Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 4, Verse 24

ବ୍ରହ୍ମାର୍ପଣଂ ବ୍ରହ୍ମ ହବିର୍ବ୍ରହ୍ମାଗ୍ନୌ ବ୍ରହ୍ମଣା ହୁତମ୍ ।
ବ୍ରହ୍ମୈବ ତେନ ଗନ୍ତବ୍ୟଂ ବ୍ରହ୍ମକର୍ମସମାଧିନା ।।୨୪।।

ବ୍ରହ୍ମ -ବ୍ରହ୍ମ; ଅର୍ପଣଂ -ଅଣକ ତଥା ଅନ୍ୟ ଅର୍ପଣ; ବ୍ରହ୍ମ -ବ୍ରହ୍ମ; ହବିଃ -ଘୃତାହୁତି; ବ୍ରହ୍ମ -ବ୍ରହ୍ମ; ଅଗ୍ନୌ - ଯଜ୍ଞ ଅଗ୍ନି; ବ୍ରହ୍ମଣା -ସେହି ବ୍ୟକ୍ତି ଦ୍ୱାରା; ହୁତମ୍ -ଅର୍ପିତ; ବ୍ରହ୍ମ -ବ୍ରହ୍ମ; ଏବ -ନିଶ୍ଚିତଭାବେ; ତେନ -ତଦ୍ୱାରା; ଗନ୍ତବ୍ୟଂ - ପ୍ରାପ୍ତ ହେବ; ବ୍ରହ୍ମ -ବ୍ରହ୍ମ; କର୍ମ -ଅର୍ପଣ; ସମାଧିନା -ଭଗବତ୍ ଚେତନାରେ ପୂର୍ଣ୍ଣତଃ ଲୀନ ।

Translation

BG 4.24: ଯେଉଁମାନେ ସମ୍ପୂର୍ଣ୍ଣ ରୂପେ ବ୍ରହ୍ମଚେତନାରେ ଲୀନ ରହନ୍ତି, ତାଙ୍କ ପାଇଁ ନୈବେଦ୍ୟ ବ୍ରହ୍ମ ଅଟନ୍ତି, ନୈବେଦ୍ୟ ଦିଆଯାଉଥିବା ଅଣକ ବ୍ରହ୍ମ ଅଟନ୍ତି, ଅର୍ପଣ କରୁଥିବା କ୍ରିୟା ବ୍ରହ୍ମ ଅଟନ୍ତି, ଯଜ୍ଞ ଅଗ୍ନି ମଧ୍ୟ ବ୍ରହ୍ମ ଅଟନ୍ତି । ଯେଉଁମାନେ ପ୍ରତ୍ୟେକ ବସ୍ତୁକୁ ବ୍ରହ୍ମରୂପରେ ଦେଖନ୍ତି, ସେମାନେ ସହଜରେ ତାଙ୍କୁ ପ୍ରାପ୍ତ କରିଥା’ନ୍ତି ।

Commentary

ବାସ୍ତବରେ, ସଂସାରର ସମସ୍ତ ବସ୍ତୁ ଭଗବାନଙ୍କର ମାୟିକ ଶକ୍ତି ମାୟା ଠାରୁ ଉତ୍ପନ୍ନ । ଶକ୍ତି ଓ ଶକ୍ତିମାନ ଉଭୟ ଏକ ଅଟନ୍ତି ତଥା ପୃଥକ ମଧ୍ୟ ଅଟନ୍ତି । ଉଦାହରଣ ସ୍ୱରୂପ, ଆଲୋକ ଅଗ୍ନିର ଶକ୍ତି ଅଟେ; ଏହା ଅଗ୍ନିର ବାହାରେ ରହୁଥିବା ଯୋଗୁଁ ଏହାକୁ ଅଗ୍ନିଠାରୁ ପୃଥକ ବିବେଚନା କରାଯାଇପାରିବ । ଏହାକୁ ଅଗ୍ନିର ଏକ ଅଂଶ ରୂପେ ମଧ୍ୟ ଚିନ୍ତା କରାଯାଇପାରିବ । ତେଣୁ ଯେତେବେଳେ ଝରକା ଦେଇ ଘର ଭିତରକୁ ସୂର୍ଯ୍ୟକିରଣ ଆସେ, ଲୋକମାନେ କୁହନ୍ତି, “ସୂର୍ଯ୍ୟ ଆସିଗଲେ ।” ଏଠାରେ ସେମାନେ ସୂର୍ଯ୍ୟକିରଣକୁ ସୂର୍ଯ୍ୟଙ୍କ ସହିତ ଏକାକାର ବିଚାର କରିଥାନ୍ତି । ଶକ୍ତି ଶକ୍ତିମାନଙ୍କ ଠାରୁ ପୃଥକ ଅଟେ, ତଥାପି ତାଙ୍କର ଅଂଶ ମଧ୍ୟ ଅଟେ ।

