Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 4, Verse 22

ଯଦୃଚ୍ଛାଲାଭସନ୍ତୁଷ୍ଟୋ ଦ୍ୱନ୍ଦ୍ୱାତୀତୋ ବିମତ୍ସରଃ ।
ସମଃ ସିଦ୍ଧାବସିଦ୍ଧୌ ଚ କୃତ୍ୱାପି ନ ନିବଧ୍ୟତେ ।।୨୨।।

ଯଦୃଚ୍ଛା -ସ୍ୱତଃ; ଲାଭ -ଲାଭ; ସନ୍ତୁଷ୍ଟଃ -ସନ୍ତୁଷ୍ଟ; ଦ୍ୱନ୍ଦ୍ୱ -ଦ୍ୱନ୍ଦ୍ୱଭାବ; ଅତୀତଃ -ଅତୀତ; ବିମତ୍ସରଃ -ଈର୍ଷାଶୂନ୍ୟ; ସମଃ-ସ୍ଥିର; ସିଦ୍ଧୌ- ବିଜୟରେ; ଅସିଦ୍ଧୌ -ପରାଜୟରେ; ଚ- ଏବଂ; କୃତ୍ୱା- କରି; ଅପି - ଯଦିଓ; ନ-ନୁହେଁ; ନିବଧ୍ୟତେ- ବାନ୍ଧି ହୁଏ ।

Translation

BG 4.22: ସ୍ୱତଃ ମିଳୁଥିବା ଲାଭରେ ସନ୍ତୁଷ୍ଟ ଏବଂ ଈର୍ଷାଶୂନ୍ୟ ହୋଇଥିବା ବ୍ୟକ୍ତିମାନେ ଜୀବନର ଦ୍ୱନ୍ଦ୍ୱରୁ ଊର୍ଦ୍ଧ୍ୱରେ ରହନ୍ତି । ସଫଳତା ଓ ଅସଫଳତାରେ ସମଭାବାପନ୍ନ ରହୁଥିବାରୁ ସେମାନେ ସମସ୍ତ ପ୍ରକାରର କାର୍ଯ୍ୟ କରୁଥିଲେ ମଧ୍ୟ କର୍ମ ବନ୍ଧନରେ ଆବଦ୍ଧ ହୁଅନ୍ତି ନାହିଁ ।

Commentary

ମୁଦ୍ରାର ଯେପରି ଦୁଇଟି ପାଶ୍ୱର୍ ଥାଏ, ସେହିପରି ଭଗବାନ ସଂସାରକୁ ଦ୍ୱିବିଧତାରେ ପୂର୍ଣ୍ଣ କରି ରଚନା କରିଛନ୍ତି - ଯେମିତି ଦିନ ଓ ରାତି, ମିଠା ଓ ଖଟା, ଗରମ ଓ ଥଣ୍ଡା, ଅତି ବୃଷ୍ଟି ଓ ଦୁର୍ଭିକ୍ଷ, ଇତ୍ୟାଦି । ଗୋଟିଏ ଗୋଲାପ ଗଛରେ ସୁନ୍ଦର ଫୁଲ ସହିତ ଅସୁନ୍ଦର କଣ୍ଟା ମଧ୍ୟ ଅଛି । ଜୀବନରେ ସେହିପରି ସୁଖ ଓ ଦୁଃଖ, ଜୟ ଓ ପରାଜୟ, ଯଶ ଓ ଅପଯଶ ଆଦି ଦ୍ୱୈତ ରହିଛି । ଭଗବାନ ରାମ ଅଯୋଧ୍ୟାର ରାଜା ହେବାର ଦିନକ ପୂର୍ବରୁ ବନବାସ ଯାଇଥିଲେ ।

ସଂସାରରେ ରହି କେହି ମଧ୍ୟ ଏହି ଦ୍ୱୈତର ଉର୍ଦ୍ଧ୍ୱକୁ ଯାଇ କେବଳ ସକାରାତ୍ମକ ଅନୁଭୂତି ଲାଭର ଆଶା କରି ପାରିବେ ନାହିଁ । ତେବେ ଜୀବନରେ ଆସୁଥିବା ଏହି ଦ୍ୱୈତମାନଙ୍କର ସମାଧାନ ଆମେ କିପରି କରିବା? ସେଥିପାଇଁ ଆମେ ସବୁ ଦ୍ୱୈତର ଉର୍ଦ୍ଧ୍ୱକୁ ଉଠି ସମସ୍ତ ପରିସ୍ଥିତିରେ ସମଭାବପୂର୍ଣ୍ଣ ରହିବା ଆବଶ୍ୟକ । ଏହା ସେତେବେଳେ ସମ୍ଭବ ହୋଇଥାଏ, ଯେତେବେଳେ ଆମେ କର୍ମଫଳ ପ୍ରତି ନିରାସକ୍ତ ରହି ଏବଂ କର୍ମଫଳର କୌଣସି ଲାଳସା ନ ରଖି ଜୀବନରେ କେବଳ ନିଜର କର୍ତ୍ତବ୍ୟ ପାଳନ କରିଥାଏ । ଯେତେବେଳେ ଆମେ ଭଗବାନଙ୍କ ସୁଖ ପାଇଁ କର୍ମ କରିଥାଏ, ସେତେବେଳେ ସେହି କର୍ମର ଉଭୟ ସୁଫଳ ଓ କୁଫଳକୁ ଆମେ ଭଗବାନଙ୍କର ଇଚ୍ଛା ଭାବରେ ଅନୁଭବ କରିଥାଏ ଏବଂ ଖୁସିର ସହିତ ତାହାକୁ ଗ୍ରହଣ କରିଥାଏ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
4. ଜ୍ଞାନ କର୍ମ ସନ୍ନ୍ୟାସ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!