Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 4, Verse 20

ତ୍ୟକ୍ତ୍ୱା କର୍ମଫଳାସଙ୍ଗଂ ନିତ୍ୟତୃପ୍ତୋ ନିରାଶ୍ରୟଃ ।
କର୍ମଣ୍ୟଭିପ୍ରବୃତ୍ତୋଽପି ନୈବ କିଞ୍ଚିତ୍‌କରୋତି ସଃ ।।୨୦।।

ତ୍ୟକ୍ତ୍ୱା -ତ୍ୟାଗକରି; କର୍ମଫଳ ଆସଙ୍ଗଂ -କର୍ମଫଳ ପ୍ରତି ଆସକ୍ତି; ନିତ୍ୟ -ସର୍ବଦା; ତୃପ୍ତଃ - ତୃପ୍ତ; ନିରାଶ୍ରୟଃ - ଆଶ୍ରିତ ନ ହୋଇ; କର୍ମଣି - କର୍ମରେ; ଅଭିପ୍ରବୃତ୍ତଃ - ସମ୍ପୂର୍ଣ୍ଣରୂପେ ନିଯୁକ୍ତହୋଇ; ଅପି - ସତ୍ତ୍ୱେ; ନ-ନୁହେଁ; ଏବ-ନିଶ୍ଚିତଭାବେ; କିଞ୍ଚିତ୍‌- କିଛି; କରୋତି - କରେ; ସଃ - ସେ ।

Translation

BG 4.20: ଏହିପରି ବ୍ୟକ୍ତିମାନେ, ଫଳାସକ୍ତି ତ୍ୟାଗ କରିଥିବା ଯୋଗୁଁ, ବାହ୍ୟ ବସ୍ତୁ ଉପରେ ନିର୍ଭର ନ କରି ସର୍ବଦା ତୃପ୍ତ ରୁହନ୍ତି । ସମସ୍ତ କର୍ମ କରୁଥିବା ସତ୍ତ୍ୱେ ସେମାନେ କିଛି କରୁ ନ ଥାନ୍ତି ।

Commentary

ବାହ୍ୟ ଦୃଷ୍ଟିରୁ କର୍ମର ବିଭାଜନ କରାଯାଇ ପାରିବ ନାହିଁ । କେଉଁଟି କର୍ମ ବା କେଉଁଟି ଅକର୍ମ ତାହା ମନର ଭାବନା ନିର୍ଦ୍ଧାରିତ କରିଥାଏ । ଜ୍ଞାନୀମାନଙ୍କର ମନ ଭଗବାନଙ୍କଠାରେ ନିମଗ୍ନ ଥାଏ । ଭଗବାନଙ୍କ ସହିତ ଭକ୍ତିଯୁକ୍ତ ତଲ୍ଲୀନତାରେ ସନ୍ତୁଷ୍ଟ ହୋଇ ସେମାନେ ଭଗବାନଙ୍କୁ ତାଙ୍କର ଏକମାତ୍ର ଆଶ୍ରୟ ମାନନ୍ତି ଏବଂ କୌଣସି ବାହ୍ୟ ସହାରା ଉପରେ ନିର୍ଭର କରନ୍ତି ନାହିଁ । ଏହିପରି ମାନସିକ ସ୍ଥିତିରେ ତାଙ୍କର ସମସ୍ତ କର୍ମକୁ ଅକର୍ମ କୁହାଯାଏ ।

