରେ କରାଯାଇଥାଏ । କିନ୍ତୁ ଏହାର ଅର୍ଥ ଏତେ ବ୍ୟାପକ ଯେ ଏହାକୁ ଇଂରାଜୀରେ ଅନୁବାଦ କରିବା କଷ୍ଟକର ହୋଇଥାଏ । ଧର୍ମାନୁଚରଣ, ଉତ୍ତମ ଆଚରଣ, କର୍ତ୍ତବ୍ୟ, ଉତ୍ତମ ଗୁଣ ଇତ୍ୟାଦି ଶବ୍ଦଗୁଡିକ ଏହାର ଗୋଟିଏ ଗୋଟିଏ ଦିଗ ହିଁ ବର୍ଣ୍ଣନା କରିଥାଆନ୍ତି । ଧର୍ମ ଶବ୍ଦଟି ମୂଳ ଶବ୍ଦ ‘ଧୃ’ ରୁ ଆସିଛି, ଯାହାର ଅର୍ଥ ଧାରଣ କରିବା ଯୋଗ୍ୟ ବା “ଦାୟିତ୍ୱ, କର୍ତ୍ତବ୍ୟ, ବିଚାର ଏବଂ କାର୍ଯ୍ୟ ଯାହା ଆମ୍ଭମାନଙ୍କ ପାଇଁ ଉଚିତ ଅଟେ ।” ଉଦାହରଣ ସ୍ୱରୂପ, ଆତ୍ମାର ଧର୍ମ ହେଉଛି ଉଗବାନଙ୍କୁ ଭଲ ପାଇବା । ଏହା ଆମ୍ଭମାନଙ୍କର କେନ୍ଦ୍ରୀୟ ନିୟମ ପରି ଅଟେ ।
ସ୍ୱ ପ୍ରତ୍ୟୟର ଅର୍ଥ “ନିଜର” ଅଟେ । ତେଣୁ ସ୍ୱ-ଧର୍ମ ହେଉଛି ଆମ ନିଜର ଧର୍ମ, ଯେଉଁ ଧର୍ମ ଆମର ପରିସ୍ଥିତି, ପରିପକ୍ୱତା ସ୍ତର,ଏବଂ ବୃତ୍ତି ପ୍ରତି ପ୍ରଯୁଜ୍ୟ ଅଟେ । ଆମ ଜୀବନର ଅଭିମୁଖ୍ୟରେ ପରିବର୍ତ୍ତନ ତଥା ଆଧ୍ୟାତ୍ମିକ ମାର୍ଗରେ ଆମର ପ୍ରଗତି ସହିତ ଏହି ସ୍ୱଧର୍ମ ବଦଳି ପାରେ । ଅର୍ଜୁନଙ୍କୁ ସ୍ୱ-ଧର୍ମ ପାଳନ କରିବାକୁ କହି, ଶ୍ରୀକୃଷ୍ଣ ତାଙ୍କୁ ନିଜର ବୃତ୍ତି ପାଳନ କରିବାକୁ କହୁଛନ୍ତି ଏବଂ ଅନ୍ୟ ଜଣେ ଯଦି କୌଣସି ଅନ୍ୟ କର୍ମ କରୁଥାଆନ୍ତି, ତେବେ ତାଙ୍କୁ ଅନୁସରଣ କରିବାକୁ ବାରଣ କରୁଛନ୍ତି ।
ଅନ୍ୟ ଜଣଙ୍କ ପରି ଆଚରଣ କରିବା ଅପେକ୍ଷା ନିଜ ଅନୁରୁପ ଆଚରଣ କରିବା ଆନନ୍ଦଦାୟକ ହୋଇଥାଏ । ଆମ ସ୍ୱଭାବ ଅନୁସାରେ ଯେଉଁ କର୍ମ ଆମ ପାଇଁ ନିର୍ଦ୍ଧାରିତ, ତାହା ସ୍ଥିର ଚିତ୍ତରେ ସମ୍ପାଦନ କରିବା ଆମ ପାଇଁ ସହଜସାଧ୍ୟ ହୋଇଥାଏ । ଅନ୍ୟର କର୍ମ ଦୂରରୁ ଆକର୍ଷଣୀୟ ପ୍ରତୀତ ହୋଇପାରେ ଏବଂ ଆମେ ତାହା କରିବାକୁ ଇଚ୍ଛା ପ୍ରକାଶ କରିପାରେ, କିନ୍ତୁ ସେପରି କରିବା ବିପଦପୂର୍ଣ୍ଣ ଅଟେ । ଯଦି ତାହା ଆମର ସ୍ୱଭାବ ଅନୁରୂପ ନ ହୋଇଥାଏ, ତେବେ ତାହା ଆମର ଇନ୍ଦ୍ରିୟ, ମନ ଓ ବୁଦ୍ଧିରେ ଅସାମଞ୍ଜସ୍ୟ ସୃଷ୍ଟି କରିବ । ଏହା ଆମର ଚେତନା ପ୍ରତି କ୍ଷତିକାରକ ଏବଂ ଏହା ଆମର ଆଧ୍ୟାତ୍ମିକ ମାର୍ଗରେ ବାଧା ଉତ୍ପନ୍ନ କରିପାରେ । ଶ୍ରୀକୃଷ୍ଣ ଏହାକୁ ନାଟକୀୟ ଶୈଳୀରେ ପ୍ରକାଶ କରିବାକୁ ଯାଇ କହୁଛନ୍ତି ଯେ ଅନ୍ୟର କର୍ମ କରି ଅପ୍ରସ୍ତୁତ ହେବା ଅପେକ୍ଷା ନିଷ୍ଠାର ସହିତ ନିଜ କର୍ମ କରି ମୃତ୍ୟୁ ବରଣ କରିବା ଶ୍ରେୟସ୍କର ।