Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 3, Verse 9

ଯଜ୍ଞାର୍ଥାତ୍କର୍ମଣୋଽନ୍ୟତ୍ର ଲୋକୋଽୟଂ କର୍ମବନ୍ଧନଃ ।
ତଦର୍ଥଂ କର୍ମ କୈନ୍ତେୟ ମୁକ୍ତସଙ୍ଗଃ ସମାଚର ।।୯।।

ଯଜ୍ଞାର୍ଥାତ୍ - କେବଳ ଯଜ୍ଞ କିମ୍ବା ବିଷ୍ଣୁଙ୍କ ନିମିତ୍ତ; କର୍ମଣଃ- କର୍ମ କରାଯିବ; ଅନ୍ୟତ୍ର- ଅନ୍ୟଥା; ଲୋକଃ- ସଂସାର; ଅୟଂ- ଏହି; କର୍ମ-ବନ୍ଧନଃ- କର୍ମବନ୍ଧନ; ତତ୍‌- ତାଙ୍କର (ଭଗବାନଙ୍କର); ଅର୍ଥଂ - ନିମିତ୍ତ; କର୍ମ- କର୍ମ; କୌନ୍ତେୟ- ହେ କୁନ୍ତି ପୁତ୍ର; ମୁକ୍ତ-ସଙ୍ଗଃ- ଆସକ୍ତି ରହିତ; ସମାଚର - ଠିକ୍ ଭାବରେ କର ।

Translation

BG 3.9: ସମସ୍ତ କର୍ମ ଭଗବାନଙ୍କ ଉଦ୍ଦେଶ୍ୟରେ ଯଜ୍ଞ (ସମର୍ପଣ) ଭାବରେ କରାଯିବା ଉଚିିତ୍‌, ନଚେତ ତାହା ମାୟିକ ବନ୍ଧନ ସୃଷ୍ଟି କରିଥାଏ । ତେଣୁ ହେ କୁନ୍ତି ପୁତ୍ର! ତୁମେ ଫଳାସକ୍ତି ରହିତ ହୋଇ ଭଗବାନଙ୍କର ସୁଖ ଉଦ୍ଦେଶ୍ୟରେ ନିଜର ନିର୍ଦ୍ଧାରିତ କର୍ମ କର ।

Commentary

ଜଣେ ଡକାୟତ ହାତରେ ଛୁରୀଟିଏ ଅନ୍ୟକୁ ଆତଙ୍କିତ କରିବା ଅଥବା ହତ୍ୟାକରିବା ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଥାଏ, କିନ୍ତୁ ଜଣେ ସର୍ଜନଙ୍କ ହାତରେ ତାହା ଅନ୍ୟକୁୁ ଜୀବନ ଦାନ ପାଇଁ ଏକ ଉପକରଣ ଭାବରେ କାର୍ଯ୍ୟ କରିଥାଏ । ଛୁରିଟି ନିଜେ ଘାତକ ନୁହେଁ କି କଲ୍ୟାଣକାରୀ ନୁହେଁ, ଏହାର ପ୍ରଭାବ ଏହାର ବ୍ୟବହାର ଉପରେ ନିର୍ଭର କରିଥାଏ । ସେକ୍ସପିୟରଙ୍କର କଥନ ଅନୁଯାୟୀ, “ଭଲ କିମ୍ବା ମନ୍ଦ କିଛି ନାହିଁ, ସବୁ କିଛି ଆମର ଭାବନା ଉପରେ ନିର୍ଭର କରେ । ” ସେହିପରି କର୍ମ ସ୍ୱୟଂ ଭଲ କିମ୍ବା ମନ୍ଦ ନୁହେଁ ; ଆମର ମାନସିକତା ଏହାକୁ ବନ୍ଧନକାରକ ଅଥବା ଉତ୍‌ଥାନକାରକ କରାଇଥାଏ ।  ଇନ୍ଦ୍ରିୟ ସୁଖ ପାଇଁ ବା ଅହଂକାରର ସନ୍ତୋଷ ପାଇଁ କରାଯାଉଥିବା କର୍ମ ସଂସାରରେ ବନ୍ଧନ ସୃଷ୍ଟି କରିଥାଏ । ଅପର ପକ୍ଷେ, ପରମାତ୍ମାଙ୍କର ସୁଖ ଉଦ୍ଦେଶ୍ୟରେ ଯଜ୍ଞ ଭାବରେ କରାଯାଉଥିବା କର୍ମ ମାୟିକ ବନ୍ଧନରୁ ମୁକ୍ତି ପ୍ରଦାନ କରି ଭଗବତ୍ କୃପାକୁ ଆକର୍ଷିତ କରିଥାଏ । ଯେହେତୁ କର୍ମ କରିବା ଆମର ପ୍ରବୃତି, ଆମେ ଏହି ଦୁଇ ପ୍ରକାର କର୍ମ ମଧ୍ୟରୁ ଯେ କୌଣସି ଗୋଟିଏ ପ୍ରକାରର କର୍ମ କରିବାକୁ ବାଧ୍ୟ ହୋଇଥାଉ ।  କର୍ମ ବିନା ଆମେ ଗୋଟିଏ ମୁହୁତ୍ତ୍‌ର୍ ବି ରହିପାରିବା ନାହିଁ କାରଣ ଆମର ମନ ସ୍ଥିର ନୁହେଁ ।

