ଇନ୍ଦ୍ରିୟାଣି ପରାଣ୍ୟାହୁରିନ୍ଦ୍ରିୟେଭ୍ୟଃ ପରଂ ମନଃ ।
ମନସସ୍ତୁ ପରା ବୁଦ୍ଧିର୍ଯୋ ବୁଦ୍ଧେଃ ପରତସ୍ତୁ ସଃ ।। ୪୨ ।।
ଇନ୍ଦ୍ରିୟାଣି - ଇନ୍ଦ୍ରିୟଗୁଡିକ; ପରାଣି - ଉନ୍ନତତର; ଆହୁଃ-କୁହାଯାଏ; ଇନ୍ଦ୍ରିୟେଭ୍ୟଃ- ଇନ୍ଦ୍ରିୟମାନଙ୍କ ଠାରୁ ଅଧିକ; ପରଂ- ଉନ୍ନତ; ମନଃ-ମନ; ମନସଃ - ମନଠାରୁ ଅଧିକ; ତୁ - ମଧ୍ୟ; ପରା- ଉନ୍ନତର; ବୁଦ୍ଧିଃ- ବୁଦ୍ଧି; ଯଃ- ଯେ; ବୁଦ୍ଧେଃ - ବୁଦ୍ଧି ଅପେକ୍ଷା; ପରତଃ- ଉନ୍ନତତର; ତୁ - କିନ୍ତୁ; ସଃ - ସେ । (ଆତ୍ମା) ।
BG 3.42: ସ୍ଥୁଳ ଶରୀର ଠାରୁ ଉର୍ଦ୍ଧ୍ୱରେ ଇନ୍ଦ୍ରିୟମାନଙ୍କର ସ୍ଥିତି । ଇନ୍ଦ୍ରିୟମାନଙ୍କର ଉର୍ଦ୍ଧ୍ୱରେ ମନର ସ୍ଥିତି । ମନ ଉର୍ଦ୍ଧ୍ୱରେ ବୁଦ୍ଧି ଏବଂ ବୁଦ୍ଧିଠାରୁ ମଧ୍ୟ ଉର୍ଦ୍ଧ୍ୱରେ ଆତ୍ମାର ସ୍ଥିତି ଅଟେ ।
ଇନ୍ଦ୍ରିୟାଣି ପରାଣ୍ୟାହୁରିନ୍ଦ୍ରିୟେଭ୍ୟଃ ପରଂ ମନଃ ।
ମନସସ୍ତୁ ପରା ବୁଦ୍ଧିର୍ଯୋ ବୁଦ୍ଧେଃ ପରତସ୍ତୁ ସଃ ।। ୪୨ ।।
ସ୍ଥୁଳ ଶରୀର ଠାରୁ ଉର୍ଦ୍ଧ୍ୱରେ ଇନ୍ଦ୍ରିୟମାନଙ୍କର ସ୍ଥିତି । ଇନ୍ଦ୍ରିୟମାନଙ୍କର ଉର୍ଦ୍ଧ୍ୱରେ ମନର ସ୍ଥିତି । ମନ ଉର୍ଦ୍ଧ୍ୱରେ ବୁଦ୍ଧି ଏବଂ ବୁଦ୍ଧିଠାରୁ ମଧ୍ୟ ଉର୍ଦ୍ଧ୍ୱରେ ଆତ୍ମାର …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଗୋଟିଏ ନିମ୍ନ ସ୍ତରରେ ଥିବା ବସ୍ତୁ, ତା’ଠାରୁ ଉଚ୍ଚତର ସ୍ତରରେ ଥିବା ବସ୍ତୁଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ଶ୍ରୀକୃଷ୍ଣ ଏଠାରେ, ଭଗବାନ ଆମକୁ ପ୍ରଦାନ କରିଥିବା ଉପକରଣ(ଶକ୍ତି) ଗୁଡିକର ସ୍ତର ନିରୂପଣ କରୁଛନ୍ତି । ସେ ବର୍ଣ୍ଣନା କରୁଛନ୍ତି ଯେ ଶରୀର ସ୍ଥୁଳ ଭୌତିକ ପଦାର୍ଥ ଦ୍ୱାରା ଗଠିତ । ତାହା ଠାରୁ ଶ୍ରେଷ୍ଠ ପାଞ୍ଚ ଜ୍ଞାନେନ୍ଦ୍ରିୟ (ଯେଉଁମାନେ ସ୍ୱାଦ, ସ୍ପର୍ଶ, ଦୃଶ୍ୟ, ଗନ୍ଧ ଓ ଶବ୍ଦର ଅନୁଭୂତି କରାନ୍ତି) । ଇନ୍ଦ୍ରିୟମାନଙ୍କ ଉର୍ଦ୍ଧ୍ୱରେ ମନ ଏବଂ ମନର ଉର୍ଦ୍ଧ୍ୱରେ ବୁଦ୍ଧିର ସ୍ଥିତି, ଯାହା ବିଚାରଣ ଶକ୍ତି ଯୁକ୍ତ ଅଟେ । କିନ୍ତୁ ଦିବ୍ୟ ଆତ୍ମା ତା’ ଠାରୁ ମଧ୍ୟ ଉର୍ଦ୍ଧ୍ୱରେ ଅବସ୍ଥିତ ।
ଇନ୍ଦ୍ରିୟ, ମନ, ବୁଦ୍ଧି ଓ ଆତ୍ମା ଏମାନଙ୍କର ଶ୍ରେଷ୍ଠତାର ସ୍ତର ଅନୁଯାୟୀ, ବର୍ତ୍ତମାନ ଆମେ ଜ୍ଞାନର ଉପଯୋଗ କରି କାମନାର ମୂଳୋତ୍ପାଟନ କିପରି କରିବା, ତାହା ଏହି ଅଧ୍ୟାୟର ଶେଷ ଶ୍ଲୋକରେ ବର୍ଣ୍ଣନା କରାଯାଉଛି ।