Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 4, Verse 19

ଯସ୍ୟ ସର୍ବେ ସମାରମ୍ଭାଃ କାମସଙ୍କଳ୍ପବର୍ଜିତାଃ ।
ଜ୍ଞାନାଗ୍ନିଦଗ୍‌ଧକର୍ମାଣଂ ତମାହୁଃ ପଣ୍ଡିତଂ ବୁଧାଃ ।।୧୯।।

ଯସ୍ୟ - ଯାହାର; ସର୍ବେ -ପ୍ରତ୍ୟେକ; ସମ୍ଭାରମ୍ଭାଃ - ପ୍ରଚେଷ୍ଟା; କାମ- ମାୟିକ ସୁଖେଚ୍ଛା; ସଙ୍କଳ୍ପ-ଦୃଢ଼ତା; ବର୍ଜିତାଃ-ବର୍ଜିତ; ଜ୍ଞାନ- ଦିବ୍ୟ ଜ୍ଞାନ; ଅଗ୍ନି -ଅଗ୍ନିରେ; ଦଗ୍‌ଧ -ଦଗ୍‌ଧ; କର୍ମାଣଂ -କର୍ମ; ତଂ -ତାଙ୍କୁ; ଆହୁଃ - କୁହାଯାଏ; ପଣ୍ଡିତଂ -ପଣ୍ଡିତ; ବୁଧାଃ -ଜ୍ଞାନୀ ।

Translation

BG 4.19: ଯାହାର ପ୍ରତ୍ୟେକ କର୍ମ ଭୌତିକ କାମନା ରହିତ ହୋଇଥାଏ ଏବଂ ଯେଉଁମାନେ ତାଙ୍କର କର୍ମର ପ୍ରତିକ୍ରିୟାକୁ ଦିବ୍ୟ ଜ୍ଞାନ ରୂପକ ଅଗ୍ନିରେ ଦଗ୍‌ଧ କରି ଦେଇଥାନ୍ତି, ସେମାନଙ୍କୁ ବିଜ୍ଞ ମହାତ୍ମାମାନେ ଜ୍ଞାନୀ କହିଥାନ୍ତି ।

Commentary

ଜୀବ, ଆନନ୍ଦ ସିନ୍ଧୁ ଭଗବାନଙ୍କର ଏକ କ୍ଷୁଦ୍ର ଅଂଶ ହୋଇଥିବାରୁ, ସ୍ୱଭାବତଃ ଆନନ୍ଦ ଖୋଜିଥାଏ । କିନ୍ତୁ ମାୟାଶକ୍ତି ଦ୍ୱାରା ଆବରଣଯୁକ୍ତ ହୋଇ ଭୁଲବଶତଃ ସେ ନିଜକୁ ମାୟିକ ଶରୀର ମନେ କରିଥାଏ । ଏହି ଅଜ୍ଞାନତା ଯୋଗୁଁ ସେ ଭୌତିକ ସଂସାରରୁ ଆନନ୍ଦ ପାଇବାକୁ କର୍ମ କରିଥାଏ । ଏହିସବୁ କର୍ମ ଯେହେତୁ ଇନ୍ଦ୍ରିୟ ତଥା ମାନସିିକ ସୁଖ ପ୍ରାପ୍ତିର ଲାଳସାରେ ପ୍ରେରିତ ହୋଇଥାଏ, ଜୀବକୁ ତାହା କର୍ମର ପ୍ରତିକ୍ରିୟାରେ ବାନ୍ଧି ଦିଏ ।

ଅନ୍ୟପକ୍ଷରେ, ଯେତେବେଳେ ଜୀବ ଦିବ୍ୟଜ୍ଞାନରେ ଉଦ୍‌ଭାସିତ ହୁଏ, ସେ ବୁଝିପାରେ ଯେ ସେ ଖୋଜୁଥିବା ଆନନ୍ଦ ଇନ୍ଦ୍ରିୟ ଭୋଗ୍ୟ ବସ୍ତୁରୁ ମିଳିବ ନାହିଁ ବରଂ ଏହା ଭଗବାନଙ୍କର ପ୍ରେମପୂର୍ଣ୍ଣ ସେବା ଦ୍ୱାରା ମିଳିବ । ସେତେବେଳେ ସେ ତାର ପ୍ରତ୍ୟେକ କର୍ମ ଭଗବାନଙ୍କର ସୁଖ ପାଇଁ କରିବାକୁ ଚେଷ୍ଟା କରିଥାଏ । “ତୁମେ ଯାହା କରୁଛ, ଯାହା ବି ଖାଉଛ, ଯଜ୍ଞର ଅଗ୍ନିରେ ତୁମେ ଯାହା ଅର୍ପଣ କରୁଛ, ଯାହା ଦାନ ଦେଉଛ, ଯାହା ବି ସାଧନା ତୁମେ କରୁଛ, ହେ କୁନ୍ତି ପୁତ୍ର! ସେଗୁଡ଼ିକୁ ମୋତେ ଅର୍ପଣ କରିବା ପରି କର ।” (ଭାଗବତ୍ ଗୀତା ୯.୨୭) ଏହିପରି ପ୍ରବୁଦ୍ଧ ଜୀବମାନେ ଯେହେତୁ ଭୌତିକ ସୁଖ ପ୍ରତି ଉଦ୍ଦିଷ୍ଟ ସ୍ୱାର୍ଥଯୁକ୍ତ କର୍ମ ତ୍ୟାଗ କରି ସମସ୍ତ କର୍ମ ଭଗବାନଙ୍କୁ ଅର୍ପଣ କରିଥାଆନ୍ତି, ସେମାନଙ୍କର କର୍ମ କୌଣସି ପ୍ରତିକ୍ରିୟା ସୃଷ୍ଟି କରେ ନାହିଁ । ଦିବ୍ୟ ଜ୍ଞାନର ଅଗ୍ନିରେ ସେହିସବୁ ପ୍ରତିକ୍ରିୟା ଭସ୍ମ ହୋଇ ଯାଇଥାଏ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
4. ଜ୍ଞାନ କର୍ମ ସନ୍ନ୍ୟାସ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!