କାଂକ୍ଷନ୍ତଃ କର୍ମଣାଂ ସିଦ୍ଧିଂ ଯଜନ୍ତ ଇହ ଦେବତାଃ ।
କ୍ଷିପ୍ରଂ ହି ମାନୁଷେ ଲୋକେ ସିଦ୍ଧିର୍ଭବତି କର୍ମଜା ।।୧୨।।
କାଙ୍କ୍ଷନ୍ତଃ- ଇଚ୍ଛା କରୁଥିବା; କର୍ମଣାଂ-ମାୟିକ କର୍ମର; ସିଦ୍ଧିଂ-ସିଦ୍ଧି; ଯଜନ୍ତେ-ଯଜ୍ଞାନୁଷ୍ଠାନ ଦ୍ୱାରା ପୂଜା କରନ୍ତି; ଇହ-ଭୌତିକ ଜଗତରେ; ଦେବତା-ଦେବତାମାନଙ୍କୁ; କ୍ଷିପ୍ରଂ- ଖୁବ୍ ଶୀଘ୍ର; ହି-ନିଶ୍ଚିତଭାବେ; ମାନୁଷେ-ମାନବ ସମାଜରେ; ଲୋକେ-ଏ ପୃଥିବୀରେ; ସିଦ୍ଧିଃ -ପୁରଷ୍କୃତ; ଭବତି- ହୁଏ; କର୍ମଜା-ମାୟିକ କର୍ମରୁ ।
BG 4.12: ଏହି ପୃଥିବୀରେ ଯେଉଁମାନେ ସାଂସାରିକ କାର୍ଯ୍ୟରେ ସଫଳ ହେବାକୁ ଚାହାଁନ୍ତି, ସେମାନେ ସ୍ୱର୍ଗର ଦେବତା ମାନଙ୍କୁ ପୂଜା କରିଥାନ୍ତି, କାରଣ ତଦ୍ୱାରା ସାଂସାରିକ ଫଳ ଅତି ଶୀଘ୍ର ପ୍ରାପ୍ତ ହୋଇଥାଏ ।
କାଂକ୍ଷନ୍ତଃ କର୍ମଣାଂ ସିଦ୍ଧିଂ ଯଜନ୍ତ ଇହ ଦେବତାଃ ।
କ୍ଷିପ୍ରଂ ହି ମାନୁଷେ ଲୋକେ ସିଦ୍ଧିର୍ଭବତି କର୍ମଜା ।।୧୨।।
ଏହି ପୃଥିବୀରେ ଯେଉଁମାନେ ସାଂସାରିକ କାର୍ଯ୍ୟରେ ସଫଳ ହେବାକୁ ଚାହାଁନ୍ତି, ସେମାନେ ସ୍ୱର୍ଗର ଦେବତା ମାନଙ୍କୁ ପୂଜା କରିଥାନ୍ତି, କାରଣ ତଦ୍ୱାରା ସାଂସାରିକ ଫଳ ଅତି ଶୀଘ୍ର …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଯେଉଁମାନେ ସଂସାରିକ ଲାଭ ଖୋଜନ୍ତି, ସେମାନେ ସ୍ୱର୍ଗର ଦେବତାମାନଙ୍କୁ ପୂଜା କରନ୍ତି ଏବଂ ତାଙ୍କଠାରୁ ବରଦାନ ଚାହିଁଥାନ୍ତି । ଦେବତା ମାନେ ଦେଉଥିବା ବରଦାନ ଭୌତିକ ତଥା କ୍ଷଣସ୍ଥାୟୀ ହୋଇଥାଏ । ସେମାନେ ଭଗବାନଙ୍କ ଠାରୁ ପାଇଥିବା ଶକ୍ତି ବଳରେ ଏହି ବରଦାନ ପ୍ରଦାନ କରିଥାନ୍ତି । ଏହି ବିଷୟରେ ଏକ ମାର୍ମିକ କାହାଣୀ ଅଛି:
