Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 4, Verse 26

ଶ୍ରୋତ୍ରାଦୀନୀନ୍ଦ୍ରିୟାଣ୍ୟନ୍ୟେ ସଂଯମାଗ୍ନିଷୁ ଜୁହ୍ୱତି ।
ଶବ୍ଦାଦୀନ୍‌ବିଷୟାନନ୍ୟ ଇନ୍ଦ୍ରିୟାଗ୍ନିଷୁ ଜୁହ୍ୱତି ।।୨୬।।

ଶ୍ରୋତ୍ର-ଆଦୀନି- ଶ୍ରବଣ କ୍ରିୟା ଆଦି; ଇନ୍ଦ୍ରିୟାଣି - ଇନ୍ଦ୍ରିୟମାନେ; ଅନ୍ୟେ -ଅନ୍ୟମାନେ; ସଂଯମ -ସଂଯମ; ଅଗ୍ନିଷୁ -ଯଜ୍ଞ ଅଗ୍ନିରେ; ଜୁହ୍ୱତି - ଅର୍ପଣ କରନ୍ତି; ଶବ୍ଦ-ଆଦୀନ୍ - ଶବ୍ଦତରଙ୍ଗ ଆଦି; ବିଷୟାନ୍ - ଇନ୍ଦ୍ରିୟ ବିଷୟ; ଅନ୍ୟ -ଅନ୍ୟମାନେ; ଇନ୍ଦ୍ରିୟ - ଇନ୍ଦ୍ରିୟମାନଙ୍କର; ଅଗ୍ନିଷୁ -ଅଗ୍ନିରେ; ଜୁହ୍ୱତି - ଅର୍ପଣ କରନ୍ତି ।

Translation

BG 4.26: କେହି କେହି ଶ୍ରବଣ ତଥା ଅନ୍ୟ ଇନ୍ଦ୍ରିୟମାନଙ୍କୁ ସଂଯମ ରୂପୀ ଯଜ୍ଞାଗ୍ନିରେ ଆହୁତି ଦିଅନ୍ତି । ଅନ୍ୟମାନେ ଶବ୍ଦାଦି ଇନ୍ଦ୍ରିୟ ଭୋଗ୍ୟ ବିଷୟ ସବୁକୁ ଇନ୍ଦ୍ରିୟର ଅଗ୍ନିରେ ଅର୍ପଣ କରନ୍ତି ।

Commentary

ଅଗ୍ନିରେ ଅର୍ପିତ ହେଉଥିବା ବସ୍ତୁକୁ ଅଗ୍ନି ତା’ ନିଜ ସ୍ୱରୂପରେ ରୂପାନ୍ତରିତ କରିଦିଏ । ବାହ୍ୟ ବୈଦିକ ଯଜ୍ଞ ଅନୁଷ୍ଠାନରେ ଆହୁତି ରୂପରେ ଅର୍ପିତ ଦ୍ରବ୍ୟ ସବୁକୁ ସେ ସ୍ଥୁଳ ରୂପରେ ଗ୍ରାସ କରିଥାଏ । ଅଭ୍ୟନ୍ତରୀଣ ରୂପରେ କରାଯାଉଥିବା ଦିବ୍ୟ ସାଧନାରେ, ଅଗ୍ନି ସାଙ୍କେତିକ ଅଟେ । ଆତ୍ମ ସଂଯମର ଅଗ୍ନି ଇନ୍ଦ୍ରିୟମାନଙ୍କର କାମନାକୁ ଦହନ କରିଦିଏ ।

ଏଠାରେ ଶ୍ରୀକୃଷ୍ଣ ଆଧ୍ୟାତ୍ମିକ ଉନ୍ନତି ପାଇଁ, ଦୁଇଟି ପରସ୍ପର ବିରୋଧୀ ଦୃଷ୍ଟିକୋଣ ମଧ୍ୟରେ ପାର୍ଥକ୍ୟ ଦର୍ଶାଇଛନ୍ତି । ଗୋଟିଏ ଦୃଷ୍ଟିକୋଣ ହେଉଛି ଇନ୍ଦ୍ରିୟ ମାନଙ୍କର ବଶୀକରଣ, ଯାହାର ଅଭ୍ୟାସ ହଟଯୋଗରେ କରାଯାଇଥାଏ । ଏହିପରି ଯଜ୍ଞଦ୍ୱାରା, ଶରୀର ଧାରଣ କରିବା ପାଇଁ ଆବଶ୍ୟକୀୟ କର୍ମ ବ୍ୟତିତ, ଇନ୍ଦ୍ରିୟମାନଙ୍କର ସମସ୍ତ କର୍ମକୁ ନିଷ୍କ୍ରିୟ କରିଦିଆଯାଏ । ମନକୁ ସମ୍ପୂର୍ଣ୍ଣ ଭାବେ ଇନ୍ଦ୍ରିୟମାନଙ୍କଠାରୁ ହଟାଇ ମନୋବଳ ଦ୍ୱାରା ସେଗୁଡ଼ିକୁ ଅନ୍ତର୍ମୁଖୀ କରିଦିଆଯାଏ ।

