Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 4, Verse 13

ଚାତୁର୍ବର୍ଣ୍ଣ୍ୟଂ ମୟା ସୃଷ୍ଟଂ ଗୁଣକର୍ମବିଭାଗଶଃ ।
ତସ୍ୟ କର୍ତାରମପି ମାଂ ବିଦ୍ଧ୍ୟକର୍ତାରମବ୍ୟୟମ୍ ।।୧୩।।

ଚାତୁର୍ବର୍ଣ୍ଣ୍ୟଂ -ବୃତ୍ତିଗତ ଚାରୋଟି ବିଭାଗ; ମୟା -ମୋ ଦ୍ୱାରା; ସୃଷ୍ଟଂ -ସୃଷ୍ଟ; ଗୁଣ-ଗୁଣ; କର୍ମ-କର୍ମ; ବିଭାଗଶଃ - ବିଭାଗ ଅନୁଯାୟୀ; ତସ୍ୟ -ତାହାର; କର୍ତାରମ୍ -ସ୍ରଷ୍ଟା; ଅପି -ଯଦିଓ; ମାଂ-ମୋତେ; ବିଦ୍ଧି -ଜାଣ: ଅକର୍ତାରମ୍ -ଅକର୍ତ୍ତା ରୂପେ; ଅବ୍ୟୟମ୍ - ଅବିନାଶୀ ।

Translation

BG 4.13: ମନୁଷ୍ୟମାନଙ୍କର ଗୁଣ ଓ କର୍ମ ଅନୁସାରେ, ମୁଁ ଚାରି ପ୍ରକାର ବର୍ଣ୍ଣ ବା ବୃତ୍ତି ସୃଷ୍ଟି କରିଥିଲି । ଯଦିଓ ମୁଁ ଏହି ଶ୍ରେଣୀ ବିଭାଗର ସ୍ରଷ୍ଟା ଅଟେ, ମୋତେ ଅକର୍ତ୍ତା ତଥା ଚିରନ୍ତନ ବିବେଚନା କର ।