ଆତ୍ମା ମଧ୍ୟ ଭଗବାନଙ୍କର ଶକ୍ତି ଅଟେ - ଏହା ଏକ ଦିବ୍ୟ ଶକ୍ତି, ଯାହାକୁ ଜୀବ ଶକ୍ତି କୁହାଯାଏ । ଶ୍ରୀକୃଷ୍ଣ ଏହା ଶ୍ଲୋକ ୭.୪ ଏବଂ ୭.୫ରେ କହିଛନ୍ତି । ଚୈତନ୍ୟ ମହାପ୍ରଭୁ କହିଛନ୍ତି:

ଜୀବ-ତତ୍ତ୍ୱ ଶକ୍ତି, କୃଷ୍ଣ-ତତ୍ତ୍ୱ ଶକ୍ତିମାନ
ଗୀତା-ବିଷ୍ଣୁ ପୁରାଣାଦି ତାହାତେ ପ୍ରମାଣ ।   (ଚୈତନ୍ୟ ଚରିତାମୃତ, ଆଦି ଲୀଳା ୭.୧୧୭)

ଭଗବାନ ଶ୍ରୀକୃଷ୍ଣ ଶକ୍ତିମାନ ଏବଂ ଆତ୍ମା ତାଙ୍କର ଶକ୍ତି ଅଟେ । ଏହା ଭଗବଦ୍ ଗୀତା, ବିଷ୍ଣୁ ପୁରାଣ ଆଦିରେ ଉଲ୍ଲେଖ ଅଛି ।” ସେଥିପାଇଁ ଆତ୍ମା ଏକ ସମୟରେ ଭଗବାନଙ୍କ ସହିତ ଏକ ଏବଂ ଭଗବାନଙ୍କ ଠାରୁ ପୃଥକ ମଧ୍ୟ ଅଟେ । ତେଣୁ ଯେଉଁମାନଙ୍କର ମନ ପୂର୍ଣ୍ଣତଃ ଭଗବତ୍ ଚେତନାରେ ସ୍ଥିତ, ସେମାନେ ସାରା ସଂସାରକୁ ଭଗବାନଙ୍କ ସହିତ ଏକାକାର ଏବଂ ଭଗବାନଙ୍କ ଠାରୁ ଅଭିନ୍ନ ଦେଖିଥା’ନ୍ତି । ଶ୍ରୀମଦ୍ ଭାଗବତମ୍ କହେ:

ସର୍ବ ଭୂତେଷୁ ଯଃ ପଶ୍ୟେଦ୍ ଭଗବଦ୍‌-ଭାବମ୍ ଆତ୍ମନଃ
ଭୂତାନି ଭଗବତ୍ୟାତ୍ମନ୍ୟେଷ ଭାଗବତୋତ୍ତମଃ (୧୧.୨.୪୫)

“ଯିଏ ଭଗବାନଙ୍କୁ ସର୍ବତ୍ର ତଥା ସମସ୍ତଙ୍କଠାରେ ଦେଖେ, ସେ ସର୍ବୋଚ୍ଚ ଆଧ୍ୟାତ୍ମବାଦୀ ଅଟେ ।” ଏହପରି ଉଚ୍ଚ କକ୍ଷର ଆଧ୍ୟାତ୍ମବାଦୀ, ଯେଉଁମାନଙ୍କର ମନ ସର୍ବଦା ଭଗବତ୍ ଚିନ୍ତନରେ ଲିପ୍ତଥାଏ, ସେମାନେ ଯଜ୍ଞ କରୁଥିବା ବ୍ୟକ୍ତି, ଯଜ୍ଞର ପ୍ରସାଦ, ଯଜ୍ଞର ଦ୍ରବ୍ୟ, ଯଜ୍ଞ ଅଗ୍ନି, ଯଜ୍ଞ କ୍ରିୟା ଆଦି ସମସ୍ତଙ୍କୁ ଭଗବାନଙ୍କଠାରୁ ଅଭିନ୍ନ ମନେ କରନ୍ତି ।

କେଉଁ ମନୋଭାବ ନେଇ ଯଜ୍ଞ କରାଯିବା ଉଚିତ୍ ତାହା ବର୍ଣ୍ଣନା କରିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ଶୁଦ୍ଧିକରଣ ପାଇଁ ଲୋକମାନେ କରୁଥିବା ବିଭିନ୍ନ ପ୍ରକାରର ଯଜ୍ଞ ବିଷୟରେ କହିବାକୁ ଯାଉଛନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
4. ଜ୍ଞାନ କର୍ମ ସନ୍ନ୍ୟାସ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!