ଏହି ପ୍ରସଙ୍ଗରେ ପୁରାଣରେ ଏକ ସୁନ୍ଦର କାହାଣୀ ଅଛି । ଥରେ ବୃନ୍ଦାବନର ଗୋପୀମାନେ ଗୋଟିଏ ଉପବାସ ରଖିଥିଲେ । ଉପବାସ ଉଦ୍‌ଯାପନ କରିବାର ନିୟମ ଅନୁସାରେ ସେମାନଙ୍କୁ କୌଣସି ସାଧୁ ମହାତ୍ମାଙ୍କୁ ଭୋଜନ ଦେବାର ଥିଲା । ଯମୁନାର ଅପରପାଶ୍ୱର୍ରେ ବାସ କରୁôଥିବା ମହାନ ସନ୍ଥ ଦୁର୍ବାସାଙ୍କୁ ଭୋଜନ ଦେବାକୁ ଶ୍ରୀକୃଷ୍ଣ ସେମାନଙ୍କୁ ପରାମର୍ଶ ଦେଲେ । ଗୋପୀମାନେ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ିଦୁର୍ବାସାଙ୍କ ପାଖକୁ ଯିବାକୁ ବାହାରିଲେ, କିନ୍ତୁ ସେମାନେ ଦେଖିଲେ ଯେ ଯମୁନା ନଦୀରେ ବନ୍ୟା ଆସିଛି ଏବଂ କୌଣସି ନାବିକ ନୌକାରେ ପାରି କରିବାକୁ ରାଜି ହେଉ ନାହାଁନ୍ତି ।

ଗୋପୀମାନେ ଶ୍ରୀକୃଷ୍ଣଙ୍କୁ ଏହାର ସମାଧାନ ପଚାରିଲେ । ସେ କହିଲେ, “ଯମୁନା ନଦୀଙ୍କୁ କୁହ, ଯଦି ଶ୍ରୀକୃଷ୍ଣ ଜଣେ ଅଖଣ୍ଡ ବ୍ରହ୍ମଚାରୀ ହୋଇଥିବେ, ତାହେଲେ ସେ ତାଙ୍କୁ ମାର୍ଗ ଦିଅନ୍ତୁ ।” ଗୋପୀମାନେ ହସିବାରେ ଲାଗିଲେ, ସେମାନେ ଭାବିଲେ ଶ୍ରୀକୃଷ୍ଣ ତ ତାଙ୍କ ପଛରେ ପାଗଳ, ସେ ଅଖଣ୍ଡ ବ୍ରହ୍ମଚାରୀ କିପରି ହେଲେ । ତଥାପି ସେମାନେ ଯେତେବେଳେ ଯମୁନାଙ୍କୁ ସେହିପରି ଅନୁରୋଧ କଲେ, ନଦୀ ଉପରେ ଏକ ଫୁଲର ସେତୁ ନିର୍ମିତ ହୋଇଗଲା ।

ଗୋପୀମାନେ ଆଶ୍ଚର୍ଯ୍ୟ ହୋଇଗଲେ । ସେମାନେ ନଦୀ ପାର କରି ଦୁର୍ବାସା ମୁନିଙ୍କ ଆଶ୍ରମକୁ ଗଲେ ଏବଂ ନେଇଥିବା ସୁସ୍ୱାଦୁ ବ୍ୟଞ୍ଜନକୁ ଗ୍ରହଣ କରିବାକୁ ମୁନିଙ୍କୁ ଅନୁରୋଧ କଲେ । ଜଣେ ସନ୍ୟାସୀ ହୋଇଥିବାରୁ ସେ ଅଳ୍ପ ଖାଦ୍ୟ ଗ୍ରହଣ କଲେ, କିନ୍ତୁ ସେଥିରେ ଗେୀପୀମାନେ ବ୍ୟଥିତ ହେଲେ । ତେଣୁ ଦୁର୍ବାସା ତାଙ୍କର ଇଚ୍ଛା ପୂରଣ କରିବାକୁ ଯାଇ ଯୋଗଶକ୍ତି ବଳରେ ସେମାନେ ଆଣିଥିବା ସମସ୍ତ ପ୍ରସାଦ ଭୋଜନ କଲେ । ସେ ଏତେ ପରିମାଣର ଖାଇବା ଦେଖି ଗୋପୀମାନେ ଆଶ୍ଚର୍ଯ୍ୟ ହୋଇଗଲେ କିନ୍ତୁ ଖୁସି ହେଲେ ଯେ ତାଙ୍କ ଦ୍ୱାରା ପ୍ରସ୍ତୁତ ସମସ୍ତ ବ୍ୟଞ୍ଜନକୁ ସେ ଗ୍ରହଣ କଲେ ।