Commentary

ବେଦ ମନୁଷ୍ୟମାନଙ୍କର ବୃତ୍ତି ଅନୁଯାୟୀ, ସେମାନଙ୍କୁ ଚାରି ଶ୍ରେଣୀରେ ବିଭକ୍ତ କରିଅଛି । ଏହା ତାଙ୍କର ଜନ୍ମ ଅନୁସାରେ ନ ହୋଇ ପ୍ରକୃତି ଅନୁସାରେ ହୋଇଛି । ଏହିପରି ପ୍ରକାରର ବୃତ୍ତିଗତ ଭିନ୍ନତା ସବୁ ସମାଜରେ ରହିଛି । କମ୍ୟୁନିଷ୍ଟ ଦେଶ ମାନଙ୍କରେ ସମାନତା, ସବୁଠାରୁ ବଡ଼ ନିୟମ ହୋଇଥିଲେ ମଧ୍ୟ, ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ବିବିଧତା ଲୋପ କରାଯାଇପାରିବ ନାହିଁ । ସେଠାରେ ଦାର୍ଶନିକ ଅଛନ୍ତି ଯେଉଁମାନେ କମ୍ୟୁନିଷ୍ଟ ପାର୍ଟିର ଦିଗ୍‌ଦର୍ଶକ ଅଟନ୍ତି, ଦେଶର ରକ୍ଷା କରିବାକୁ ସୈନ୍ୟ ବାହିନୀ ଅଛନ୍ତି, କିଛି କୃଷକ ଅଛନ୍ତି ଯେଉଁମାନେ ଚାଷ କାର୍ଯ୍ୟରେ ନିୟୋଜିତ ରହିଛନ୍ତି ଏବଂ କାରଖାନା ଆଦିରେ କାର୍ଯ୍ୟ କରିବାକୁ ଶ୍ରମିକ ଅଛନ୍ତି । ବୈଦିକ ଦର୍ଶନ ଏହି ବିଭାଜନକୁ ଅଧିକ ବିଜ୍ଞାନ ସମ୍ମତ ଭାବରେ ବର୍ଣ୍ଣନା କରିଛି । ବେଦ କହେ ଯେ ମାୟାଶକ୍ତି  ତ୍ରିଗୁଣ ଯୁକ୍ତ ଅଟେ: ସତ୍ତ୍ୱଗୁଣ (ସତ୍‌ଗୁଣ), ରଜୋଗୁଣ (କାମନା ଯୁକ୍ତ ଗୁଣ), ତମୋଗୁଣ (ଅଜ୍ଞାନ ଗୁଣ) । ସତ୍ତ୍ୱଗୁଣ ପ୍ରଧାନ ବ୍ୟକ୍ତି ମାନେ ବ୍ରାହ୍ମଣ ଶ୍ରେଣୀର ଅଟନ୍ତି । ସେମାନେ ମୁଖ୍ୟତଃ ପୂଜାଦିକର୍ମ ତଥା ଶିକ୍ଷକତା କରନ୍ତି । କ୍ଷତ୍ରିୟମାନଙ୍କଠାରେ ରଜୋଗୁଣ ପ୍ରବଳ ମାତ୍ରାରେ ଥାଏ, କିନ୍ତୁ କିଛି ମାତ୍ରାରେ ସତ୍ତ୍ୱଗୁଣ ମଧ୍ୟ ଥାଏ । ସେମାନେ ଶାସନ କରିବା ତଥା ପରିଚାଳନା ଆଦି କର୍ମରେ ନିଯୁକ୍ତ ରହନ୍ତି । ବୈଶ୍ୟମାନଙ୍କଠାରେ ରଜୋଗୁଣ ତଥା କିଛିମାତ୍ରାରେ ତମୋଗୁଣ ଥାଏ, ସେମାନେ ବ୍ୟବସାୟୀ ତଥା କୃଷକ ଶ୍ରେଣୀର ଅଟନ୍ତି । ଶୁଦ୍ରମାନଙ୍କଠାରେ ଅଜ୍ଞାନତାର ଗୁଣ ଅଧିକ ଥାଏ ଏବଂ ସେମାନେ ଶ୍ରମିକ ଶ୍ରେଣୀର ଅଟନ୍ତି । ଏହି ବିଭକ୍ତିକରଣ ଜନ୍ମ ଅନୁସାରେ ନ ଥିଲା ବା ଏହା ଅପରିବର୍ତ୍ତନୀୟ ନ ଥିଲା । ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି ଯେ ଏହି ବର୍ଣ୍ଣାଶ୍ରମ ପ୍ରଥାର ବିଭକ୍ତିକରଣ ମନୁଷ୍ୟମାନଙ୍କର ସ୍ୱଭାବ ଏବଂ କର୍ମ ଅନୁସାରେ ହୋଇଥିଲା ।

ଯଦିଓ ଭଗବାନ ସଂସାରର ସମସ୍ତ ଯୋଜନାର ସ୍ରଷ୍ଟା ଅଟନ୍ତି, ତଥାପି ସେ ଅକର୍ତ୍ତା ଅଟନ୍ତି । ଏହା ବୃଷ୍ଟି ସଦୃଶ ଅଟେ । ବୃଷ୍ଟିଜଳ ଜଙ୍ଗଲର ସର୍ବତ୍ର ସମାନ ଭାବରେ ପଡିଥାଏ, କିନ୍ତୁ କେତେକ ମଞ୍ଜିରୁ ବିଶାଳ ବରଗଛ ଅଙ୍କୁରିତ ହୁଏ ତ ଅନ୍ୟ ମଞ୍ଜିରୁ ସୁନ୍ଦର ଫୁଲ ଫୁଟିଥାଏ, ଏବଂ ଅନ୍ୟ କେତେକରୁ କଣ୍ଟକଯୁକ୍ତ ଗୁଳ୍ମ ବାହାରିଥାଏ । ବର୍ଷା ନିରପେକ୍ଷ ଅଟେ, ଏହିସବୁ ଭିନ୍ନତା ପାଇଁ ସେ ଏଥିପାଇଁ ଦାୟୀ ନୁହେଁ । ସେହିପରି ଭଗବାନ ଜୀବକୁ କର୍ମ କରିବାର ଶକ୍ତି ଦେଇଥାନ୍ତି । ସେହି ଶକ୍ତିର ସେମାନେ କିପରି ଉପଯୋଗ କରିବେ, ସେହି ନିର୍ଣ୍ଣୟ ନେବାରେ ଜୀବ ସ୍ୱତନ୍ତ୍ର ଅଟେ; ତା’ର କାର୍ଯ୍ୟ ପାଇଁ ଭଗବାନ ଦାୟୀ ନୁହନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
4. ଜ୍ଞାନ କର୍ମ ସନ୍ନ୍ୟାସ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!