ଅର୍ଜୁନ ଉବାଚ
ଅଥ କେନ ପ୍ରଯୁକ୍ତୋଽୟଂ ପାପଂ ଚରତି ପୂରୁଷଃ ।
ଅନିଚ୍ଛନ୍ନପି ବାର୍ଷ୍ଣେୟ ବଳାଦିବ ନିୟୋଜିତଃ ।।୩୬ ।।
ଅର୍ଜୁନ ଉବାଚ- ଅର୍ଜୁନ କହିଲେ; ଅଥ - ତେଣୁ; କେନ- କାହାଦ୍ୱାରା; ପ୍ରଯୁକ୍ତଃ - ବାଧ୍ୟହୁଏ; ଅୟଂ - ଜଣେ; ପାପଂ - ପାପ; ଚରତି- ଆଚରଣ କରେ; ପୁରୁଷଃ -ବ୍ୟକ୍ତି; ଅନିଚ୍ଛନ୍ନ -ଅନିଚ୍ଛାସତ୍ତ୍ୱେ; ଅପି- ଯଦିଓ; ବାର୍ଷ୍ଣେୟ- ହେ ବୃଷ୍ଣି ବଂଶଜ ଶ୍ରୀକୃଷ୍ଣ; ବଳାତ୍ - ବଳପୂର୍ବକ; ଇବ- ଯେପରି; ନିୟୋଜିତଃ - ନିଯୁକ୍ତ ।
BG 3.36: ଅର୍ଜୁନ କହିଲେ, ହେ ବୃଷ୍ଣି ବଂଶଜ (ଶ୍ରୀକୃଷ୍ଣ)! ମନୁଷ୍ୟ କାହିଁକି ନିଜର ଅନିଚ୍ଛା ସତ୍ୱେ, କେହି ବାଧ୍ୟ କଲା ପରି, ପାପ କର୍ମ କରିବାକୁ ପ୍ରେରିତ ହୋଇଥାଏ?
ଅର୍ଜୁନ ଉବାଚ
ଅଥ କେନ ପ୍ରଯୁକ୍ତୋଽୟଂ ପାପଂ ଚରତି ପୂରୁଷଃ ।
ଅନିଚ୍ଛନ୍ନପି ବାର୍ଷ୍ଣେୟ ବଳାଦିବ ନିୟୋଜିତଃ ।।୩୬ ।।
ଅର୍ଜୁନ କହିଲେ, ହେ ବୃଷ୍ଣି ବଂଶଜ (ଶ୍ରୀକୃଷ୍ଣ)! ମନୁଷ୍ୟ କାହିଁକି ନିଜର ଅନିଚ୍ଛା ସତ୍ୱେ, କେହି ବାଧ୍ୟ କଲା ପରି, ପାପ କର୍ମ କରିବାକୁ ପ୍ରେରିତ ହୋଇଥାଏ?
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ପୁର୍ବ ଶ୍ଲୋକରେ ଶ୍ରୀକୃଷ୍ଣ କହିଲେ ଯେ ଜଣେ ରାଗ ବା ଦ୍ୱେଷ ଦ୍ୱାରା ଅଭିଭୂତ ହେବା ଉଚିତ୍ ନୁହେଁ । ଅର୍ଜୁନ ସେହିପରି ଏକ ପବିତ୍ର ଜୀବନ ଇଚ୍ଛା କରୁଛନ୍ତି, କିନ୍ତୁ ଶ୍ରୀକୃଷ୍ଣଙ୍କର ଉପଦେଶ ପାଳନ କରିବାକୁ ନିଜକୁ ଅସମର୍ଥ ମନେ କରୁଛନ୍ତି । ତେଣୁ ସେ ଶ୍ରୀକୃଷ୍ଣଙ୍କୁ ଏପରି ଏକ ପ୍ରଶ୍ନ ପଚାରିଛନ୍ତି ଯାହା ଅତ୍ୟନ୍ତ ବାସ୍ତବ ଅଟେ ଓ ମନୁଷ୍ୟର ଦ୍ୱନ୍ଦକୁ ପ୍ରତିଫଳିତ କରିଥାଏ । ସେ କହୁଛନ୍ତି, “କେଉଁ ଶକ୍ତି ଏପରି ଏକ ଉଚ୍ଚ ଆଦର୍ଶକୁ ପ୍ରାପ୍ତ କରିବାରେ ବାଧା ଉତ୍ପନ୍ନ କରିଥାଏ? କିଏ ମନୁଷ୍ୟକୁ ଏହି ରାଗ ଏବଂ ଦ୍ୱେଷରେ ଅଭିଭୂତ କରାଇ ଥାଏ ?” ଆମ ସମସ୍ତଙ୍କର ଏକ ବିବେକ ଅଛି, ଯିଏ ପାପ କର୍ମ କରିବା ସମୟରେ ଆମ ମନରେ ଗ୍ଳାନି ଉତ୍ପନ୍ନ କରିଥାଏ । ବିବେକର ଉଦ୍ଭବ ଏହି ଠାରୁ ହୋଇଥାଏ ଯେ, ଭଗବାନ ସଦ୍ଗୁଣର ଭଣ୍ଡାର ଅଟନ୍ତି, ଏବଂ ଆମେ ତାଙ୍କର ଏକ କ୍ଷୁଦ୍ର ଅଂଶ ହୋଇଥିବାରୁ, ସଦ୍ଗୁଣ ଓ ସଦାଚାର ପ୍ରତି ଆକର୍ଷିତ ହେବା ଆମର ଏକ ସହଜାତ ପ୍ରବୃତ୍ତି ଅଟେ । ସଦାଚାର, ଯାହାକି ଆତ୍ମାର ସ୍ୱଭାବ ଅଟେ, ଆମର ବିବେକକୁ ଜାଗୃତ କରାଇ ଥାଏ । ସେଥିପାଇଁ ଆମେ ବାହାନା କରିପାରିବା ନାହିଁ ଯେ ଚୋରୀ କରିବା, ଠକିବା, ଅପମାନ କରିବା, ଅନ୍ୟାୟ ପୂର୍ବକ ଅର୍ଥ ଆଦାୟ କରିବା, ହତ୍ୟା କରିବା, ଅତ୍ୟାଚାର କରିବା ଓ ଦୁର୍ନୀତି ଆଦି ପାପ କର୍ମ ବୋଲି ଆମେ ଜାଣି ନ ଥିଲୁ । ଆମେ ସମସ୍ତେ ଜାଣିଥାଉ ଯେ ଏ ସବୁ ପାପ କର୍ମ ଅଟେ । ତଥାପି କୌଣସି ଏକ ପ୍ରବଳ ଶକ୍ତି ଆମକୁ ପ୍ରେରିତ କଲା ପରି ଆମେ ଏହି ସବୁ କର୍ମ କରିଥାଉ । ଏହି ବଳଶାଳୀ ଶକ୍ତିଟି କ’ଣ ତାହା ଅର୍ଜୁନ ଜାଣିବାକୁ ଇଚ୍ଛା କରୁଛନ୍ତି ।