ଗୋପୀମାନେ ଏବେ ଯମୁନା ପାରି ହେବା ପାଇଁ ଦୁର୍ବାସାଙ୍କର ସାହାଯ୍ୟ ପ୍ରାର୍ଥନା କଲେ । ସେ କହିଲେ “ଯମୁନା ନଦୀଙ୍କୁୁ କହିବ, ଯଦି ଆଜି ଦୁର୍ବାସା ଦୁବ (ଏକ ପ୍ରକାର ଘାସ ଯାହାକୁ ଦୁର୍ବାସା ଖାଉଥିଲେ) ବ୍ୟତୀତ ଅନ୍ୟ କିଛି ଖାଇନାହାନ୍ତି, ତାହେଲେ ମାର୍ଗ ଦିଅନ୍ତୁ । ଗୋପୀମାନେ ପୁଣି ହସିବାରେ ଲାଗିଲେ, ତାଙ୍କ ଆଖି ଆଗରେ ହିଁ ଦୁର୍ବାସା ଭୂରି ଭୋଜନ କରିଥିଲେ । କିନ୍ତୁ ଯେତେବେଳେ ସେମାନେ ତାହା କହିଲେ, ଯମୁନା ପୁଣି ସେମାନଙ୍କୁ ମାର୍ଗ ପ୍ରଦାନ କରିଦେଲେ ଯାହା ଦେଖି ଗୋପୀମାନେ ଅତ୍ୟନ୍ତ ବିସ୍ମିତ ହେଲେ ।

ଗୋପୀମାନେ ଶ୍ରୀକୃଷ୍ଣଙ୍କୁ ଏହି ଘଟଣାର ରହସ୍ୟ ପଚାରିଲେ । ସେ ବୁଝାଇଲେ ଯେ ଭଗବାନ ଓ ମହାତ୍ମାମାନେ ବାହ୍ୟତଃ ଯେ କୌଣସି କର୍ମ କଲେ ମଧ୍ୟ ସେମାନେ ସର୍ବଦା ଦିବ୍ୟ ଚେତନାରେ ସ୍ଥିତ ରହିଥାନ୍ତି । ତେଣୁ ସେମାନେ ସମସ୍ତ ପ୍ରକାର କାର୍ଯ୍ୟ କରୁଥିଲେ ମଧ୍ୟ ଅକର୍ତ୍ତା ଭାବରେ ପରିଗଣିତ ହୁଅନ୍ତି । ଯଦିଓ ଶ୍ରୀକୃଷ୍ଣ ବାହ୍ୟ ରୂପରେ ଗୋପୀମାନଙ୍କ ସହିତ ମିଳାମିଶା କରୁଥିଲେ କିନ୍ତୁ ଆନ୍ତରିକ ରୂପରେ ସେ ଅଖଣ୍ଡ ବ୍ରହ୍ମଚାରୀ ଥିଲେ । ସେହିପରି ଯଦିଓ ଦୁର୍ବାସା ଗୋପୀମାନେ ଦେଇଥିବା ସୁମିଷ୍ଟ ଭୋଜନ ସେବନ କରିଥିଲେ, ତାଙ୍କର ଆଭ୍ୟନ୍ତରୀଣ ମନ କେବଳ ଦୁବ ଘାସ ହିଁ ଗ୍ରହଣ କରୁଥିଲା । ଏହା କର୍ମରେ ଅକର୍ମର ଉଦାହରଣ ଅଟେ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
4. ଜ୍ଞାନ କର୍ମ ସନ୍ନ୍ୟାସ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!