କର୍ମକୁ ଆମେ ଯଦି ଭଗବାନଙ୍କର ସେବା ଭାବରେ ନ କରିବା, ତେବେ ଆମେ ତାହାକୁ ମନ ଏବଂ ଇନ୍ଦ୍ରିୟମାନଙ୍କର ସୁଖ ଉଦ୍ଦେଶ୍ୟରେ କରିବା ପାଇଁ ବାଧ୍ୟ ହେବା । ତା ପରିବର୍ତ୍ତେ ଆମେ ଯେତେବେଳେ ସମର୍ପଣର ଭାବ ରଖି କୌଣସି କାର୍ଯ୍ୟ କରିଥାଉ, ସେତେବେଳେ ଆମେ ସମଗ୍ର ସଂସାର ଏବଂ ସଂସାରର ସବୁ ବସ୍ତୁକୁ ଭଗବାନଙ୍କର ତଥା ଭଗବାନଙ୍କର ସେବା ନିମନ୍ତେ ଉଦ୍ଦିଷ୍ଟ ମନେ କରିଥାଉ । ପ୍ରଭୂ ଶ୍ରୀରାମଙ୍କର ପୂର୍ବଜ ରାଜା ରଘୁ ଏହାର ଏକ ଆଦର୍ଶ ସ୍ଥାପନ କରିଥିଲେ । ରଘୁ ବିଶ୍ୱଜିତ୍ ଯଜ୍ଞର ଆୟୋଜନ କରିଥିଲେ, ଯେଉଁଥିରେ ନିଜର ସମସ୍ତ ସମ୍ପଦକୁ ଦାନ କରାଯାଇ ଥାଏ ।

  “ସ ବିଶ୍ୱଜିତମ୍ ଆଜହ୍‌ରେ ଯଜ୍ଞମ୍ ସର୍ବସ୍ୱ ଦକ୍ଷିଣମ୍
ଆଦାନଂ ହି ବିସର୍ଗାୟ ସତ୍ୟମଂ ବାରିମୁଚାମ୍ ଇବ”(ରଘୁବଂଶ,୪/୮୬)

“ରଘୁ ଏକଥା ଚିନ୍ତା କରି ବିଶ୍ୱଜିତ୍ ଯଜ୍ଞର ଆୟୋଜନ କରିଥିଲେ ଯେ ମେଘ ଯେପରି ପୃଥିବୀରୁ ଆହରଣ କରିଥିବା ଜଳକୁ ନିଜ ପାଇଁ ବ୍ୟବହାର ନ କରି ପୃଥିବୀ ପୃଷ୍ଠରେ ବୃଷ୍ଟି କରିଥାଏ, ସେହିପରି ରାଜା ଭାବରେ ସର୍ବ ସାଧାରଣଙ୍କ ଠାରୁ  କର ରୂପରେ ସଂଗ୍ରହ କରାଯାଇ ଥିବା ତାଙ୍କର ସବୁ ସମ୍ପତ୍ତି , ତାଙ୍କର ଉପଭୋଗ ପାଇଁ ନୁହେ,ଁ ବରଂ ଉଗବାନଙ୍କର ସୁଖ ନିମନ୍ତେ ଉଦ୍ଦିଷ୍ଟ ଅଟେ । ତଦ୍ୱାରା ସେ ନିଜ ପ୍ରଜାମାନଙ୍କର ସେବା କରି ଭଗବାନଙ୍କୁ ସନ୍ତୁଷ୍ଟ କରିବାକୁ ସ୍ଥିର କଲେ । ” ଯଜ୍ଞ ପରେ ତାଙ୍କର ସମସ୍ତ ସମ୍ପତ୍ତି ସେ ରାଜ୍ୟବାସୀମାନଙ୍କୁୁ ଦାନ କରିଦେଲେ ଏବଂ ଜଣେ ଭିକ୍ଷୁକର ବେଶ ଧାରଣ କରି,ହାତରେ ମାଟି ପାତ୍ରଟିଏ ଧରି, ସେ ଭୋଜନ ପାଇଁ ଭିକ୍ଷା ମାଗିବାକୁ ବାହାରି ଗଲେ ।