ଭାରତ ଇତିହାସର ଜଣେ ଶକ୍ତିଶାଳୀ ରାଜା, ସମ୍ରାଟ ଆକବରଙ୍କ ଦରବାରକୁ ସନ୍ଥ ଫରିଦ ଯାଇଥିଲେ । ସେ ଦରବାରରେ ଅପେକ୍ଷା କରିଥିଲେ, ସେତେବେଳେ ରାଜା ନିକଟସ୍ଥ କକ୍ଷରେ ପୂଜା କରୁଥିଲେ । କକ୍ଷ ଭିତରେ କ’ଣ ହେଉଛି ଜାଣିବା ପାଇଁ ଫରିଦ ଉଙ୍କିମାରି ଦେଖିଲେ । ସେ ଆଶ୍ଚର୍ଯ୍ୟ ହେଲେ ଯେ ରାଜା ଭଗବାନଙ୍କ ଠାରୁ ଅଧିକ ଶକ୍ତିଶାଳୀ ସେନା, ବହୁତ ବଡ଼ ରାଜକୋଷ ଏବଂ ଯୁଦ୍ଧରେ ବିଜୟ ପ୍ରାର୍ଥନା କରୁଛନ୍ତି । ରାଜାଙ୍କୁ ବାଧା ନ ଦେଇ ସେ ରାଜ ଦରବାରକୁ ଫେରିଆସିଲେ ।
ପୂଜା ସରିବା ପରେ, ଆକବର ଦରବାରକୁ ଆସିଲେ ଏବଂ ପ୍ରଜାମାନଙ୍କୁ ଦାନ ଦେଲେ । ସେ ଫରିଦଙ୍କୁ କ’ଣ ଇଚ୍ଛା କରୁଛନ୍ତି ବୋଲି ପଚାରିବାରୁ ଫରିଦ ଉତ୍ତର ଦେଲେ “ମୁଁ ମୋ ଆଶ୍ରମ ପାଇଁ କିଛି ଜିନିଷ ମାଗିବା ପାଇଁ ସମ୍ରାଟଙ୍କ ପାଖକୁ ଆସିଥିଲି । କିନ୍ତୁ ମୁଁ ଦେଖିଲି ସମ୍ରାଟ ନିଜେ ଭଗବାନଙ୍କ ସମ୍ମୁଖରେ ଜଣେ ଭିକାରୀ ଅଟନ୍ତି । ତେଣୁ କୌଣସି ଅନୁଗ୍ରହ ପାଇଁ ମୁଁ କାହିଁକି ସିଧା ସଳଖ ଭଗବାନଙ୍କୁ ନ ମାଗି, ସମ୍ରାଟଙ୍କୁ ମାଗିବି?
ଭଗବାନଙ୍କଠାରୁ ପାଇଥିବା ଶକ୍ତି ବଳରେ ହିଁ ସ୍ୱର୍ଗର ଦେବତାମାନେ କୌଣସି ବରଦାନ ଦେଇଥାନ୍ତି । ତଥାପି, ସ୍ୱଳ୍ପ ବୁଦ୍ଧି ସମ୍ପନ୍ନ ବ୍ୟକ୍ତିମାନେ ସେମାନଙ୍କ ପାଖକୁ ଯାଇଥାନ୍ତି । କିନ୍ତୁ ଯେଉଁମାନେ ବୁଦ୍ଧିମାନ, ସେମାନେ ବୁଝିପାରନ୍ତି ଯେ କୌଣସି ମଧ୍ୟସ୍ଥିଙ୍କ ପାଖକୁ ଯିବାରେ କିଛି ଲାଭ ନାହିଁ ଏବଂ ନିଜର ଅଭିଳାଷ ପୂରଣ କରିବା ନିମନ୍ତେ ସେମାନେ ଭଗବାନଙ୍କୁ ପ୍ରାର୍ଥନା କରିଥାନ୍ତି । ବିଭିନ୍ନ ଶ୍ରେଣୀର ଲୋକ ଅଛନ୍ତି ଏବଂ ସେମାନଙ୍କର ଲକ୍ଷ୍ୟ ଉଚ୍ଚ ବା ନିମ୍ନ କକ୍ଷର ହୋଇଥାଏ । ଶ୍ରୀକୃଷ୍ଣ ବର୍ତ୍ତମାନ ଚାରିପ୍ରକାର ଗୁଣ ଓ କର୍ମ ବିଷୟରେ ବର୍ଣ୍ଣନା କରୁଛନ୍ତି ।