Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 4, Verse 11

ଯେ ଯଥା ମାଂ ପ୍ରପଦ୍ୟନ୍ତେ ତାଂସ୍ତଥୈବ ଭଜାମ୍ୟହମ୍ ।
ମମ ବର୍ତମାନୁବର୍ତନ୍ତେ ମନୁଷ୍ୟାଃ ପାର୍ଥ ସର୍ବଶଃ ।।୧୧।।

ଯେ- ଯିଏ; ଯଥା - ଯେପରି; ମାଂ- ମୋ ପ୍ରତି; ପ୍ରପଦ୍ୟନ୍ତେ - ଶରଣାଗତ ହୁଅନ୍ତି; ତାନ୍ - ସେମାନଙ୍କୁ; ତଥା - ସେହିପରି; ଏବ - ନିଶ୍ଚିତଭାବେ; ଭଜାମି - ପ୍ରତିଦାନ ଦିଏ; ଅହମ୍‌- ମୁଁ; ମମ- ମୋର; ବର୍ତ୍‌ମ -ପଥ; ଅନୁବର୍ତନ୍ତେ - ଅନୁସରଣ କରନ୍ତି; ମନୁଷ୍ୟାଃ - ମନୁଷ୍ୟମାନେ; ପାର୍ଥ - ହେ ପୃଥାପୁତ୍ର; ସର୍ବଶଃ - ସର୍ବପ୍ରକାରେ ।

Translation

BG 4.11: ମନୁଷ୍ୟମାନେ ଯେପରି ଭାବରେ ମୋର ଶରଣାଗତ ହୁଅନ୍ତି, ମୁଁ ସେମାନଙ୍କୁ ସେହି ଅନୁସାରେ ତାର ପ୍ରତିଦାନ ଦେଇଥାଏ । ହେ ପାର୍ଥ! ଜ୍ଞାତରେ ହେଉ କି ଅଜ୍ଞାତ ସାରରେ ହେଉ ସମସ୍ତେ ମୋର ମାର୍ଗ ଅନୁସରଣ କରନ୍ତି ।

Commentary

ଏଠାରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ଜୀବ ଯେପରି ଭାବରେ ସମର୍ପଣ କରେ, ସେହି ଅନୁରୂପରେ ସେ ତାର ପ୍ରତିଦାନ ଦେଇଥାନ୍ତି । ଯେଉଁମାନେ ଭଗବାନଙ୍କର ଅସ୍ତିତ୍ୱକୁ ଅସ୍ୱୀକାର କରନ୍ତି, ସେ ତାଙ୍କୁ କର୍ମର ନ୍ୟାୟକର୍ତ୍ତା ଭାବରେ ମିଳନ୍ତି । ତାଙ୍କ ହୃଦୟରେ ବସି କର୍ମର ହିସାବ ରଖନ୍ତି ଓ ତା’ର ଫଳ ଦିଅନ୍ତି । କିନ୍ତୁ ଏହି ନାସ୍ତିକମାନେ ମଧ୍ୟ ତାଙ୍କର ସେବା ନ କରି ରହିପାରନ୍ତି ନାହିଁ; ସେମାନେ ଭଗବାନଙ୍କ ମାୟାଶକ୍ତିର ବିବିଧ ଅଭିବ୍ୟକ୍ତି, ଯଥା ସମ୍ପତ୍ତି, ବିଳାସ, ଜ୍ଞାତି କୁଟୁମ୍ବ, ସମ୍ମାନ ଇତ୍ୟାଦିର ସେବା କରିବାକୁ ବାଧ୍ୟ ହୁଅନ୍ତି । ମାୟା ସେମାନଙ୍କୁ କ୍ରୋଧ, କାମନା ଓ ଲୋଭର ଅଧୀନରେ ରଖିଥାଏ । ଅନ୍ୟ ପକ୍ଷରେ, ଯେଉଁମାନେ ସଂସାରର ଆକର୍ଷଣରୁ ମନକୁ ହଟାଇ, ଭଗବାନଙ୍କୁ ତାଙ୍କର ଲକ୍ଷ୍ୟ ଓ ଆଶ୍ରୟ ଭାବନ୍ତି, ମା ଶିଶୁର ଯତ୍ନ ନେଲାପରି ସେ ତା’ର ଯତ୍ନ ନିଅନ୍ତି ।

