Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 4, Verse 31

ଯଜ୍ଞଶିଷ୍ଟାମୃତଭୁଜୋ ଯାନ୍ତି ବ୍ରହ୍ମ ସନାତନମ୍ ।
ନାୟଂ ଲୋକୋଽସ୍ତ୍ୟଯଜ୍ଞସ୍ୟ କୁତୋଽନ୍ୟଃ କୁରୁସତ୍ତମ ।।୩୧।।

ଯଜ୍ଞାଶିଷ୍ଟ ଅମୃତ-ଭୁଜଃ - ଯଜ୍ଞର ଅମୃତତୁଲ୍ୟ ଅବଶିଷ୍ଟାଂଶକୁ ସେମାନେ ପ୍ରସାଦ ରୂପରେ ଗ୍ରହଣ କରନ୍ତି; ଯାନ୍ତି- ଯା’ନ୍ତି; ବ୍ରହ୍ମ-ପରମ ସତ୍ୟ; ସନାତନମ୍ - ସନାତନ ସ୍ତରକୁ; ନା -ନାହିଁ; ଅୟଂ -ଏହି; ଲୋକଃ-ସଂସାର; ଅସ୍ତି- ଅଛି; ଅଯଜ୍ଞସ୍ୟ-ଯିଏ ଯଜ୍ଞ କରେନାହିଁ; କୁତଃ - କିପରି; ଅନ୍ୟଃ - ଅନ୍ୟ ଲୋକରେ; କୁରୁସତ୍ତମ- ହେ କୁରୁଶ୍ରେଷ୍ଠ ।

Translation

BG 4.31: ଯେଉଁମାନେ ଯଜ୍ଞର ରହସ୍ୟ ଜାଣନ୍ତି ଏବଂ ତାକୁ ପାଳନ କରି ତାର ଅବଶିଷ୍ଟାଂଶକୁ ଅମୃତପରି ଗ୍ରହଣ କରନ୍ତି, ସେମାନେ ପରମ ସତ୍ୟ ଦିଗରେ ଅଗ୍ରସର ହୁଅନ୍ତି । ହେ କୁରୁଶ୍ରେଷ୍ଠ! ଯେଉଁମାନେ କୌଣସି ଯଜ୍ଞ କରନ୍ତି ନାହିଁ, ସେମାନେ ଇହଲୋକ ବା ପରଲୋକରେ କୌଣସି ସୁଖ ଲାଭ କରନ୍ତି ନାହିଁ ।

Commentary

ପୂର୍ବରୁ ଯଜ୍ଞର ରହସ୍ୟ ଭାବରେ ଯାହା ବର୍ଣ୍ଣନା କରାଯାଇଛି, ଏହାର ଅନୁଷ୍ଠାନ ଭଗବତ୍ ପ୍ରୀତ୍ୟର୍ଥ କରାଯିବା ଆବଶ୍ୟକ ଏବଂ ଏହାର ଅବିଶିଷ୍ଟାଂଶକୁ ପ୍ରସାଦ ଭାବରେ ଗ୍ରହଣ କରାଯିବା ଉଚିତ । ଉଦାହରଣ ସ୍ୱରୂପ, ଭଗବାନଙ୍କର ଭକ୍ତମାନେ ଖାଦ୍ୟକୁ ତାଙ୍କୁ ଅର୍ପଣ କରିବା ପରେ ଗ୍ରହଣ କରନ୍ତି । ଖାଦ୍ୟ ପ୍ରସ୍ତୁତ କଲାପରେ, ସେମାନେ ତାକୁ ଏକ ପାତ୍ରରେ ରଖି ଭଗବାନଙ୍କୁ ଗ୍ରହଣ କରିବାକୁ ପ୍ରାର୍ଥନା କରନ୍ତି । ସେମାନେ ମନରେ ଏହି ଭାବନା ରଖି ଧ୍ୟାନ କରନ୍ତି ଯେ, ଭଗବାନ ପ୍ରକୃତରେ ଏହି ପାତ୍ରରୁ ଭୋଜନ କରୁଛନ୍ତି । ଅର୍ପଣ ପରେ ପାତ୍ରରେ ଥିବା ଅବିଶିଷ୍ଟ ଖାଦ୍ୟକୁ ପ୍ରସାଦ ବା ଭଗବାନଙ୍କ କୃପା ଭାବେ ଗ୍ରହଣ କରନ୍ତି । ଅମୃତସମ ଏହି ପ୍ରସାଦ ଗ୍ରହଣ କରିବା ଦ୍ୱାରା ଅନ୍ତଃକରଣ ଉଦ୍‌ଭାସିତ ଓ ଶୁଦ୍ଧ ହେବା ସହିତ ବ୍ୟକ୍ତିର ଆଧ୍ୟାତ୍ମିକ ପ୍ରଗତି କରାଇଥାଏ ।

