ନ ହି କଶ୍ଚିତ୍କ୍ଷଣମପି ଜାତୁ ତିଷ୍ଠିତ୍ୟକର୍ମକୃତ୍ ।
କାର୍ଯ୍ୟତେ ହ୍ୟବଶଃ କର୍ମ ସର୍ବଃ ପ୍ରକୃତିଜୈର୍ଗୁଣୈଃ ।।୫।।
ନ - ନୁହେଁ ; ହି- ନିଶ୍ଚିତଭାବେ; କଶ୍ଚିତ୍- କେହି ; କ୍ଷଣମ୍- କ୍ଷଣମାତ୍ର ; ଅପି - ମଧ୍ୟ; ଜାତୁ- କଦାଚିତ୍; ତିଷ୍ଠତି- ରହେ ; ଅକର୍ମକୃତ୍-କର୍ମ ବିନା; କାର୍ଯ୍ୟତେ - କର୍ମ କରିବାକୁ ବାଧ୍ୟ ହୁଏ; ହିି- ନିଶ୍ଚତ ଭାବେ; ଅବଶଃ- ଅସହାୟ ; କର୍ମ-କର୍ମ; ସ୍ୱର୍ବଃ- ସମସ୍ତ; ପ୍ରକୃତି ଜୈଃ- ଭୂତ ପ୍ରକୃତି ଜୈର୍ଗୁଣୈଃ- ଗୁଣରେ ।
BG 3.5: କର୍ମ ନ କରି କୈଣସି ବ୍ୟକ୍ତି ଗୋଟିଏ କ୍ଷଣ ବି ରହି ପାରିବ ନାହିଁ । ବାସ୍ତବରେ, ସମସ୍ତ ପ୍ରାଣୀ ତାଙ୍କର ଜନ୍ମଗତ ଗୁଣ ଅନୁସାରେ (ତିନି ଗୁଣ) କର୍ମ କିରବାକୁ ବାଧ୍ୟ ଅଟନ୍ତି ।
ନ ହି କଶ୍ଚିତ୍କ୍ଷଣମପି ଜାତୁ ତିଷ୍ଠିତ୍ୟକର୍ମକୃତ୍ ।
କାର୍ଯ୍ୟତେ ହ୍ୟବଶଃ କର୍ମ ସର୍ବଃ ପ୍ରକୃତିଜୈର୍ଗୁଣୈଃ ।।୫।।
କର୍ମ ନ କରି କୈଣସି ବ୍ୟକ୍ତି ଗୋଟିଏ କ୍ଷଣ ବି ରହି ପାରିବ ନାହିଁ । ବାସ୍ତବରେ, ସମସ୍ତ ପ୍ରାଣୀ ତାଙ୍କର ଜନ୍ମଗତ ଗୁଣ ଅନୁସାରେ (ତିନି …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
କେତେକ ବ୍ୟକ୍ତି ଭାବନ୍ତି ଯେ କର୍ମ କେବଳ ବୃତ୍ତିଗତ କର୍ମକୁ ବୁଝାଏ ଏବଂ ଦୈନନ୍ଦିନ କାର୍ଯ୍ୟ ଯେପରି କି ଖାଇବା, ପିଇବା, ଶୋଇବା, ଚାଲିବା ଏବଂ ଚିନ୍ତା କରିବା ଆଦିକୁ ବୁଝାଏ ନାହିଁ । ଏଣୁ ସେମାନେ ଯେତେବେଳେ ତାଙ୍କର ବୃତ୍ତିଗତ କର୍ମ ତ୍ୟାଗ କରନ୍ତି, ସେମାନେ ଭାବନ୍ତି ଯେ ସେମାନେ କୌଣସି କର୍ମ କରୁନାହାନ୍ତି କିନ୍ତୁ ଶ୍ରୀକୃଷ୍ଣ ଶରୀର, ମନ ଏବଂ ଜିହ୍ୱା ଦ୍ୱାରା କରାଯାଉଥିବା ସମସ୍ତ କ୍ରିୟାକୁ କର୍ମରୂପରେ ବିବେଚନା କରିଛନ୍ତି । ତେଣୁ ସେ ଅର୍ଜୁୁନଙ୍କୁ କହୁଛନ୍ତି, ସମ୍ପୂର୍ଣ୍ଣ କ୍ରିୟା ହୀନତା ଗୋଟିଏ କ୍ଷଣ ପାଇଁ ମଧ୍ୟ ସମ୍ଭବ ନୁହେଁ । ଆମେ ଯଦି କେବଳ ବସି ରହୁ ତାହା ମଧ୍ୟ ଏକ କ୍ରିୟା ଅଟେ । ଆମେ ଯଦି ଶୋଇଯାଉ ତାହା ମଧ୍ୟ ଏକ କ୍ରିୟା ଅଟେ । ନିଦ୍ରିତ ଅବସ୍ଥାରେ ମନ ସ୍ପପ୍ନ ଦେଖିବାରେ ଲାଗିଥାଏ । ତା ଛଡା, ନିଦ୍ରାବସ୍ଥାରେ ମଧ୍ୟ ଆମର ହୁତ୍ପିଣ୍ଡ ତଥା ଅନ୍ୟ ଅଙ୍ଗସବୁ କାର୍ଯ୍ୟ କରୁଥାଏ । ତେଣୁ ଶ୍ରୀକୃଷ୍ଣ ଘୋଷଣା କରୁଛନ୍ତି ଯେ, ମନୁଷ୍ୟ ପକ୍ଷରେ ନିଷ୍କ୍ରିୟତା ହାସଲ କରିବା ଏକ ଅସମ୍ଭବ ବ୍ୟାପାର ଅଟେ । କାରଣ ନିଜର ତ୍ରିଗୁଣ (ସତ୍ତ୍ୱ, ରଜୋ, ତମୋ) ଯୁକ୍ତ ସ୍ୱଭାବ ଅନୁସାରେ ଇନ୍ଦ୍ରିୟ-ମନ-ବୁଦ୍ଧି ସଂସାରରେ କାର୍ଯ୍ୟ କରିବାକୁ ବାଧ୍ୟ ଅଟନ୍ତି । ଶ୍ରୀମଦ୍ ଭାଗବତମ୍ରେ ଏହି ଅନୁରୁପ ଏକ ଶ୍ଲୋକ ଅଛି ।
ନ ହି କଶ୍ଚିତ୍ କ୍ଷଣମ୍ ଅପି ଯାତୁ ତିଷ୍ଠତ୍ୟକର୍ମକୃତ ।
କାର୍ଯ୍ୟତେ ହ୍ୟବଶଃ କର୍ମ ଗୁଣୈଃ ସ୍ୱାଭାବିକୈର୍ ବଲାତ୍ । । (୬.୧.୫୩)
“କୌଣସି ବ୍ୟକ୍ତି କ୍ଷଣିକ ପାଇଁ ମଧ୍ୟ ଅକର୍ମଣ୍ୟ ରହିପାରିବେ ନାହିଁ । ସମସ୍ତେ ନିଜର ଗୁଣ ଅନୁସାରେ କାର୍ଯ୍ୟ କରିବାକୁ ବାଧ୍ୟ ଅଟନ୍ତି ।”