ଦୈବମେବାପରେ ଯଜ୍ଞଂ ଯୋଗିନଃ ପର୍ଯ୍ୟୁପାସତେ ।
ବ୍ରହ୍ମାଗ୍ନାବପରେ ଯଜ୍ଞଂ ଯଜେ୍ଞନୈବୋପଜୁହ୍ୱତି ।।୨୫।।
ଦୈବମ୍ - ଦେବତାମାନେ; ଏବ- ବାସ୍ତବରେ; ଅପରେ- ଅନ୍ୟମାନେ; ଯଜ୍ଞଂ -ଯଜ୍ଞ; ଯୋଗିନଃ - ଯୋଗୀମାନେ; ପର୍ଯ୍ୟୁପାସତେ- ଉପାସନା କରନ୍ତି; ବ୍ରହ୍ମ-ପରମ ସତ୍ୟ; ଅଗ୍ନୌ - ଅଗ୍ନିରେ; ଅପରେ -ଅନ୍ୟମାନେ; ଯଜ୍ଞଂ -ଯଜ୍ଞ; ଯଜେ୍ଞନ -ଯଜ୍ଞଦ୍ୱାରା; ଏବ- ଏହିପରି ଭାବରେ; ଉପଜୁହ୍ୱତି - ଅର୍ପଣ କରନ୍ତି ।
BG 4.25: କେତେକ ଯୋଗୀ ସ୍ୱର୍ଗର ଦେବତାମାନଙ୍କୁ ଭୌତିକ ଦ୍ରବ୍ୟମାନ ଅର୍ପଣ କରି ପୂଜା କରନ୍ତି । ଅନ୍ୟମାନେ ପରମ ସତ୍ୟର ଅଗ୍ନିରେ ସଂପୂର୍ଣ୍ଣ ରୂପେ ନିଜକୁ ଅର୍ପଣ କରି ଉପାସନା କରନ୍ତି ।
ଦୈବମେବାପରେ ଯଜ୍ଞଂ ଯୋଗିନଃ ପର୍ଯ୍ୟୁପାସତେ ।
ବ୍ରହ୍ମାଗ୍ନାବପରେ ଯଜ୍ଞଂ ଯଜେ୍ଞନୈବୋପଜୁହ୍ୱତି ।।୨୫।।
କେତେକ ଯୋଗୀ ସ୍ୱର୍ଗର ଦେବତାମାନଙ୍କୁ ଭୌତିକ ଦ୍ରବ୍ୟମାନ ଅର୍ପଣ କରି ପୂଜା କରନ୍ତି । ଅନ୍ୟମାନେ ପରମ ସତ୍ୟର ଅଗ୍ନିରେ ସଂପୂର୍ଣ୍ଣ ରୂପେ ନିଜକୁ ଅର୍ପଣ କରି …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଯଜ୍ଞ, ଦିବ୍ୟ ଚେତନାଯୁକ୍ତ ହୋଇ ଭଗବାନଙ୍କ ପ୍ରତି ସମର୍ପଣର ଭାବନାରେ କରିବା ଉଚିତ । କିନ୍ତୁ ଲୋକମାନଙ୍କ ବିଚାରରେ ଅନେକ ପ୍ରଭେଦ ରହିଥାଏ, ସେଥିପାଇଁ ସେମାନେ ଭିନ୍ନ ଚେତନାଯୁକ୍ତ ହୋଇ ଭିନ୍ନ ଭିନ୍ନ ପଦ୍ଧତିରେ ଯଜ୍ଞ କରିଥାନ୍ତି । ଅଳ୍ପଜ୍ଞ ବ୍ୟକ୍ତିମାନେ ସାଂସାରିକ ବସ୍ତୁ ପ୍ରାପ୍ତିର ଇଚ୍ଛା ପୋଷଣ କରି ସ୍ୱର୍ଗର ଦେବତାମାନଙ୍କୁ ପୂଜା କରନ୍ତି ।
ଯେଉଁମାନଙ୍କର ଯଜ୍ଞ ବିଷୟରେ ଗଭୀର ଜ୍ଞାନ ଥାଏ, ସେମାନେ ନିଜକୁ ଭଗବାନଙ୍କ ନିକଟରେ ଅର୍ପଣ କରିଥା’ନ୍ତି । ଏହାକୁ ଆତ୍ମ ସମର୍ପଣ, ବା ଆତ୍ମାହୁତି ବା ନିଜ ଆତ୍ମାକୁ ଭଗବାନଙ୍କ ଠାରେ ଅର୍ପଣ କରିବା କୁହାଯାଏ । ଯୋଗୀ ଶ୍ରୀକୃଷ୍ଣ ପ୍ରେମ ଏହାକୁ ଅତି ସୁନ୍ଦର ଭାବରେ ବ୍ୟାଖ୍ୟା କରିଛନ୍ତି: “ଧୂମ୍ରାଭ ଓ କୋଳାହଳପୂର୍ଣ୍ଣ ଏହି ସଂସାରରେ, ଯେତେବେଳେ ଜଣେ ଦିବ୍ୟପ୍ରେମର ଅଗ୍ନିରେ ଆତ୍ମାହୁତି ଦିଏ, ସେତେବେଳେ କୃପାର ବିସ୍ଫୋରଣ ହୋଇଥାଏ, କାରଣ ବାସ୍ତବ ଆତ୍ମାହୁତି କେବେ ବି ବୃଥା ଯାଏନାହିଁ ।” କିନ୍ତୁ ଜଣେ ନିଜକୁ ଅର୍ପଣ କରିବାର ବିଧି କ’ଣ? ଏହା ଭଗବାନଙ୍କର ପୂର୍ଣ୍ଣ ଶରଣାଗତି ଦ୍ୱାରା ହାସଲ ହୋଇଥାଏ । ଏପରି ସମର୍ପଣର ଛଅଗୋଟି ଦିଗ ଅଛି ଯାହା ଶ୍ଲୋକ ୧୮.୬୬ରେ ବର୍ଣ୍ଣିତ ହୋଇଛି । ଏଠାରେ ଶ୍ରୀକୃଷ୍ଣ ଲୋକେ କରୁଥିବା ବିଭିନ୍ନ ପ୍ରକାର ଯଜ୍ଞ ବିଷୟରେ ଆଲୋଚନା ଜାରି ରଖିଛନ୍ତି ।