ଏହିପରି ମନୋଭାବରେ, ଭକ୍ତମାନେ ଭଗବାନଙ୍କୁ ବସ୍ତ୍ର ଅର୍ପଣ କରିବା ପରେ ପ୍ରସାଦ ଭାବେ ତାକୁ ପିନ୍ଧିଥାନ୍ତି । ସେମାନେ ନିଜ ଗୃହରେ ଭଗବାନଙ୍କର ମୂର୍ତ୍ତି ସ୍ଥାପନ କରି, ସେହି ଘରକୁ ମନ୍ଦିର ମନେ କରି ସେଠାରେ ବାସ କରନ୍ତି । ଯେତେବେଳେ କୌଣସି ଦ୍ରବ୍ୟ ବା କର୍ମ ଭଗବାନଙ୍କୁ ଯଜ୍ଞ ରୂପରେ ଅର୍ପଣ କରାଯାଇଥାଏ, ତାହାର ପ୍ରସାଦ ଆତ୍ମା ପାଇଁ ଅମୃତତୁଲ୍ୟ ଆଶୀର୍ବାଦ ଅଟେ । ପରମ ଭକ୍ତ ଉଦ୍ଧବ ଶ୍ରୀକୃଷ୍ଣଙ୍କୁ କହିଥିଲେ:

ତ୍ୱୟୋପଭୁକ୍ତ- ସ୍ରଗ-ଗନ୍ଧା-ବାସୋଽଲଙ୍କାର-ଚର୍ଚ୍ଚିତାଃ
ଉଚ୍ଛିଷ୍ଟ -ଭୋଜିନୋ ଦାସାସ୍ତବ ମାୟାଂ ଜୟେମ ହି (ଭାଗବତମ୍ ୧୧.୬.୪୬)

“ମୁଁ କେବଳ ତାହା ଖାଇବି, ଆଘ୍ରାଣ କରିବି, ପରିଧାନ କରିବି, ବାସ କରିବି ଏବଂ ସେହି କଥା କହିବି, ଯାହା ପ୍ରଥମେ ଆପଣଙ୍କୁ ଅର୍ପଣ କରାଯାଇଥିବ । ଏହିପରି ଆପଣଙ୍କର ଉଚ୍ଛିଷ୍ଟକୁ ପ୍ରସାଦ ଭାବେ ଗ୍ରହଣ କରି ମୁଁ ସହଜରେ ମାୟାକୁ ଜୟ କରିପାରିବି ।” ଯେଉଁମାନେ ଯଜ୍ଞ କରନ୍ତି ନାହିଁ, ସେମାନେ କର୍ମଫଳ ଜନିତ ପ୍ରକ୍ରିୟାରେ ଛନ୍ଦି ହୋଇ ମାୟାର ଯାତନା ଅନୁଭବ କରନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
4. ଜ୍ଞାନ କର୍ମ ସନ୍ନ୍ୟାସ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!