ଗୋଟିଏ ବୃକ୍ଷମୁଳରେ ବିଶ୍ରାମ କରୁଥିବା ସମୟରେ, କିଛି ଲୋକ ଏପରି ଆଲୋଚନା କରୁଥିବାର ସେ ଶୁଣିବାକୁ ପାଇଲେ । “ ଆମ ରାଜା ବହୁତ ବଡ ଦାନୀ ଅଟନ୍ତି । ସେ ନିଜର ସବୁକିଛି ଦାନ କରି ଦେଇଛନ୍ତି ।” ନିଜର ପ୍ରଶଂସା ଶୁଣି  ରଘୁ କ୍ଷୁବ୍‌ଧ ହୋଇ ପଚାରିଲେ  “ଆପଣ ମାନେ କ’ଣ  ଆଲୋଚନା କରୁଛନ୍ତି ? ” ସେମାନେ ଉତ୍ତର ଦେଲେ, “ଆମେ ଆମ ରାଜାଙ୍କର ଯଶଗାନ କରୁଅଛୁ । ସାରା ସଂସାରରେ ତାଙ୍କ ସମତୁଲ୍ୟ ଦାନବୀର ଆଉ କେହି ନାହାନ୍ତି ।”  ରଘୁ ପ୍ରତିବାଦ କରି ଉଠିଲେ, “ଆଉ କେବେ ସେକଥା କହିବେ ନାହିଁ । ରଘୁ କିଛି  ଦେଇନାହାନ୍ତି ।” ସେମାନେ କହିଲେ “ଆପଣ କିପରି ବ୍ୟକ୍ତି ଅଟନ୍ତି, ଯିଏ ଆମ ରାଜାଙ୍କର ସମାଲୋଚନା କରୁଛନ୍ତି ?  ସମସ୍ତେ ଜାଣନ୍ତି ରଘୁ ତାଙ୍କର ସର୍ବସ୍ୱ ଦାନ କରିଛନ୍ତି ।”  ରଘୁ ଉତ୍ତର ଦେଲେ, “ଯାଅ, ତୁମ ରାଜାଙ୍କୁ ପଚାର, ସେ ଯେତେବେଳେ ଏ ସଂସାରକୁ ଆସିଥିଲେ ତାଙ୍କ ପାଖରେ କିଛି  ଥିଲା କି ? ସେ ଶୂନ୍ୟ ହସ୍ତରେ ଜନ୍ମ ହୋଇଥିଲେ କି ନାହିଁ ? ତା ହେଲେ ତାଙ୍କର ବୋଲି କ’ଣ ଥିଲା ଯେ ସେ ଦାନ କରିଦେଲେ ?”

ଏହା ହିଁ କର୍ମଯୋଗ ର ମହତ୍ୱ, ଯେଉଁଥିରେ ଜଣେ ଅନୁଭବ କରେ ଯେ ଏ ସଂସାରର ସବୁ କିଛି ଭଗବାନଙ୍କର ହିଁ ଅଟେ, ତେଣୁ ସେସବୁ ତାଙ୍କ ସୁଖ ପାଇଁ ଉଦ୍ଦିଷ୍ଟ ।  ତାପରେ ଆମେ ଯାହା କିଛି କରିଥାଉ, ସେସବୁ ନିଜର ମନ ଏବଂ ଇନ୍ଦ୍ରିୟଙ୍କୁ ସୁଖ ଦେବା ଉଦ୍ଦେଶ୍ୟରେ ନ କରି ଭଗବାନଙ୍କ ସୁଖ ଉଦ୍ଦେଶ୍ୟରେ କରିଥାଉ । ଭଗବାନ ବିଷ୍ଣୁ ପ୍ରଚେଷ୍ଟାମାନଙ୍କୁ ଏହି ଉପଦେଶ ଦେଇଥିଲେ:

ଗୃହେଷ୍ୱ ଆବିଶତାଂ ଚାପିି ପୁଂସାଂ କୁଶଲ-କର୍ମଣାମ୍ ।
ମଦ୍‌-ବାର୍ତା-ଯାତ-ୟାମାନାଂ ନ ବନ୍ଧାୟ ଗୃହା ମତାଃ । । (ଭାଗବତମ୍ ୪-୩୦-୧୯)

“ସିଦ୍ଧ କର୍ମଯୋଗୀମାନେ, ତାଙ୍କର ଦୈନନ୍ଦିନ ଗୃହସ୍ଥ କର୍ମ କରୁଥିଲେ ମଧ୍ୟ, ମୋତେ ସମସ୍ତ କର୍ମର ଉପଭୋକ୍ତା ରୂପରେ ହୃଦୟଙ୍ଗମ କରି, ତାଙ୍କର ସମସ୍ତ କର୍ମକୁ ମୋର ଯଜ୍ଞ ଭାବରେ କରିଥାନ୍ତି । ଅବସର ସମୟରେ ସେମାନେ ମୋର ଯଶକଥା ଶ୍ରବଣ ଏବଂ ଗାନ କରିଥାନ୍ତି । ସେପରି ବ୍ୟକ୍ତି ସଂସାରରେ ରହି ମଧ୍ୟ କର୍ମବନ୍ଧନରେ ବାନ୍ଧି ହୁଅନ୍ତି ନାହିଁ ।”

Bookmark this Verse

Sign in to save your favorite verses.

Add a Note
Swami Mukundananda
3. କର୍ମ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!