ଆବୃତଂ ଜ୍ଞାନମେତେନ ଜ୍ଞାନିନୋ ନିତ୍ୟବୈରିଣା ।
କାମରୂପେଣ କୈନ୍ତେୟ ଦୁଷ୍ଟୂରେଣାନଲେନ ଚ ।। ୩୯ ।।
ଆବୃତଂ - ଆବୃତ; ଜ୍ଞାନମ୍ - ଜ୍ଞାନ; ଏତେନ - ଏହାଦ୍ୱାରା; ଜ୍ଞାନିନଃ - ଜ୍ଞାନୀମାନଙ୍କର; ନିତ୍ୟ ବୈରିଣା- ନିତ୍ୟ ଶତ୍ରୁ; କାମ ରୂପେଣ - କାମନା ରୂପରେ; କୌନ୍ତେୟ - ହେ କୁନ୍ତୀପୁତ୍ର; ଦୁଷ୍ପୂରେଣ - କେବେ ହେଲେ ସନ୍ତୁଷ୍ଟ ନୁହେଁ; ଅନଳେନ - ଅଗ୍ନି ପରି; ଚ - ମଧ୍ୟ ।
BG 3.39: ହେ କୁନ୍ତିପୁତ୍ର, ଏହି ଅଗ୍ନି ପରି ପ୍ରଜ୍ୱଳିତ, ସର୍ବଦା ଅତୃପ୍ତ କାମନା ରୂପକ ଚିରନ୍ତନ ଶତ୍ରୁଦ୍ୱାରା ସୁକ୍ଷ୍ମ ବିଚାରବନ୍ତ ବ୍ୟକ୍ତିଙ୍କର ବୁଦ୍ଧି ମଧ୍ୟ ଆଚ୍ଛନ୍ନ ହୋଇଯାଏ ।
ଆବୃତଂ ଜ୍ଞାନମେତେନ ଜ୍ଞାନିନୋ ନିତ୍ୟବୈରିଣା ।
କାମରୂପେଣ କୈନ୍ତେୟ ଦୁଷ୍ଟୂରେଣାନଲେନ ଚ ।। ୩୯ ।।
ହେ କୁନ୍ତିପୁତ୍ର, ଏହି ଅଗ୍ନି ପରି ପ୍ରଜ୍ୱଳିତ, ସର୍ବଦା ଅତୃପ୍ତ କାମନା ରୂପକ ଚିରନ୍ତନ ଶତ୍ରୁଦ୍ୱାରା ସୁକ୍ଷ୍ମ ବିଚାରବନ୍ତ ବ୍ୟକ୍ତିଙ୍କର ବୁଦ୍ଧି ମଧ୍ୟ ଆଚ୍ଛନ୍ନ ହୋଇଯାଏ ।
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଶ୍ରୀକୃଷ୍ଣ ଏଠାରେ କାମନାର ବିନାଶକାରୀ ଗୁଣକୁ ଆହୁରି ସ୍ପଷ୍ଟ କରିଛନ୍ତି । କାମ ଅର୍ଥ “କାମନା”, ଦୁଷ୍ପୂରେଣ ଅର୍ଥ “ଅତୃପ୍ତ” ଅନଳ ଅର୍ଥାତ୍ “ଯାହା ଲିଭେ ନାହିଁ ” । କାମନା ଜ୍ଞାନୀ ମାନଙ୍କର ବିଚାର ଶକ୍ତିକୁ ବଶୀଭୂତ କରି,ସେମାନଙ୍କୁ ତାହାର ପୂର୍ତ୍ତୀ ନିମନ୍ତେ ପ୍ରଲୋଭିତ କରିଥାଏ । ଏହି କାମନାକୁ ଲିଭାଇବା ପାଇଁ ସେମାନେ ଯେତେ ଅଧିକ ପ୍ରୟାସ କରନ୍ତି, ତାହା ସେତେ ଅଧିକ ଜଳିବାରେ ଲାଗେ । ବୁଦ୍ଧ କହିଛନ୍ତି:
ନ କହାପନ ବସେ୍ସନ, ତିତ୍ତି କାମେସୁ ବିଜ୍ଜତି
ଅପ୍ପସ୍ସାଦା କାମା ଦୁଖା କାମା, ଇତି ବିନ୍ନାୟ ପଣ୍ଡିତୋ । (ଧମ୍ମପଦ,୧୮୬)
“କାମନା ଏକ ଅଦମ୍ୟ ଅଗ୍ନିଶିଖା ପରି ପ୍ରଜ୍ଜ୍ୱଳିତ ହେବାରେ ଲାଗିଥାଏ, ଯାହା କେବେବି କାହାକୁ ଆନନ୍ଦ ପ୍ରଦାନ କରିପାରେ ନାହିଁ । ଏହାକୁ ଦୁଃଖର ମୂଳ କାରଣ ମନେକରି, ଜ୍ଞାନୀମାନେ ଏହାର ବର୍ଜନ କରିଥାଆନ୍ତି । କିନ୍ତୁ ଯେଉଁ ମାନେ ଏହି ରହସ୍ୟକୁ ବୁଝି ପାରନ୍ତି ନାହିଁ, ସେମାନେ କାମନା ପୂର୍ଣ୍ଣ କରିବାର ବୃଥା ଚେଷ୍ଟାରେ ନିଜର ଜୀବନ ନଷ୍ଟ କରି ଦେଇ ଥାଆନ୍ତି ।”