ଶ୍ରୀକୃଷ୍ଣ ଭଜାମି ଶବ୍ଦ ପ୍ରୟୋଗ କରିଛନ୍ତି ଯାହାର ଅର୍ଥ “ସେବା କରିବା”, ଭଗବାନ ଶରଣାଗତ ଜୀବମାନଙ୍କର ସେବା କରିଥା’ନ୍ତି । ସେ ତାଙ୍କର ଅନନ୍ତ ଜନ୍ମର ସଞ୍ôଚତ କର୍ମ ଧ୍ୱଂସ କରନ୍ତି, ମାୟାର ବନ୍ଧନରୁ ମୁକ୍ତ କରନ୍ତି, ସଂସାରର ଅନ୍ଧକାରକୁ ଦୂର କରିଦିଅନ୍ତି ଏବଂ ତାଙ୍କୁ ଦିବ୍ୟ ଆନନ୍ଦ, ଦିବ୍ୟ ଜ୍ଞାନ ଓ ଦିବ୍ୟ ପ୍ରେମ ପ୍ରଦାନ କରନ୍ତି । ଭକ୍ତ ଯେତେବେଳେ ଭଗବାନଙ୍କର ନିଷ୍କାମ ଭକ୍ତି କରିବାରେ ଲାଗନ୍ତି, ସେତେବେଳେ  ଭଗବାନ ସ୍ୱେଚ୍ଛାକୃତ ଭାବରେ ତାଙ୍କ ପ୍ରେମର ଦାସତ୍ୱ ସ୍ୱୀକାର କରି ନିଅନ୍ତି । ପ୍ରଭୁ ଶ୍ରୀରାମ ହନୁମାନଙ୍କ ଉଦ୍ଦେଶ୍ୟରେ କହିଥିଲେ:

ଏକୈକସ୍ୟୋପକାରସ୍ୟ ପ୍ରାଣାନ୍ ଦାସ୍ୟାସ୍ମି ତେ କପେ
ଶେଷସ୍ୟେହୋପକାରାଣାମ୍ ଭବାମ୍ ଋଣିନୋ ବୟମ୍ । (ବାଲ୍ମିକୀ ରାମାୟଣ)

“ହେ ହନୁମାନ! ତୁମେ ମୋ ପ୍ରତି କରିଥିବା ଗୋଟିଏ ସେବାର ଋଣରୁ ମୁକ୍ତ ହେବା ପାଇଁ ମୋତେ ମୋର ପ୍ରାଣ ଦେବାକୁ ପଡ଼ିବ । ଅନ୍ୟ ଯେଉଁ ସବୁ ସେବା କରିଛ ତା ପାଇଁ ମୁଁ ଚିରଦିନ ଋଣୀ ରହିବି । ଅତଏବ, ଯିଏ ବି ଭଗବାନଙ୍କର ଶରଣାଗତ ହୁଅନ୍ତି, ଭଗବାନ ସେମାନଙ୍କୁ ତା’ର ପ୍ରତିଦାନ ଦିଅନ୍ତି ।

ଯଦି ଭଗବାନ ତାଙ୍କର ଭକ୍ତମାନଙ୍କ ପ୍ରତି ଏତେ ସଦୟ, ତା’ହେଲେ ଲୋକେ ସ୍ୱର୍ଗର ଦେବତାମାନଙ୍କୁ ପୂଜା କରନ୍ତି କାହିଁକି? ପରବର୍ତ୍ତୀ ଶ୍ଲୋକରେ ଏହାର ବର୍ଣ୍ଣନା କରାଯାଇଛି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
4. ଜ୍ଞାନ କର୍ମ ସନ୍ନ୍ୟାସ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!