ଅପି ଚେଦସି ପାପେଭ୍ୟଃ ସର୍ବେଭ୍ୟଃ ପାପାକୃତ୍ତମଃ ।
ସର୍ବ ଜ୍ଞାନପ୍ଲବେନୈବ ବୃଜିନଂ ସନ୍ତରିଷ୍ୟସି ।। ୩୬ ।।
ଅପି - ଏପରି କି; ଚେତ୍ -ଯଦି; ଅସି - ତୁମେ ଅଟ; ପାପେଭ୍ୟଃ -ପାପୀମାନଙ୍କ ମଧ୍ୟରେ; ସର୍ବେଭ୍ୟଃ- ସମସ୍ତଙ୍କ ମଧ୍ୟରେ; ପାପକୃତ୍ତମଃ - ମହାପାପୀ; ସର୍ବଂ- ସବୁ ପାପକର୍ମ; ଜ୍ଞାନ-ପ୍ଲବେନ - ଦିବ୍ୟଜ୍ଞାନରୂପକ ନୌକା ସାହାଯ୍ୟରେ; ଏବ -ନିଶ୍ଟିତଭାବେ; ବୃଜିନଂ - ପାପକୁ; ସନ୍ତରିଷ୍ୟସି- ସମ୍ପୂର୍ଣ୍ଣରୂପେ ଅତିକ୍ରମ କରିଯିବ ।
BG 4.36: ଯେଉଁମାନେ ପାପୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ପାପାତ୍ମା ରୂପେ ପରିଗଣିତ ହୁଅନ୍ତି, ସେମାନେ ମଧ୍ୟ ଦିବ୍ୟଜ୍ଞାନର ନୈକାରେ ଆରୋହଣ କରି ଭବସାଗର ପାର କରିବାକୁ ସକ୍ଷମ ହୋଇପାରିବେ ।
ଅପି ଚେଦସି ପାପେଭ୍ୟଃ ସର୍ବେଭ୍ୟଃ ପାପାକୃତ୍ତମଃ ।
ସର୍ବ ଜ୍ଞାନପ୍ଲବେନୈବ ବୃଜିନଂ ସନ୍ତରିଷ୍ୟସି ।। ୩୬ ।।
ଯେଉଁମାନେ ପାପୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ପାପାତ୍ମା ରୂପେ ପରିଗଣିତ ହୁଅନ୍ତି, ସେମାନେ ମଧ୍ୟ ଦିବ୍ୟଜ୍ଞାନର ନୈକାରେ ଆରୋହଣ କରି ଭବସାଗର ପାର କରିବାକୁ ସକ୍ଷମ ହୋଇପାରିବେ ।
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଭୌତିକ ସଂସାର ଏକ ବିଶାଳ ସମୁଦ୍ର ପରି ଅଟେ, ଯେଉଁଠାରେ ମନୁଷ୍ୟ ତରଙ୍ଗ ରୂପକ ଜନ୍ମ, ବ୍ୟାଧି,ଜରା ଓ ମୃତ୍ୟୁ ମଧ୍ୟରେ ଉବୁଟୁବୁ ହେଉଥାଏ । ମାୟାଶକ୍ତି ବ୍ୟକ୍ତିକୁ ତିନିି ପ୍ରକାରର ତାପରେ ଗ୍ରସିତ କରିଥାଏ । ଆଧିଆତ୍ମିକ- ଏହା ଶାରୀରିକ ତଥା ମାନସିକ କଷ୍ଟ , ଆଧିଭୌତିକ- ଅନ୍ୟ ପ୍ରାଣୀ ମାନଙ୍କ ଜନିତ କଷ୍ଟ, ଆଧିଦୈବିକ - ଜଳବାୟୁ ଓ ପରିବେଶ ଜନିତ କଷ୍ଟ । ମାୟାବଦ୍ଧ ଜୀବ ଏଥିରୁ ମୁକ୍ତି ପାଇପାରେ ନାହିଁ ଏବଂ ଏହି ଅବସ୍ଥାରେ ତା’ର ଅନନ୍ତ ଜନ୍ମ ବିତିଯାଇଛି । ଗୋଟିଏ ଫୁଟବଲ ଗୋଇଠା ଖାଇ ପଡ଼ିଆର ଏପଟରୁ ସେପଟକୁ ହେବା ପରି, ଜୀବ ମଧ୍ୟ ତା’ର ସୁକର୍ମ ଓ ଦୁଷ୍କର୍ମ ଅନୁସାରେ କେବେ ସ୍ୱର୍ଗଯାଏ ତ ପୁଣି କେବେ ନର୍କକୁ ପତିତ ହୁଏ ବା ପୃଥିବୀ ଲୋକକୁ ଫେରିଆସେ ।
ଦିବ୍ୟ ଜ୍ଞାନ ସଂସାର ରୂପୀ ସାଗରକୁ ପାର କରିବା ପାଇଁ ଏକ ନୌକା ଅଟେ । ଅଜ୍ଞାନୀ ବ୍ୟକ୍ତି କର୍ମ କରି ସେଥିରେ ବାନ୍ଧି ହୋଇଯାଏ । ସେହି କର୍ମକୁ ହିଁ ଭଗବାନଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞ ରୂପରେ ପାଳନ କରି ଜ୍ଞାନୀ ବ୍ୟକ୍ତି ମୁକ୍ତିଲାଭ କରିଥାଏ । ଏହିପରି ଭାବରେ, ଜ୍ଞାନ ସଂସାର ବନ୍ଧନକୁ କାଟିବାର ଏକ ଆୟୁଧ ହୋଇଥାଏ । କଠୋପନିଷଦ କହେ:
ବିଜ୍ଞାନସାରଥିର୍ଯସ୍ତୁ ମନଃ ପ୍ରଗ୍ରହବାନ୍ ନରଃ
ସୋଽଧ୍ୱାନଃ ପାରମୋପ୍ନୋତି ତଦ୍ବିଷ୍ଣୋଃ ପରମମ୍ ପଦମ୍ (୧.୩.୯)
“ଦିବ୍ୟଜ୍ଞାନ ଦ୍ୱାରା ତୁମର ବୁଦ୍ଧିକୁ ଉଦ୍ଭାସିତ କର; ସେହି ପ୍ରଜ୍ଞାଦୀପ୍ତ ବୁଦ୍ଧି ସାହାଯ୍ୟରେ ବିଶୃଙ୍ଖଳିତ ମନକୁ ନିୟନ୍ତ୍ରଣ କର । ଏହାଦ୍ୱାରା ଭବ ସାଗରକୁ ପାର କରି ଦିବ୍ୟ ଲୋକରେ ପହଞ୍ôଚ ପାରିବ ।