ଏହାର ବିପରୀତ ହେଉଛି ଭକ୍ତିଯୋଗର ସାଧନା । ଏହି ଦ୍ୱିତୀୟ ପ୍ରକାର ଯଜ୍ଞରେ, ସୃଷ୍ଟିର ପ୍ରତି ପରମାଣୁରେ ବ୍ୟାପ୍ତ ସୃଷ୍ଟିକର୍ତ୍ତାଙ୍କ ମାହାତ୍ମ୍ୟ ଅବଲୋକନ କରିବାକୁ ଇନ୍ଦ୍ରିୟମାନଙ୍କର ଉପଯୋଗ କରାଯାଏ । ଇନ୍ଦ୍ରିୟମାନେ ଭୌତିକ ସୁଖ ଉପଭୋଗ କରିବାର ଏକ ଉପକରଣ ହୋଇ ରହନ୍ତି ନାହିଁ, ବରଂ ପରିଶୁଦ୍ଧ ହୋଇ ସେମାନେ ଭଗବାନଙ୍କୁ ସର୍ବତ୍ର ଉପଲବ୍ଧି କରିଥାନ୍ତି । ୭.୮ ଶ୍ଲୋକରେ ଶ୍ରୀକୃଷ୍ଣ କହିଛନ୍ତି: ରସୋଽହଂ ଅପ୍‌ସୁ କୌନ୍ତେୟ “ଅର୍ଜୁନ ମୋତେ ଜଳର ସ୍ୱାଦ ଭାବରେ ଜାଣ” । ଅତଏବ, ଭକ୍ତି ଯୋଗୀ ମାନେ, ତାଙ୍କର ପ୍ରତ୍ୟେକ ଇନ୍ଦ୍ରିୟ ଦ୍ୱାରା ଯାହାସବୁ ଦେଖନ୍ତି, ଶୁଣନ୍ତି, ଆସ୍ୱାଦନ କରନ୍ତି, ସ୍ପର୍ଶ କରନ୍ତି ବା ଆଘ୍ରାଣ କରନ୍ତି, ପ୍ରତ୍ୟେକ କ୍ଷେତ୍ରରେ ଭଗବାନଙ୍କୁ ଅନୁଭବ କରିବାର ପ୍ରୟାସ କରନ୍ତି । ଭକ୍ତିର ଏହି ଯଜ୍ଞ ହଟଯୋଗର ପଥ ଅପେକ୍ଷା ସହଜ ଅଟେ; ଏହାର ଅନୁସରଣ ଆନନ୍ଦଦାୟକ ହୋଇଥାଏ ତଥା ଏଥିରେ ପତନର ସମ୍ଭାବନା ବହୁତ କମ୍ ହୋଇଥାଏ । ଯଦି ଜଣେ ସାଇକେଲ ଚାଳକ ଆଗକୁ ନ ଯିବା ପାଇଁ ହଠାତ୍ ବ୍ରେକ୍ ମାରନ୍ତି, ତେବେ ସେ ଭାରସାମ୍ୟ ହରାଇ ତଳକୁ ପଡି ଯାଇପାରନ୍ତି । କିନ୍ତୁ ସେ ଯଦି ସାଇକେଲ୍‌ର ହ୍ୟାଣ୍ଡେଲକୁ ବାମ କିମ୍ବା ଡ଼ାହାଣକୁ ମୋଡ଼ିଦିଅନ୍ତି, ତା’ହେଲେ ଆଗକୁ ଯିବା ବନ୍ଦ ହେବା ସହିତ ସେ ନିଜର ଭାରସାମ୍ୟ ରକ୍ଷା କରି ପାରିଥାଆନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
4. ଜ୍ଞାନ କର୍ମ ସନ୍ନ୍ୟାସ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!